କୁକୁର ଉପରେ ପେଟ୍ରୋଲ ଫିଙ୍ଗିବା ହେଲା କାଳ

0

ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗର ଅଞ୍ଚଳର ରାମପୁରରେ ଆଜି ସକାଳେ ଏକ ଦମ୍ପତ୍ତି ପୋଡ଼ି ହୋଇ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି ।

ସୂଚନାନୁଯାୟୀ, ଆଜି ସକାଳେ  ୮ ଟାରୁ  ୮ ଟା ୩୦ ମଧ୍ୟରେ ସ୍ବାମୀ ଗିରିବର ଦାସ (୫୦) ଓ ସ୍ତ୍ରୀ ଗୀତା ଦାସ (୪୫) ଘରେ ଥିବା ବେଳେ ହଠାତ୍ ବୁଲା କୁକୁରଟିଏ ଘର ଭିତରକୁ ପଶି ଆସିଥିଲା। କୁକୁରଟି ଉପରେ ପେଟ୍ରୋଲ ଫିଙ୍ଗିବା ବେଳେ ପାଖରେ ଥିବା ଜ୍ବଳନ୍ତ କୋଇଲା ଚୁଲିରୁ ନିଆଁ ଲାଗି ଉଭୟେ ପୋଡ଼ି ଯାଇଥିଲେ। ଘଟଣା ସ୍ଥଳରେ ବ୍ରଜରାଜନଗର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ଓ ସାଇଣ୍ଟିଫିକ୍ ଟିମର ରିପୋର୍ଟକୁ ଅପେକ୍ଷା କରିଛନ୍ତି ।

Leave A Reply

Your email address will not be published.