ବିଜେପି ପ୍ରଚାର କମିଟି ବୈଠକ :ଉପ-ନର୍ବାଚନ ରଣନୀତି ଉପରେ ଗୁରୁତ୍ୱ

0

ବାଲେଶ୍ୱର,(ଶାସକ ପ୍ରଶାସକ ): ବାଲେଶ୍ୱର ଉପ-ନିର୍ବାଚନ ପରିପ୍ରେକ୍ଷୀରେ ବିଜେପି ପ୍ରଚାର କମିଟିର ଏକ ବୈଠକ ସ୍ଥାନୀୟ ସୂରଜ ହୋଟେଲ ପରିସରରେ ଆଜି ଅନୁଷ୍ଠିତ ହୋଇଯାଇଛି । କମିଟି ଅଧ୍ୟକ୍ଷ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ଏଥିରେ ଅଧ୍ୟକ୍ଷତା କରିବା ସହିତ ଚଳିତ ଉପ-ନିର୍ବାଚନର ରଣନୀତି ଓ ପ୍ରଚାର ଧାର ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଏହି ନିର୍ବାଚନରେ ବିଜେପି ଅତ୍ୟନ୍ତ ଭଲ ସ୍ଥିତିରେ ରହିଥିବା ବେଳେ ବିଜୟ ଆମର ନିଶ୍ଚିତ ବୋଲି ସେ କହିଥିଲେ । କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଭୋଟରମାନଙ୍କୁ ଅବଗତ କରିବା ସାଙ୍ଗକୁ ରାଜ୍ୟ ଶାସକ ଦଳର ପାତରଅନ୍ତର ନୀତି ଉପରେ ଗୁରୁତ୍ୱ ଆରୋପ ପାଇଁ ଅଧ୍ୟକ୍ଷ ଶ୍ରୀ ମହାନ୍ତି ଉପସ୍ଥିତ କମିଟି ସଦସ୍ୟମାନଙ୍କୁ ପରାମର୍ଶ ଦେଇଥିଲେ । କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ରାଜ୍ୟ ବିରୋଧୀ ଦଳନେତା ପ୍ରଦୀପ୍ତ କୁମାର ନାୟକ, ଉପନେତା ବିଷ୍ଣୁ ସେଠୀ, ବିରୋଧୀଦଳ ମୁଖ୍ୟ ସଚେତନକ ମୋହନ ମାଝୀ, ନୀଳଗିରି ବିଧାୟକ ସୁକାନ୍ତ ନାୟକ,  ବିଜେପି ସାଧାରଣ ସମ୍ପାଦକ ତଥା ବାଲେଶ୍ୱର ଜିଲ୍ଲା ପ୍ରଭାରୀ ଗୋଲକ ମହାପାତ୍ର, ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ, ରାଜ୍ୟ ମହିଳା ମୋର୍ଚ୍ଚା ସଭାପତି ସ୍ମୃତି ପଟ୍ଟନାୟକ, ରାଜ୍ୟ ସମ୍ପାଦିକା ସିପ୍ରା ବାଜପେୟୀ,ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, ପ୍ରାର୍ଥୀ ମାନସ କୁମାର ଦତ୍ତ ପ୍ରମୁଖ ଏଥିରେ ଯୋଗଦେଇ ଚଳିତ ଉପ-ନିର୍ବାଚନର ବିଭିନ୍ନ ରଣ କୌଶଳ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଅନ୍ୟାନ୍ୟ ରାଜନୈତିକ ଦଳଙ୍କ ଅପେକ୍ଷା ବିଜେପି ଭଲ ସ୍ଥିତିରେ ରହିଥିବା ବେଳେ ତୃଣମୂଳସ୍ତରରୁ ସାମୂହିକ ଭାବେ ଚେଷ୍ଟା କରାଗଲେ ଆମେ ନିଶ୍ଚିତ ବିଜୟ ଲାଭ କରିବା ବୋଲି  ଉପସ୍ଥିତ କର୍ମକର୍ତ୍ତା ଓ ସଦସ୍ୟମାନେ ହୃଦବୋଧ କରିଥିଲେ । ତଦନୁଯାୟୀ ସମସ୍ତେ କାର୍ଯ୍ୟ ଜାରି ରଖିବା ପାଇଁ କେନ୍ଦ୍ରମନ୍ତ୍ରୀ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ ।

Leave A Reply

Your email address will not be published.