ପରିବେଶବିତ୍ ଅଶୋକ ମହାନ୍ତଙ୍କୁ ବିଜୁ ପଟ୍ଟନାୟକ ସମ୍ମାନ

0

ବାରିପଦା/ ଦିଲ୍ଲୀପ ମହାନ୍ତି -ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ କାର୍ଯ୍ୟାଳୟ ଅଧିନସ୍ଥ ଗୋରୁମହିଷାଣୀ ଅଂଚଳର ବିଶିଷ୍ଟ ଯୁବ ପରିବେଶବିତ ଅଶୋକ ମହାନ୍ତଙ୍କୁ  ବନ ସୁରକ୍ଷା, ବୃକ୍ଷ ରୋପଣ, ବନ୍ୟପ୍ରାଣୀ ସୁରକ୍ଷା , ବିଭିନ୍ନ କ୍ଷେତ୍ରରେ ଜନ ଜାଗରଣ ସୃଷ୍ଟି କରିବା ନେଇ ଆଜୀବନ ଉଲ୍ଲେଖନୀୟ ଅବଦାନ  ପାଇଁ  ଓଡ଼ିଶା ସରକାରଙ୍କ ତରଫରୁ ବନଖଣ୍ଡ କାର୍ଯ୍ୟାଳୟ ପରିସରରେ ସୋମବାର ଦିନ ଏକ ସମ୍ବର୍ଧନା ଉତ୍ସବରେ  ବିଜୁ ପଟ୍ଟନାୟକ  ସମ୍ମାନରେ ସମ୍ମାନିତ କରାଯାଇଛି । ମୁଖ୍ୟ ଅତିଥି ବନଖଣ୍ଡ ଅଧିକାରୀ ଡ଼ଃ ଅରୁଣ ମିଶ୍ର ତାଙ୍କୁ ସମ୍ବର୍ଦ୍ଧିତ କରିବା ସହ ୫୦୦୦ଟଙ୍କାର ଏକ ଚେକ୍ ପ୍ରଦାନ କରିଥିଲେ ।ଏହି କାର୍ଯ୍ୟକ୍ରମରେ ଏସିଏଫ ନବୀନ ଚନ୍ଦ୍ର ନାଏକ,ଏସିଏଫ ବୈଦ୍ୟନାଥ ମାଝୀ,ଫରେଷ୍ଟର ସତ୍ୟବ୍ରତ ପଟ୍ଟନାୟକ ସମେତ ବହୁ ବନ କର୍ମଚାରୀ ଉପସ୍ଥିତ ରହି  ବିଜୁପଟ୍ଟନାୟକ ସମ୍ମାନରେ  ସମ୍ମାନିତ  ପରିବେଶବିତ୍ ଅଶୋକ ମହାନ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

Leave A Reply

Your email address will not be published.