ଗୋଟିଏ ଦିନରେ ନିଷ୍ଠା ପରିବାରର ଦୁଇଟି ପ୍ରଶଂସନୀୟ କାର୍ଯ୍ୟ 

0

ଏପଟେ ରକ୍ତଦାନ ଶିବିର, ସେପଟେ କୋରୋନା ରୋଗୀଙ୍କ ଶବ ସତ୍କାର

ପଥର୍ଲା ରକ୍ତଦାନ ଶିବିରରୁ ୬୬ ୟୁନିଟ ରକ୍ତ ସଂଗ୍ରହ

ବରଗଡ :-ବରଗଡ଼ ନିଷ୍ଠା ପରିବାର ତରଫରୁ ଆଜି ପଥର୍ଲା ଗ୍ରାମରେ ଗ୍ରାମବାସୀ ମାନଙ୍କର ସହଯୋଗରେ ଏକ ମେଗା ରକ୍ତ ଦାନ ଶିବିରର ଆୟୋଜନ କରାଯାଇଥିଲା । ଏହି ଶିବିରରେ ବରଗଡ଼ ରକ୍ତ ଭଣ୍ଡାର ଦ୍ୱାରା ସମୁଦାୟ ୬୬ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ନିଷ୍ଠା ପରିବାର ସଭାପତି ଶ୍ରୀ ରକ୍ଷପାଳ ସାହୁ ଓ ସମ୍ପାଦକ ଶ୍ରୀ ଅଶ୍ୱିନୀ ତ୍ରିପାଠୀଙ୍କ ପ୍ରତକ୍ଷ ତତ୍ୱବାଧାନ ରେ ଆୟୋଜିତ ଏହି ଶିବିରରେ ଅନେକ ଉତ୍ସାହୀ ଯୁବକ ବନ୍ଧୁ ପ୍ରଥମ ଥର ରକ୍ତଦାନ କରିଥିଲେ । ବର୍ତମାନ ଏହି ଘଡିସନ୍ଧି ମୁହୂର୍ତ୍ତରେ ରକ୍ତଦାନ କରିଥିବା ସମସ୍ତ ଦାତା ମାନଙ୍କୁ ନିଷ୍ଠା ପରିବାର ତରଫରୁ ଧନ୍ୟବାଦ ଜ୍ଞାପନ କରାଯାଇଛି 

 ଜନସାଧାରଣଙ୍କର ସେବା ପାଇଁ ସବୁବେଳ ତତ୍ପର ଥିବା ନିଷ୍ଠା ପରିବାରର ସଭ୍ୟ ମାନେ ଆଜି ଜଣେ  କୋରୋନା ସଂକ୍ରମଣ ରେ ମୃତ୍ୟୁ ବରଣ କରିଥିବା ରୋଗୀଙ୍କର ଅନ୍ତିମ ସଂସ୍କାର କରିଥିଲେ । ବଲାଂଗିର ର ଜଣେ ବ୍ୟକ୍ତି ବରଗଡ ରେ କରୋନା ରୋଗରେ ମୃତ୍ୟୁବରଣ କରିଥିଲେ । ,କିଛି ଦିନ ପୁର୍ବ ରୁ ତାଙ୍କ ପତ୍ନିଙ୍କର ହୃଦରୋଗ ରେ ମୃତ୍ୟୁ ହୋଇଥିଲା।ପରିବାର ରେ ଦୁଃଖ ଉପରେ ଦୁଃଖ ଯୋଗୁଁ ଭାଂଗି ପଡିଥିଲେ ପୁରା ପରିବାର। ସେ ସମୟରେ ନିଷ୍ଠା ପରିବାର ବଢାଇଥିଲା ଏହି ପରିବାରକୁ ସହଯୋଗ ର ହାତ । ମୃତ୍ୟୁ ଖବର ପାଇବା ପରେ କାଳ ବିଲମ୍ବ ନକରି ନିଷ୍ଠା ଟିମ୍ ପହଂଚି  କାଠ ଯୋଗାଡ କରିବା ସହ ତାଙ୍କ ପରିବାର ସହ ମିଶି ଶବଦାହ କରିଥିଲା । ଏହି ଶବଦାହ ରେ  ନିଷ୍ଠା ପରିବାର ର ସଭାପତି ରକ୍ଷପାଲ ସାହୁ,ସଂପାଦକ ଅଶ୍ବିନୀ ତ୍ରିପାଠୀ,କ୍ଷୀରୋଦ୍ର ସାହୁ,ଲିଂଗରାଜ ସାହୁ,ମାନସ ମେହେର,ଶ୍ରୀବତ୍ସ ପ୍ରଧାନ, ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲାର ସମସ୍ତ ଙ୍କୁ ଭଲ ଭତରେ ଜଣା ଯେ ଉତ୍ତମ ସେବା ପ୍ରଦାନ କରିବା ସହ ପ୍ରତିଟି ମୁହୂର୍ତ୍ତରେ ଅସହାୟ ଲୋକଙ୍କ ସେବାରେ ଉତ୍ସାର୍ଗୀକୃତ ନିଷ୍ଠା ପରିବାର ଓ ଏହାର ସେବା ପାଇଁ ଉତ୍ସର୍ଗୀକୃତ ସମସ୍ତ ଲୋକପ୍ରିୟ ସଭ୍ୟ । ଲଗାତାର ଭାବେ ଏଭଳି ମହନୀୟ କାର୍ଯ୍ୟ କରୁଥିବା “ନିଷ୍ଠା ପରିବାର”ର ନିଷ୍ଠାବାନ ସଦସ୍ୟମାନନେ ବାସ୍ତବରେ ଧନ୍ୟବାଦର ପାତ୍ର  |

Leave A Reply

Your email address will not be published.