ହେ ସରକାର ନିର୍ଦ୍ଦୟ କାହିଁପାଇଁ , ଆବାସ ଯୋଜନା କାହା ପାଇଁ

0

ସରକାର ବାହାଦୁର ଥରେ ଧ୍ୟାନଦେଇ ହୃଦୟର ସହ ଶୁଣନ୍ତୁ ଏମାନଙ୍କ ସମସ୍ୟା !

ଗାଁ ବାହ୍ୟମଳ ମୁକ୍ତ , ହେଲେ ତାଳବରଡା ଓ ପଲିଥିନ୍‌ ତଳେ ବିତୁଛି କୁନ୍ଦେଇଜୋରୀ ଗ୍ରାମର ବହୁ ଅଧିବାସୀଙ୍କ ଜୀବନ 

ନାକ୍ଟିଦେଉଳ ପ୍ରତିନିଧି ଶ୍ରୀୟାସ୍ମିତା ସାମଲ : ସରକାର ଗରୀବ ଲୋକମାନଙ୍କ ପାଇଁ ବହୁ ପ୍ରକାର ଯୋଜନା ପ୍ରଣୟନ କରିଛନ୍ତି। ଯାହାର ଘର ନାହିଁ ତାକୁ ବିଜ୍ଜୁପକ୍କାଘର ହେଉ ବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରି ଘର ଯୋଗାଇ ଦେବାକୁ ବ୍ୟବସ୍ଥା କରିଛନ୍ତି। ସରକାରଙ୍କ ଏହି ଯୋଜନା ଏକ ଲୋକାଭିମୁଖୀ ଯୋଜନା ହେଲେ ମଧ୍ୟ ପଂଚାୟତର ସରପଂଚ ହେଉ ବା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ପ୍ରକୃତ ହିତାଧିକାରୀ ଏହି ଯୋଜନାର ସୁଫଳ ପାଇବାରେ ବଂଚିତ ହେଉଥିବା ଭଳି ଘଟଣା ଘଟିଛି ନାକ୍ଟିଦେଉଳ ବ୍ଲକ୍ ର ସାଲେଭଟା ଗ୍ରାମପଂଚାୟତରେ।

ଅନୁସନ୍ଧାନରୁ ପ୍ରକାଶ ଯେ, ସମ୍ବଲପୁର ଜିଲ୍ଲା ରେଢାଖୋଲ ଉପଖଣ୍ଡ ନାକ୍ଟିଦେଉଳ ବ୍ଲକ୍ ର ସାଲେଭଟା ପଂଚାୟତର କୁନ୍ଦେଇଜୋରୀ ଗାଁ। ସମ୍ବଲପୁର ଜିଲ୍ଲାର ଶେଷ ସୀମା। ଜିଲ୍ଲା ମୁଖ୍ୟାଳୟଠାରୁ ୧୫୦ କିମି ଦୂର। ଏହି ଗାଁ ପାହାଡତଳୀ ଗାଁ। କୁନ୍ଦେଇଜୋରୀ ଗାଁ ର ରୁକ୍ମିଣୀ ଦେହୁରୀ, କାର୍ତିକା ସାହୁ , ଶ୍ରୀରାମ ସାହୁ, ହୃଷିକେଶ ସାହୁ, ରଶ୍ମିତା ବିଶି ଓ ଦଶରଥ ନାଏକ। ଏମାନେ ସମସ୍ତେ କିଏ ତାଳ ବରଡା ତଳେ ରହୁଛି ତ ଆଉ କିଏ ପୋଲିଥିନ୍ ତଳେ ଜୀବନ ବିତାଉଛନ୍ତି। ଏମିତିକି ସେମାନେ ପାହାଡକୁ ଲାଗି ରହୁଛନ୍ତି। ସରକାରଙ୍କ ବାସଗୃହ ଯୋଜନା କଣ ଏମାନେ ଜାଣି ନାହାନ୍ତି ବୋଲି ଆମ ପ୍ରତିନିଧିଙ୍କ ସାମ୍ନାରେ ପ୍ରକାଶ କରିଛନ୍ତି। ସେଇ ଗାଁ କୁ ଏ ପର୍ଯ୍ୟନ୍ତ କୌଣସି ପ୍ରଶାସନିକ ଅଧିକାରୀ ଙ୍କର ପାଦ ପଡି ନାହିଁ ବୋଲି ପ୍ରକାଶ କରିଛନ୍ତି ଏଇ ଅସହାୟ ଲୋକମାନେ।

ବର୍ଷାଦିନେ ଘର ଭିତରେ ଆଣ୍ଠୁଏ ଆଣ୍ଠୁଏ ପାଣି। ଦିନରେ ସୂର୍ଯ୍ୟ ଓ ରାତିରେ ଜହ୍ନର ଲୁଚକାଳୀ ଖେଳ ଘର ଭିତରୁ ସ୍ପଷ୍ଟ ବାରିହୋଇପଡେ। ସତେ ଯେମିତି ଗାଁ ର ଏହି ଲୋକମାନେ ଅନ୍ୟଏକ ପୃଥିବୀରେ ବାସ କରୁଥିବା ଅନୁମାନ କରାଯାଏ ।ଘଂଚ ଅରଣ୍ୟ ଆଚ୍ଛାଦିତ ତଥା ପାହାଡ ତଳିଆ ଏହି ଗାଁର ଏହି ହିତାଧୀକାରୀ ମାନଙ୍କୁ ସରକାରଙ୍କ କୌଣସି ବାସଗୃହ ଯୋଜନାରେ ସାମିଲ୍ କରା ନଯିବା ଭଳି ଘଟଣା ସରକାରଙ୍କ କାନକୁ ବାଜିନି। ଏହି ଲୋକମାନେ କିପରି ଘର ଖଣ୍ଡିଏ ଲେଖାଏଁ ପାଇବେ ଜିଲ୍ଲାପାଳ ଦୃଷ୍ଟିଦେବାକୁ ଦାବୀ କରିଛନ୍ତି ଏହି ହିତାଧୀକାରୀମାନେ।

Leave A Reply

Your email address will not be published.