ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଙ୍କ ସୁସ୍ଥତା ପାଇଁ ପ୍ରାର୍ଥନା

0

ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ- ବିଜେଡି ର ବରିଷ୍ଠ ଉପସଭାପତି ତଥା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଏବେ ମହାମାରୀ କରୋନା ରୋଗରେ ଆକ୍ରାନ୍ତ । ଏଥିପାଇଁ ଶ୍ରୀଯୁକ୍ତ ଆଚାର୍ଯ୍ୟ ବରଗଡ଼ ର ଏକ ଘରୋଇ ହସ୍ପିଟାଲରେ ଭତ୍ତି ହୋଇ ଚିକିତ୍ସିତ ହେଉଛନ୍ତି । ସମ୍ବଲପୁର ଠାରେ ସାଂସଦ  ପ୍ରସନ୍ନ ଆଚାଯ୍ୟ ଙ୍କ ସୁସ୍ଥତା କାମନା କରି ତାଙ୍କର ସୁଭେଚ୍ଛୁ ମାନେ ମାଁ ସମଲେଶ୍ବରୀ ଙ୍କ ଠାରେ ପୁଜାଚ୍ଚନା କରି ଦିପ ପ୍ରଜ୍ଜଳନ କରିଛନ୍ତି ।ସମ୍ବଲପୁର ମାଁ ସମଲେଶ୍ବରୀ ମନ୍ଦିର ବାହାରେ ପୁର୍ବତନ ରାଜ୍ୟସଭା ସାଂସଦ ସୁଶ୍ରୀ ପ୍ରମିଳା ଵହିଦାର , ଯୁବ ବିଜେଡି ର ରାଜ୍ୟ  ସାଧାରଣ ସଂପାଦକ ହିରାଲାଲ ବେହେରା ,ମନୋଜ ମହାପାତ୍ର,ବରିଷ୍ଠ ବିଜେଡି ନେତା ଅସୋକ ସେନାପତି  ଙ୍କ ସମେତ ସହରରେ ଥିବା  ପ୍ରସନ୍ନ ବାବୁଙ୍କ ବହୁ ସୁଭେଚ୍ଛୁ ଉପସ୍ଥିତ ରହି ମାଁ ଙ୍କ ଠାରେ ସାଂସଦ ଙ୍କ ଶ୍ରୀଘ୍ର ତଥା ଆଶୁ ଆରୋଗ୍ୟ ପାଇଁ ପ୍ରାଥନା କରିଥିଲେ ।

        

Leave A Reply

Your email address will not be published.