ବୁଗୁଡା / ଡ଼ଃ କୁମୁଦ ଚନ୍ଦ୍ର ବେହେରା : ବୁଗୁଡ଼ା ପାଞ୍ଚାୟତ ସମିତିର ନବମ ସାଧାରଣ ବୈଠକ ବୁଦ୍ଧଖୋଲ କଲ୍ୟାଣ ମଣ୍ଡପରେ ବ୍ଲକ୍ ଅଧ୍ୟକ୍ଷା ମାମି ସେନାପତିଙ୍କ ଅଧ୍ୟକ୍ଷତାରେ ଅକ୍ଟୋବର ୧୦ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ, ବୁଗୁଡା ବିଡିଓ ତନ୍ମୟ ପାତ୍ର, ତହସିଲଦାର ସଂଗ୍ରାମ କେଶରୀ ଜେନା, ବ୍ଲକ ଉପାଧ୍ୟକ୍ଷ ଟୁକୁନା ସ୍ଵାଇଁ ଓ ଜିଲ୍ଲା ପରିଷଦ ସଦସ୍ୟା ଭୁବନେଶ୍ଵରୀ ଖଟେଇ ପ୍ରମୁଖ ମଞ୍ଚାସୀନ ଥିଲେ। ବ୍ଲକ୍ ର ସମସ୍ତ ପଞ୍ଚାୟତ ସରପଞ୍ଚ ଓ ସମିତି ସଭ୍ଯ/ସଭ୍ୟା, ବ୍ଲକ୍ ଅନ୍ତର୍ଗତ ବିଭିନ୍ନ ବିଭାଗର ପ୍ରତିନିଧି ଏଥିରେ ଯୋଗ ଦେଇଥିବା ବେଳେ ବୁଗୁଡ଼ା ବନାଞ୍ଚଳର କେହି ପ୍ରତିନିଧି ନଥିବା ଯୋଗୁ୍ କ୍ଷୋଭ ପ୍ରକାଶ କରାଯାଇଥିଲା। ପଞ୍ଚଦଶ ଅର୍ଥକମିଶନ୍ ଙ୍କ ଜରିଆରେ ମିଳିଥିବା ଏକ କୋଟି ଏଗାର ଲକ୍ଷ ଟଙ୍କାର ଯୋଜନା ବୈଠକରେ ଗୃହିତ ହୋଇଥିଲା। ପୂର୍ବ ବୈଠକର ନିଷ୍ପତ୍ତି ଗୁଡିକ ସମୀକ୍ଷା କରାଯାଇ ଗ୍ରହଣ କରାଯାଇଥିଲା। ଏନ୍.ଆର.ଜି.ଏସ୍ ହିତାଧିକାରୀଙ୍କ ନାମରେ ଆସିଥିବା ବିଭିନ୍ନ ପ୍ରକଳ୍ପ ଗୁଡିକୁ ୫ଟି ନିୟମ ଆଧାରରେ ଡାକଦ୍ଵାରା ଜଣାଇଦିଆଯିବ ଓ ପ୍ରତ୍ୟେକ ପଞ୍ଚାୟତରେ ଓଡ଼ିଆରେ ପ୍ରସ୍ତୁତ ତାଲିକା ଲଗାଯିବାକୁ ନିଷ୍ପତ୍ତି କରାଗଲା। ପଞ୍ଚାୟତ ସ୍ତରରେ ସଭାକରି ୪୮୯ ଜଣ ନୂଆ ପେନସନଧାରୀ ଙ୍କୁ ପେନସନ୍ ପ୍ରଦାନ କରାଯିବ ଓ ଆସନ୍ତା ୧୫ ଦିନ ମଧ୍ୟରେ ଯେଉଁ ରାସନ କାର୍ଡ ଗୁଡିକରେ କିଛି ଅସଙ୍ଗତି ଅଛି ତାହା ଦୂର କରାଯିବ। ସେହିଭଳି ଆମଗାଁ ଆମ ବିକାଶ ଯୋଜନା, ଅଙ୍ଗନୱାଡି ଗୃହ , ଏମ୍ ପି ଓ ବିଧାୟକ ହାତ ପାଣ୍ଠିରୁ ଆସିଥିବା ବିଭିନ୍ନ କାର୍ଯ୍ୟର ବିଲ୍ ଗୁଡିକର ତୁରନ୍ତ ପ୍ରାପ୍ୟ ପ୍ରଦାନ ପାଇଁ ଠିକ କରାଗଲା। ପଞ୍ଚାୟତ ଗୁଡିକରେ ଥିବା ସ୍କୁଲ ଗୁଡିକର ସମସ୍ୟା ଆସନ୍ତା ଏକ ସପ୍ତାହ ମଧ୍ୟରେ ସମାଧାନ କରାଯିବ ଓ ନୂତନ ହିତାଧିକାରୀ ମାନଙ୍କ ଦରଖାସ୍ତ ସରପଞ୍ଚ ଓ ସମିତି ସଭ୍ଯମାନେ ସଂଗ୍ରହ କରି ବ୍ଲକ୍ ର ଅନୁମୋଦନ ପାଇଁ ଅକ୍ଟୋବର ୩୦ ସୁଦ୍ଧା ପ୍ରଦାନ କରିବେ ବୋଲି ସ୍ଥିର କରାଯାଇଥିଲା। ବ୍ଲକର ଗ୍ରାମ ପଞ୍ଚାୟତ ଅଧିକାର କୃଷ୍ଣ ଚନ୍ଦ୍ର ସାହୁ ସ୍ଵାଗତ ଭାଷଣ ଓ ଧନ୍ୟବାଦ ପ୍ରଦାନ କରିଥିଲେ। ବ୍ଲକର ସହକାରୀ ଯନ୍ତ୍ରୀ ପର୍ଶୁରାମ ସେଠୀ ଏବଂ କନିଷ୍ଠ ଯନ୍ତ୍ରୀ ଓ କର୍ମଚାରୀ ବୃନ୍ଦ ପରିଚାଳନାରେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.