ଭୁବନେଶ୍ୱର (ଶାସକ ପ୍ରଶାସକ) : ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଜନ୍ମ ଦିନ ଉପଲକ୍ଷେ ଓଡ଼ିଶା ମୋ ପରିବାର ତରଫରୁ ଜୀବନ ବିନ୍ଦୁ ରକ୍ତଦାନ ଶିବର ଜିଲ୍ଲା ବିଜେଡ଼ି ଉପସଭାପତି ତଥା ପୂର୍ବତନ କର୍ପୋରେଟର ଶ୍ରୀ ସଞ୍ଜୟ ବଳିୟାର ସିଂଙ୍କ ନେତୃତ୍ୱରେ ରସୁଲଗଡ଼ ଛକସ୍ଥିତ ବିଜୁ ପଟ୍ଟନାୟକ ୟୁଥ୍ କ୍ଲବ୍ ପରିସରରେ ଆୟୋଜନ ହୋଇଯାଇଛି। ଉକ୍ତ କାର୍ଯକ୍ରମରେ ମନ୍ତ୍ରୀ ଶ୍ରୀ ଅଶୋକ କୁମାର ପଣ୍ଡା, ଓଡ଼ିଶା ମୋ ପରିବାର ସଂଯୋଜକ ଶ୍ରୀ ଅରୁପ ପଟ୍ଟନାୟକ, ମାନ୍ୟବର ବିଧାୟକ ମଧ୍ୟ ଅନନ୍ତ ନାରାୟଣ ଜେନା ,ଉତ୍ତର ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ ଓ ରାଜ୍ୟ ସମ୍ପାଦକ ସୁବାସ ପାତ୍ର, ସମୀର କୁମାର ପ୍ରଧାନ, ଜୀବନ ବିନ୍ଦୁ ଉତ୍ତର ସଂଯୋଜକ ଡଃ ପ୍ରକାଶ ତ୍ରିପାଠୀ , ବିଜେଡ଼ି ସମ୍ପାଦକ ଅମରଜିତ୍ ସେନାପତି, ଯୁବ ବିଜେଡ଼ି ଭୁବନେଶ୍ୱର ଜୋନ୍ ସଭାପତି ବିଜୟ କେତନ ସାହୁ, ଯୁବ ବିଜେଡ଼ି ସମ୍ପାଦକ ସୌମ୍ୟ ରଂଜନ ତ୍ରିପାଠୀ ଛାତ୍ର ବିଜେଡ଼ି ଜିଲ୍ଲା ସଭାପତି ସୁବାସ ସାହୁ, ରାଜ୍ୟ ସମ୍ପାଦକ ରଶ୍ମୀ ରଞ୍ଜନ ସାହୁ, ସୌମ୍ୟ ରଂଜନ ପ୍ରଧାନ, ଏସ କେ ନୂର୍ ହାସନ୍, କ୍ଲବ୍ ସଦସ୍ୟ ଅନିଲ ବଳିଆର ସିଂ, ସୁବ୍ରତ ଚଂପତି, ବିକ୍ରମ ପାତ୍ର, ଡେନିସ୍ ଜେନା, ସାଗର ବଳିଆର ସିଂ , ରଘୁ ବଳିଆର ସିଂ ,ସର୍ବଜିତ୍ ସାହୁ, ଦେବାଶିଷ ଜେନା, ଜିତେନ୍ଦ୍ର ଚମ୍ପତି, ମହିଳା ନେତ୍ରୀ ମାନସୀ ମହାନ୍ତି, ସୁଚିତ୍ରା ବେହେରା, ପୁଷ୍ପଲତା ରାଉଳ, ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ୫୦ ୟୁନିଟ୍ ରକ୍ତ ସଂଗୃହୀତ ହୋଇଛି ବୋଲି ଉତ୍ତର ସଂଯୋଜକ ଡଃ ପ୍ରକାଶ ତ୍ରିପାଠୀ ଜଣାଇଛନ୍ତି। ଶେଷରେ ୱାର୍ଡ ନମ୍ବର ୧୦ ଓ ୧୯ର ସମସ୍ତ ସ୍ବାସ୍ଥ୍ୟ କର୍ମୀ, ଅଙ୍ଗନ ବାଡି ସଦସ୍ୟା, ସି ଓ, ୱାର୍ଡ ଅଫିସର, ସାନିଟାରୀ ଅଫିସରଙ୍କୁ ଉତ୍ତରୀୟ ମାନପତ୍ର ପ୍ରଦାନ କରି ସମ୍ମାନୀତ କରାଯାଇଥିଲା।
Sign in
Sign in
Recover your password.
A password will be e-mailed to you.
Next Post