Breaking : ଅବସର ପ୍ରାପ୍ତ ଆଇପିଏସ ଅଫିସର ସୁରେନ୍ଦ୍ର ନାଥ ସ୍ୱାଇଁଙ୍କ ପରଲୋକ 

0

ଭୁବନେଶ୍ୱର (ଶାସକ ପ୍ରଶାସକ)  ଅବସରପ୍ରାପ୍ତ ଆଇପିଏସ ଅଫିସର(୧୯୭୭ ବ୍ୟାଚ)  ସୁରେନ୍ଦ୍ର ନାଥ ସ୍ୱାଇଁଙ୍କ ଆଜି ଦେହାନ୍ତ ହୋଇଯାଇଛି | ଜଣେ ଦକ୍ଷ ଓ ସ୍ପଷ୍ଟବାଦୀ ନିର୍ଭିକ ଅଫିସର ଭାବେ ଶ୍ରୀ ସ୍ୱାଇଁ ଜଣଶୁଣା ଥିଲେ | ଓଡ଼ିଶା ପୋଲିସ ବାହିନୀର ବହୁ ଗୁରୁତ୍ୱପୂର୍ଣ ପଦ ପଦବୀରେ  ଶ୍ରୀ ସ୍ୱାଇଁ କାର୍ଯ୍ୟ କରି ତାଙ୍କର ସ୍ୱାତନ୍ତ୍ର୍ୟ ପ୍ରତିପାଦିତ କରିଥିଲେ | 

ଶ୍ରୀ ସ୍ବାଇଁଙ୍କ ଦେହାନ୍ତରେ ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ଶୋକ ବ୍ୟକ୍ତ କରିଛନ୍ତି | ସେ ତାଙ୍କ ଶୋକ ସମ୍ବାଦରେ କହିଛନ୍ତି ଯେ ” ୧୯୭୭  ବ୍ୟାଚ୍ ର ଅବସରପ୍ରାପ୍ତ ଆଇପିଏସ୍ ଅଧିକାରୀ ଶ୍ରୀ ସୁରେନ୍ଦ୍ରନାଥ ସ୍ବାଇଁଙ୍କ ଆକସ୍ମିକ ମୃତ୍ୟୁ ବିଷୟରେ ଜାଣିବା ପରେ ଆମେ ଦୁଃଖିତ । ସେ ତାଙ୍କର ଆନ୍ତରିକତା, କର୍ତ୍ତବ୍ୟ ନିଷ୍ଠା କଠିନ ପରିଶ୍ରମ ଏବଂ ସଚ୍ଚୋଟତା ପାଇଁ ଜଣାଶୁଣା ଥିଲେ। ତାଙ୍କ ଅନୁପସ୍ଥିତିରେ ପୋଲିସ ବାହିନୀ ପାଇଁ ଶୁନ୍ୟତା ଅନୁଭବ ହେବ ବୋଲି ଡିଜି ଶ୍ରୀ ଅଭୟ କହିବା ସହ ତାଙ୍କ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜ୍ଞାପନ କରିଛନ୍ତି | 

Leave A Reply

Your email address will not be published.