ବ୍ରଜରାଜନଗରରେ ରାସ୍ତାର ହାଲ୍ କୁ ନେଇ ଚିଠି ଲେଖି ଜଣାଇଲା ବ୍ରଜରାଜନଗର ବିକାଶ ମଞ୍ଚ। 

0

ରାସ୍ତାର ଶୋଚନୀୟ ଅବସ୍ଥା ନେଇ ଏକବିଂଶ ଶତାବ୍ଦୀରେ ମଧ୍ୟ ଲେଖିବାକୁ ପଡ଼ୁଛି ଦରଖାସ୍ତ।

ଝାରସୁଗୁଡ଼ା:(ସୁଭାଷ ସହାରେ)-ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗର ମ୍ୟୁନିସିପାଲିଟି ଅଞ୍ଚଳରେ ଥିବା ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ। ଦୁଇ ନମ୍ବର ମେନ ରୋଡରୁ ତୁର୍ନାଲ ରୋଡ ଓ ରେଲୱେ ଷ୍ଟେସନରୁ ତୁର୍ନାଲ ରୋଡ ପର୍ଯ୍ୟନ୍ତ ରାସ୍ତାର ଶୋଚନୀୟ ଅବସ୍ଥାକୁ ନେଇ ବ୍ରଜରାଜନଗର ବିକାଶ ମଞ୍ଚ ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟକୁ ପତ୍ର ଲେଖି ଚିନ୍ତା ପ୍ରକଟ କରିଛନ୍ତି। 

ସୂଚନାଯୋଗ୍ୟ ଯେ ବ୍ରଜରାଜନଗରର ଏହି ଦୁଇ ରାସ୍ତା ଦିନସାରା ବ୍ୟସ୍ତ ରହେ। ନିତିଦିନ ହଜାର ହଜାର ସଂଖ୍ୟାରେ ଲୋକ ଓ ଗାଡ଼ି ମଟର ଏହି ରାସ୍ତା ଦେଇ ଯିବା ଆସିବା କରନ୍ତି। ମାତ୍ର ରାସ୍ତାରେ ବଡ଼ ବଡ଼ ଗାତ ସୃଷ୍ଟି ହୋଇ ଏହା ଲୋକଙ୍କ ପାଇଁ ମରଣ ଯନ୍ତାରେ ପରିଣତ ହୋଇଛି। ଅସରାଏ ବର୍ଷା ହେଲେ ଗାତ ଗୁଡ଼ିକ ପାଣିରେ ଭରପୂର ହୋଇ ଯାଇ ଗମନାଗମନକୁ ବିପଦପୂର୍ଣ୍ଣ କରି ଦିଅନ୍ତି ।ଅନ୍ୟ ପକ୍ଷରେ ଟ୍ରାଫିକ୍ ଜାମ ହେଲେ ଏହି ରାସ୍ତାରେ ଅନେକ ସମୟ ନଷ୍ଟ ହୁଏ ଏବଂ ଅଫିସ ଓ ଡାକ୍ତରଖାନା ଭଳି ଜରୁରୀ ସ୍ଥାନକୁ ପହଞ୍ଚିବା ପାଇଁ ଅଯଥା ବିଳମ୍ବ ହୁଏ ବୋଲି ମଞ୍ଚର କାର୍ଯ୍ୟକାରୀ ଅଧ୍ୟକ୍ଷ ଜୀବନ ସାର୍ଥକ ଓରଫ ଗୁଡ୍ଡୁ ଦାସ କହିଛନ୍ତି। ତେଣୁ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏହି ରାସ୍ତା ଗୁଡ଼ିକ ଅବିଳମ୍ବେ ମରାମତି କରାଇବାକୁ ପଦକ୍ଷେପ ନେବାକୁ ସେ ଅନୁରୋଧ କରିଛନ୍ତି।

Leave A Reply

Your email address will not be published.