ଖନାତରାରୁ ମାଳପଡା ରାସ୍ତା ବହୁତ ଶୋଚନୀୟ ଅବସ୍ଥା, ପ୍ରଶାସନ ନିଦା ବିଷ୍ଣୁ 

0

ସମିତି ସଭ୍ୟଙ୍କ ନେତୃତ୍ୱରେ ରାସ୍ତା ମରାମତି କଲେ ଗାଁ ଲୋକ 

ଧର୍ମଗଡ /ସୁଶାନ୍ତ ରାଉତ :ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ତମ୍ୱାଛଡା ଗ୍ରାମ ପଞ୍ଚାୟତର ଖନାତରାରୁ ମାଳପଡା ରାସ୍ତା ବହୁତ ଶୋଚନୀୟ ଅବସ୍ଥା ହୋଇଥିବା ବେଳେ ପ୍ରଶାସନ କୁ ବାରମ୍ବାର ଜଣାଇବା ସତ୍ତ୍ୱେ ମଧ୍ୟ ସମସ୍ତେ ଅଣଦେଖା କରୁଥିବାରୁ ସମିତି ସଭ୍ୟ ପ୍ରତିନିଧି ତଥା ସୋସିଆଲ ୱୈଲଫେୟର୍ ଅର୍ଗାନେଯେସନ୍ ଧର୍ମଗଡ଼ କଳାହାଣ୍ଡି ସଂଗଠନ ର ସଭାପତି (ଯୁବ ସମାଜସେବୀ) ଶ୍ରୀ ଗୋପୀନାଥ ମହାନନ୍ଦଙ୍କ ନେତୃତ୍ୱରେ ରାସ୍ତା ମରାମତି ପାଇଁ ୪୦ ରୁ ଅଧିକ ଟ୍ରକ୍ ଓରୋମ ମାଟି ଆଣି ମାଳପଡା ଗାଁ ର ଗ୍ରାମବାସୀ ଙ୍କ ସହିତ ମିଶି ରାସ୍ତା ରେ ଓରାମ୍ ଦେଇ ରାସ୍ତା କୁ ଭଲ ଭାବରେ ନିର୍ମାଣ କରିଥିଲେ। ଏହି ଶୋଚନୀୟ ଅବସ୍ଥା ରେ  ଥିବା ରାସ୍ତା ନିର୍ମାଣ ରେ ସ୍ୱେଚ୍ଛାକୃତ କାର୍ଯ୍ୟ ରେ ସହଯୋଗ କରିଥିଲେ କୈଳାସ ମହାନନ୍ଦ, ଲୋକନାଥ ହଂସ, ଗିରିଧାରୀ ସେନାପତି, ଉମାକାନ୍ତ ଗୋପାଳ, ବିରଞ୍ଚି ହଂସ ଓ ସୂଧର ହଂସ ସମସ୍ତେ ମିଶି ରାସ୍ତା ରେ ଓରୋମ ମାଟି ଦେଇ ରାସ୍ତା କୁ ସୁନ୍ଦର ଭାବରେ ନିର୍ମାଣ କରିଥିଲେ। ଯାହା ପ୍ରଶାସନ ପକ୍ଷରୁ କରିବା କଥା କିନ୍ତୁ  ସମସ୍ତେ କରିଛନ୍ତି।

Leave A Reply

Your email address will not be published.