ମହାରାଜା କୃଷ୍ଣଚନ୍ଦ୍ର ଗଜପତି ସ୍ୱତନ୍ତ୍ର ବିଦ୍ୟାଳୟରେ “ବିଶ୍ୱ ଧଳା ବାଡି ଦିବସ” କାର୍ଯ୍ୟକ୍ରମ ପାଳିତ

0

http://www.youtube.com/watch?v=XGFFxcT8X00 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୋହନା କଣ୍ଟେଇକୋଳି ସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦୃଷ୍ଟିହୀନ , ବଧିର ଓ ମାନସିକ ଅନଗ୍ରସର  ମସ୍ତିଷ୍କ ପକ୍ଷାଘାତ ସ୍ୱତନ୍ତ୍ର ବିଦ୍ୟାଳୟ ରେ “ବିଶ୍ୱ ଧଳା ବାଡି ଦିବସ” କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି। ଏହି ବୈଠକରେ ମୁଖ୍ୟ ଅତିଥି ରୂପେ ଗଜପତି ଜିଲ୍ଲାର ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ରବିନ୍ଦ୍ରନାଥ ବେହେରା ,   ସମ୍ମାନିତ ଅତିଥିଭାବେ ଗଜପତି ଜିଲ୍ଲାର ଶିଶୁ ସୁରକ୍ଷା ଅଧିକାରୀ ଅରୁଣ  କୁମାର ତ୍ରିପାଠୀ , ଜିଲ୍ଲା ଶିଶୁ ମଙ୍ଗଳ କମିଟି ସଦସ୍ୟା ଅଳକା ସାହୁ , ଅନୁଷ୍ଠାନର ସମ୍ପାଦକ ଦଣ୍ଡାସି ସାହୁ , ସଂଯୋଜକ ରାମେଶ୍ଵର ପାତ୍ର ,  ବଧିର ବିଭାଗ ର ପ୍ରିନ୍ସିପାଲ ଅଖିଳ ସାହୁ , ଦୃଷ୍ଟିହୀନ ବିଭାଗର ପ୍ରିନ୍ସିପାଲ ପଦ୍ମିନୀ ମହାନ୍ତ, ବିଦ୍ୟାଳୟ ପରିଚାଳନା କମିଟି ବୃନ୍ଦ ଓ କର୍ମଚାରୀଗଣ ଯୋଗଦେଇଥିଲେ।

 ମୁଖ୍ୟ ଅତିଥି ରବିନ୍ଦ୍ରନାଥ ବେହେରା ,  ଦୃଷ୍ଟିହୀନ ବ୍ୟକ୍ତି ମାନଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିବା ଦରକାର ବୋଲି ମତବ୍ୟକ୍ତ କରିଥିଲେ ଓ ତାଙ୍କ ପାଇଁ ଧଳାବାଡିର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ ।  ଅନୁଷ୍ଠାନ ର ସଂପାଦକ ଦଣ୍ଡାସି ସାହୁ କହିଥିଲେ , ଯେ ଯଦି କୌଣସି ଭିନ୍ନକ୍ଷମ ଶିଶୁ ସମାଜ ରେ ଅବହେଳିତ ଅବସ୍ଥାରେ ଅଛି ତେବେ ଅନୁଷ୍ଠାନ ସହ ଯୋଗାଯୋଗ କରିବା ପାଇଁ ଅନୁରୋଧ କରିଥିଲେ।  ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଂଯୋଜକ ରାମେଶ୍ଵର ପାତ୍ର ପରିଚାଳନା କରିଥିଲେ। ପରିଶେଷରେ ବ୍ୟଗଂକବି ମଧୁସୂଦନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.