ମେଲଛାମୁଣ୍ଡାରେ ଗଠନ ହେଲା ଲାୟନ୍ସ କ୍ଳବ

0

ମେଲଛାମୁଣ୍ଡା,(ମନୋଜ ଭୋଇ)ମେଲଛାମୁଣ୍ଡା ମହାବିଦ୍ୟାଳୟ ପରସରରେ ଶୁକ୍ରବାର ରାତ୍ରରେ ମେଲଛାମୁଣ୍ଡା ସ୍ୱେଚ୍ଛାସେବୀ ମାନଙ୍କୁ ନେଇ ଏକ ଲାୟନ୍ସ କ୍ଳବ ଗଠିତ ହୋଇଯାଇଛି । ଏହି ଅବସରରେରେ ସାମାଜିକ ଦୂରତା ରକ୍ଷାକରି ଡା.ଦିଲିପ କୁମାର ଭୋଇଙ୍କ ସଭାପତୀତ୍ୱରେ ଅନୁଷ୍ଠିତ   ବୈଠକରେ ପଦ୍ମପୁର ଲାୟନ୍ସ କ୍ଳବର ବରିଷ୍ଠ ସଦସ୍ୟଗଣ ଆମନ୍ତ୍ରୀତ ଅତିଥିଭାବେ ଯୋଗ ଦେଇ ମେଲଛାମୁଣ୍ଡା ଅଂଚଳରେ ଲାୟନ୍ସ କ୍ଳବର ଆବଶ୍ୟକତା ଉପରେ ବକ୍ତବ୍ୟ ପ୍ରଦାନ କରିବା ସହ ଦିଗଦର୍ଶନ ଦେଇଥିଲେ । ଏହି ଅବସରରେ ସର୍ବସମ୍ମତିକ୍ରମେ ଲାୟନ୍ସ କ୍ଳବ ଗଠନ କରାଯାଇଥିଲା । ସର୍ବସମ୍ମତିକ୍ରମେ ଡା.ଡମ୍ବରୁଧର ଦେବତା ସଭାପତୀ, ପ୍ରତ୍ୟୁଷ ରଂଜନ ଭୋଇ ସଂପାଦକ, ପ୍ରଶାନ୍ତ କୁମାର ଦେବତା କୋଷାଧ୍ୟକ୍ଷ ଭାବେ ମନୋନିତ ହୋଇଥିବା ବେଳେ ଡା.ଦିଲିପ ଭୋଇ, ସୁବାଷ ପଧାନ, ଡା.ସୁବ୍ରତ ନାୟକ, ଡା.ତାରାକାନ୍ତ ସାହୁ, ଅମିୟ ଆଚାର୍ଯ୍ୟ, ବେଂଜାମିନ ଦୀପ, ବିରେନ୍ଦ୍ର ନନ୍ଦ, ମନୋଜ ପଣ୍ଡା, ସରୋଜ କଅଁର, ସୁରେନ୍ଦ୍ର ବାରିକ, ଅଧ୍ୟାପକ ସୁଶାନ୍ତ ନାୟକ, ଯଦୁମଣି ଭୋଇ, ଡା.ଲୋକପାଲ ଭୋଇ, ସଂଜୀବ ନାୟକ, ହୃଷିକେଶ ସାହୁ ପ୍ରମୁଖଙ୍କୁ ନେଇ ଏକ ଉପଦେଷ୍ଟା କମିଟି ଗଠନ କରାଯାଇଥିଲା । ଶେଷରେ ଡା.ତାରାକାନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.