ଓଡିଶା ମୋ ପରିବାର ଜୀବନ ବିନ୍ଦୁ ତରଫରୁ ବରଗଡ଼ ସହଁରାପାଲିରେ ରାଲହଟଦାନ ଶିବିର 

0

 ୬୦ୟୁନିଟ ରକ୍ତ ସଂଗୃହୀତ, ସାମିଲ ହେଲେ ଅଧିକ ସଂଖ୍ୟାରେ ମହିଳା ଓ ଯୁବତୀ 

ବରଗଡ :- କରୋନା ମହାମାରୀ ସମୟରେ ରକ୍ତ ଅଭାବକୁ ଦୂର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ତଥା ବରଗଡ଼ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ ଦେବେଶ ଆଚାର୍ଯ୍ୟଙ୍କ ତତ୍ବାବଧାନରେ ଓଡିଶା ମୋ ପରିବାର ଜୀବନ ବିନ୍ଦୁ ତରଫରୁ ବରଗଡ଼ ସହଁରାପାଲି ଗ୍ରାମ ର ପ୍ରାଥମିକ ବିଦ୍ୟାଳୟ ରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା।ଏହି ଶିବିର ରେ ମୁଖ୍ୟ  ଅତିଥି ଭାବେ ସମ୍ବଲପୁରୀ ବସ୍ତ୍ରାଳୟର ପୁର୍ବତନ ସଭାପତି ଶ୍ରୀ ସମ୍ବିତ ଆଚାର୍ଯ୍ୟ  ଏବଂ ଯୁବ ସଂଗଠକ  ଶ୍ରୀ ଉମେଶ ଚନ୍ଦ୍ର ପଣ୍ଡା ଫିତାକାଟି ଶିବିର କୁ ଉଦ୍ଘାଟନ କରିଥିଲେ।ଏହି ଶିବିରରେ ବରଗଡ ରକ୍ତ ଭଣ୍ଡାର ଦ୍ବାରା ସର୍ବମୋଟ ୬୦ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଏହି ଶିବିରରେ ଅନେକ ସଂଖ୍ୟାରେ ଯୁବତୀ ଓ ମହିଳା ମାନେ ସ୍ବେଚ୍ଛାକୃତ ଭାବରେ ରକ୍ତଦାନ କରିଥିଲେ । ଗ୍ରାମର ଅନେକ ଯୁବକ ପ୍ରଥମ ଥର ରକ୍ତ ଦାନ କରି ଖୁସି ପ୍ରକଟ କରିଥିବା ଜିଲ୍ଲା ଜୀବନ ବିନ୍ଦୁ ସହ ସଂଯୋଜକ ଶ୍ରୀ ଅଶ୍ୱିନୀ ରିପାଠୀ ସୂଚନା ଦେଇଛନ୍ତି ।  ଯୁବସଂଗଠକ  ଉମେଶ   ପଣ୍ଡା,ଜୀବନ ବିନ୍ଦୁ ସହ ସଂଯୋଜକ  ଅଶ୍ବିନୀ ତ୍ରିପାଠୀ, କ୍ଷୀରୋଦ୍ର ସାହୁ, ସଂଖ୍ୟାକାରୀ ସାହୁ,ନାଥ ସାହୁ,ଶେଷଦେବ ଝାଙ୍କର,ହରିହର ସାହୁ,ନିରଞ୍ଜନ ପଧାନ ପ୍ରମୂଖ ଶିବିର ପରିଚାଳନା କରିଥିଲେ।

ସମସ୍ତ ରକ୍ତଦାତା ମାନଙ୍କୁ ପ୍ରମାଣ ପତ୍ର ବିତରଣ କରାଯିବା ସହିତ ଶୁଭେଚ୍ଛୁ ଏବଂ ସହଁରାପାଲି ଗ୍ରାମବାସୀ ମାନଙ୍କୁ ଅନେକ ଅନେକ ଧନ୍ୟବାଦ ଜଣାଇଥିଲେ ଜୀବନ ବିନ୍ଦୁ କାର୍ଯକ୍ରମ ର ସହ ସଂଯୋଜକ ଶ୍ରୀ ତ୍ରିପାଠୀ ।

Leave A Reply

Your email address will not be published.