ସମ୍ବଲପୁର ରେ ନବୀନଙ୍କ ଜନ୍ମଦିନ ପାଳିତ

0

 ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ –  ଚଳିତ ବର୍ଷ କୋଭିଡ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଜନ୍ମଦିନ କୁ ପାଲନ କରିବେ ବହି ବୋଲି ଘୋଷଣା କରିଥିବା ପରିପ୍ରେକ୍ଷୀରେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୫ ତମ ଜନ୍ମଦିନକୁ   ବିଜେଡିକର୍ମୀ ମାନେ   ନିଡାମ୍ବବର ଭାବରେ ପାଲନ କରିଥିବା ଦେଖାଦେଇଛି । ସମ୍ବଲପୁର ଜିଲ୍ଲା ବିଜେଡି ଆଇନଜିବୀ ସାମୁଖ୍ୟ ,ବିଜେଡ଼ି ଯୁବ ଛାତ୍ର ସଂଗଠନ ପକ୍ଷରୁ ବିଜେଡି ସୁପ୍ରିମୋ ଙ୍କ ଜନ୍ମଦିନ ପାଲନ ଅବସରରେ ସମ୍ବଲପୁର ର ଅଧିଷ୍ଟାତ୍ରି ଦେବି ମାଁ ସମଲେଶ୍ବରୀ ଦେବୀ ଙ୍କ ଠାରେ ଦିପ ପ୍ରଜ୍ଜଳନ କରାଯାଇଥିଲା । ଏଥିସହ ବିଜେଡିର ସବୁ ସଭ୍ୟ ମାନେ ନବୀନ ଙ୍କ ସୁସ୍ଥ ତଥା ଦିର୍ଘାୟୁ କାମନା କରି ମାଁ ଙ୍କ ମନ୍ଦିର ବାହାରେ ପ୍ରାଥନା କରାଯାଇଥିଲା । ପରେ ପରେ ସମଲେଶ୍ବରୀ ମନ୍ଦିର ବାହାରେ ଲୋକଙ୍କୁ କୋଭିଡ ନେଇ ସଚେତନତା କରିଯିବା ସହ ମାସ୍କ ମଧ୍ୟ ବଣ୍ଟନ କରାଯାଇଥିଲା ।

 

Leave A Reply

Your email address will not be published.