ପ୍ରଧାନମନ୍ତ୍ରୀ, ଧର୍ମେନ୍ଦ୍ର ଓ ଜୁଏଲ ଜଣାଇଲେ ଶୁଭେଚ୍ଛା, ହେଲେ ନବୀନଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେନି ବୈଜୟନ୍ତ 

0

ନବୀନଙ୍କୁ ଜଣାଇଲେନି ସିନା, ଇନ୍ଦୋରର ବିଜେପି ସାଂସଦଙ୍କୁ ବୈଜୟନ୍ତ ଜଣାଇଛନ୍ତି ବାର୍ଥ ଦେ ଉଇଶ

 ବଡ଼ ଭାଇ ନକଲେ ନାହିଁ, ବୈଜୟନ୍ତଙ୍କ ସାନଭାଇ  ଇମ୍ଫା ଏମଡି ଶୁଭ୍ରକାନ୍ତ ନବୀନଙ୍କୁ  ଜଣାଇଲେ ଶୁଭେଚ୍ଛା 

ଭୁବନେଶ୍ୱର (ଶାସକ ପ୍ରଶାସକ) : ଏହା ଏକାନ୍ତ ବ୍ୟକ୍ତିଗତ କଥା | ଏଥିରେ କାହାର କିଛି କହିବାର ନାହିଁ | ହେଲେ ସେ ଏତେ ବଡ ଜାତୀୟ ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ | ଏତେଦିନ ସାଙ୍ଗ ହୋଇ ଥିଲେ | ପୁଣି ରାଜନୀତିରେ ଅଛନ୍ତି | ରାଷ୍ଟ୍ରପତି ଶୁଭେଚ୍ଛା ଜଣାଉଛନ୍ତି, ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଉଛନ୍ତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭେଚ୍ଛା ଜଣାଉଛନ୍ତି, ତ୍ରିପୁରା ମୁଖ୍ୟମନ୍ତ୍ରୀ ଜଣାଇଛନ୍ତି ଶୁଭେଚ୍ଛା, ସାଂସଦ ଜୁଏଲ ଓରାମ ଜଣାଇଛନ୍ତି ଶୁଭେଚ୍ଛା | ତେଣୁ ସୌଜନ୍ୟତାର ସହ ଜନ୍ମଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଶୁଭେଚ୍ଛା ଜଣାଇଥିବେ ବୋଲି ଆଶାକରଯାଉଥିଲା | କାରଣ କିଏ କାହାକୁ କଣ ଜଣାନ୍ତୁ ନଜଣାନ୍ତୁ, ପ୍ରତ୍ୟେକ ଦିନ କିନ୍ତୁ ବୈଜୟନ୍ତ ବାବୁ କିଛି ବିଶିଷ୍ଟ ବ୍ୟକ୍ତିଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇଥାନ୍ତି | ତେଣୁ ଚିରାଚରିତ ଭାବେ ସେ ନବୀନ ବାବୁଙ୍କ ଭଳି ଜାତୀୟ ସ୍ତରର ନେତାଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇଥିବେ ବୋଲି ଆଶା କରାଯାଉଥିଲା | ହେଲେ କାହିଁ ତାଙ୍କ ଟୁଇଟର ହାଣ୍ଡଲ ରେ କୋଉଠି ଶୁଭେଚ୍ଛା ପାଇଲୁ ନାହିଁ | ଚାରୋଟି ଟୁଇଟର ହାଣ୍ଡଲ ଦରାଣ୍ଡିଲୁ , ହେଲେ ଗୋଟିଏ ଅଫିସିଆଲ ଟୁଇଟର ହାଣ୍ଡଲରେ ମଧ୍ୟପ୍ରଦେଶର ଜଣେ ଏମପିଙ୍କୁ ବୈଜୟନ୍ତ ବାବୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି | ହେଲେ ନବୀନ ବାବୁଙ୍କ ପାଇଁ ଶୁଭେଚ୍ଛା ବାର୍ତ୍ତା ତାଙ୍କ ଟୁଇଟର ହାଣ୍ଡଲରେ ଖବର ଲେଖା ହେବା ପର୍ଯ୍ୟନ୍ତ ନାହିଁ | 

ନବୀନଙ୍କୁ ସିନା ଜଣାଇନାହାନ୍ତି ଶୁଭେଚ୍ଛା,  ହେଲେ ବୈଜୟନ୍ତ ବାବୁ ଇନ୍ଦୋରର ସାଂସଦ ଶଙ୍କର ଲାଲବାନିଙ୍କୁ ଜନ୍ମଦିନରେ ଆଜି ଶୁଭେଚ୍ଛା ଜଣାଇଛନ୍ତି |  ତାଙ୍କର ୪ଟି ଟୁଇଟର ପେଜରେ କୋଉଠି କିଛି ଶୁଭେଚ୍ଛା ବାର୍ତ୍ତା ନାହିଁ | ଅବଶ୍ୟ କିଏ କାହାକୁ ଶୁଭେଚ୍ଛା ଜଣାଇବା ନଜଣାଇବା ବ୍ୟକ୍ତିଗତ କଥା | ହେଲେ ବୈଜୟନ୍ତ ପଣ୍ଡାଙ୍କ ଓ ଓଟିଭି ଓ ସରକାରଙ୍କ ମଧ୍ୟରେ  ବର୍ତ୍ତମାନ ଯେଉଁ ଟଣାଓଟରା ପରିସ୍ଥିତି ଚାଲିଛି ସେଥିପାଇଁ ବୋଧେ ବୈଜୟନ୍ତ ବାବୁ ଶୁଭେଚ୍ଛା ଜଣାଇନାହାନ୍ତି ବୋଲି ଆଶା କରାଯାଉଛି | 

ଅବଶ୍ୟ ଟୁଇଟରରେ ନକରି କଲେ ଅନ୍ୟ ସାମାଜିକ ଗଣମାଧ୍ୟମରେ ଶୁଭେଚ୍ଛା ଜାଣିଥିବେ ଅବା ଫୋନେ ଯୋଗେ ଶୁଭେଚ୍ଛା ଜଣାଇଥିବେ ବୋଧ ହୁଏ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ପୁରୁଣା ଅନ୍ତରଙ୍ଗ ସହଯୋଗୀ ବୈଜୟନ୍ତ | 

ବୈଜୟନ୍ତ ପଣ୍ଡା ସିନା ଜଣାଇ ନାହାନ୍ତି ନବୀନ ବାବୁଙ୍କୁ ଜନ୍ମଦିନର ଶୁଭକାମନା | ହେଲେ ତାଙ୍କ ସାନ ଭାଇ ତଥା ବୈଜୟନ୍ତଙ୍କ ପରିବାର ପରିଚାଳିତ ଇମ୍ଫାକମ୍ପାନୀର ଏମଡି ଶୁଭ୍ରକାନ୍ତ ପଣ୍ଡା ନବୀନଙ୍କୁ  ଜଣାଇଛନ୍ତି ଜନ୍ମଦିନରେ ହାର୍ଦ୍ଦିକ ଶୁଭକାମନା | ସେ ତାଙ୍କ ଟୁଇଟର ହାଣ୍ଡଲରେ ନବୀନଙ୍କୁ ଶୁଭେଚ୍ଛା ଜଣାଇ  ଲେଖିଛନ୍ତି ” Best wishes to Hon’ble CM 

@Naveen_Odisha   on his birthday – may he be blessed with a long life & continue to serve people of Odisha. I’ve had the opportunity to meet him on many occasions over the years; this was to receive an award instituted by a leading newspaper.”

Leave A Reply

Your email address will not be published.