କଲାହାଣ୍ଡି ଧର୍ମଗଡ ସୁଶାନ୍ତ ରାଉତ : ମାଧ୍ୟମିକ ଶିକ୍ଷା ଦ୍ୱାରା ପରିଚାଳିତ ( ଡି ଏଲ୍ ଇଡି) ସିଟି ପରୀକ୍ଷା ଅଫଲାଇନ ଦ୍ୱାରା ହେବ ବୋଲି ବିଜ୍ଞପ୍ତି ପ୍ରକାଶ କରିଛି ବୋର୍ଡ କର୍ତ୍ତୃପକ୍ଷ । ଏହି ଭଳି କରୋନା ମହାମାରୀ ସମୟରେ କିଭଳି ଯାଇ ପରୀକ୍ଷା ଦେବେ ସେହି ଭୟରେ ଆଜି କଳାହାଣ୍ଡି ଜିଲ୍ଲା ଧର୍ମଗଡ ଠାରେ ଥିବା ଶିକ୍ଷକ ଶିକ୍ଷା ବିଦ୍ୟାଳୟର ଗୁରୁ ଛାତ୍ରଛାତ୍ରୀମାନେ ଏହି କରୋନା ମହାମାରୀକୁ ଦୃଷ୍ଟିରେ ରଖି ଅନଲାଇନ ପରୀକ୍ଷା ପାଇଁ ପ୍ରତିବାଦ କରିଛନ୍ତି।ସୂଚନା ଅନୁସାରେ ଏହି (ଡି ଏଲ ଇଡି) ପରୀକ୍ଷାକୁ ପ୍ରଥମେ ବିକଳ୍ପ ମୂଲ୍ୟାୟନ ଦ୍ୱାରା ପରୀକ୍ଷା ଫଳ ପ୍ରକାଶ ହେବ ବୋଲି ଗୋଟିଏ ଚିଠି ଆସିଥିଲା କିନ୍ତୁ ପରବର୍ତ୍ତୀ ସମୟରେ ଏହାକୁ ପରୀକ୍ଷା କରିବ ବୋଲି ବୋର୍ଡ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛି।ଏଠାରେ ପ୍ରଶିକ୍ଷାର୍ଥୀ ମାନଙ୍କ ଅଭିଯୋଗ ରହୁଛି।ଏହି ଶିକ୍ଷକ ପ୍ରଶିକ୍ଷଣ ପାଇଁ ଜିଲ୍ଲା ବାହାରୁ ଓ ରାଜ୍ୟ ବାହାରୁ ଅନେକ ପ୍ରଶିକ୍ଷାର୍ଥୀ ଥିବା ବେଳେ ସେମାନେ ପରୀକ୍ଷା ଦେବା ପାଇଁ ଆସିବେ କେମିତି ବୋଲି ସେମାନେ ପ୍ରଶ୍ନ କରିଛନ୍ତି,ଆଉ ମଧ୍ୟ ଅଭିଯୋଗ ରହୁଛି ଯେ ଏହି ପରୀକ୍ଷା ଗୋଟିଏ ଦିନର ନୁହେଁ ଏହା ଦୀର୍ଘ ୧୫ ଦିନ ପାଇଁ ହେବାକୁ ଥିଲା ବେଳେ ସେମାନେ ରହିବେ କେମିତି ଓ ଖାଇବେ କଣ? ଅନେକ ଶିକ୍ଷାର୍ଥୀ ଗରିବ ଶ୍ରେଣୀର ହୋଇଥିବା ବେଳେ ଏହି ସମୟରେ ସେମାନଙ୍କୁ ଘର ଭଡା କିଏ ଦେବ ବୋଲି ପ୍ରଶ୍ନ କରିଛନ୍ତି।ଏହି ପରୀକ୍ଷା ଦୀର୍ଘ୧୫ ଦିନ ହେବ ମଝିରେ କିଏ ଯଦି କରୋନା ପଜେଟିଭ୍ ଚିହ୍ନଟ ହୁଏ ଓ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେଲେ ସରକାର ଦାୟୀ ରହିବେ କି ବୋଲି କହିଛନ୍ତି, ଏଣୁ ଏହି ସଵୁ କାରଣ ପାଇଁ ସେମାନେ ଅନଲାଇନ ପରୀକ୍ଷା କରିବା ପାଇଁ ପ୍ରତିବାଦ କରିଛନ୍ତି, ଯଦି ଅନଲାଇନ ପରୀକ୍ଷା ନ ହେଲେ କେହି ପରୀକ୍ଷା ଦେବା ନାହିଁ ବୋଲି କହିଛନ୍ତି।ଏଥିରେ ଅରବିନ୍ଦ ଛୁରା, ଅକ୍ଷୟ ଚୌହାନ, ଆକାଶ ବାଗ,ବୁଦ୍ଦଦେବ ବୋଡକିଆ, ନବିନ ନାଏକ ,ଥବିର ଧରୁଆ, ଧବଳେଶ୍ବର ବୋଡକିଆ, ନିଳମାଧବ ଜାନି,ରାକେଶ ସୁନାନୀ,ପ୍ରଦୀପ କୁମାର ସିଂହ ଓ ଉଭୟ ପ୍ରଥମ ଓ ଦ୍ୱିତୀୟ ବର୍ଷ ଛାତ୍ର ଛାତ୍ରୀ ଧାରଣା ବସିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post
Next Post