ଦିବ୍ୟାଙ୍ଗ ସ୍କୁଲରେ ବିଶ୍ଵ ମସ୍ତିଷ୍କ ପକ୍ଷଘାତ ଦିବସ ପାଳିତ 

0

ଝାରସୁଗୁଡ଼ା :(ସୁଭାଷ ସହାରେ)-ଝାରସୁଗୁଡା ବୁରୋମାଲ ବୁଡାପଡା ସ୍ଥିତ ଝାଡେଶ୍ୱରୀ ସ୍ଵତନ୍ତ୍ର ଦିବ୍ୟାଙ୍ଗ ବିଦ୍ୟାଳୟରେ  ବିଶ୍ଵ ମସ୍ତିଷ୍କ ପକ୍ଷଘାତ ଦିବସ  ପାଳନ କରାଯାଇଛି।ଏହି ଅବସରରେ ମସ୍ତିଷ୍କ ପକ୍ଷଘାତ ଶିଶୁମାନଙ୍କ ସ୍ଵତନ୍ତ୍ର ଶିକ୍ଷା,ଭୌତିକ ଚିକିତ୍ସା, ବାକ ଚିକିତ୍ସା,ବୃତ୍ତିଗତ ଚିକିତ୍ସା, ଅନୁସାଙ୍ଗିକ ବିକାଶ, ରାଷ୍ଟ୍ରୀୟ ଟ୍ରଷ୍ଟ  ର ନିରାମୟ ଯୋଜନାରେ ସାମିଲ କରିବା  ସହିତ ସେମାନଙ୍କ ଥଇଥାନ ଉପରେ ମସ୍ତିଷ୍କ ପକ୍ଷଘାତ ବିଭାଗରେ ସ୍ଵତନ୍ତ୍ର ପ୍ରଶିକ୍ଷିକା ନମିତା ନାଥ  ବିସ୍କୃତ ଭାବରେ ଆଲୋକ ପାତ କରିଥିଲେ। ଏହି ଆଲୋଚନା ଚକ୍ରକୁ ସ୍କୁଲର ଅଧକ୍ଷା ମମତା ଦାଶ ପରିଚାଳନା କରିଥିବା ବେଳେ ବିଦ୍ୟାଲୟର କମିଟି ଓ କର୍ମକର୍ତ୍ତା ମାନଙ୍କ ମଧ୍ୟରେ ବିବେକାନନ୍ଦ ମିଶ୍ର, ଜ୍ୟୋତିଷଚାର୍ୟ୍ଯ ନିକୁଞ୍ଜ ବିହରୀ ମିଶ୍ର, ହରିଶଙ୍କର ପୁରୋହିତ, ବିଜୟ ସାହିଗଲ, ବିଶ୍ଵନାଥ ନାଏକ, ଗୁଣନିଧି ଭଇଁସା, ଉପେନ୍ଦ୍ର ଭଇଁସା, ସୁରେନ୍ଦ୍ର ମହାନନ୍ଦ, କାନ୍ତା ନାଏକ, ବନିତା ଲୁହୁରା ପ୍ରମୁଖ ଉପସ୍ଥିତ ଥିଲେ। କୋବିଡ଼ କଟକଣାକୁ ଦୃଷ୍ଟି ରେ ରଖି ନିରାଡ଼ମ୍ବର ଭାବେ ଅଳ୍ପ କର୍ମକର୍ତ୍ତା ନେଇ କରାଯାଇଥିବା ବେଳେ  ଅଧ୍ୟକ୍ଷା ଶ୍ରୀମତୀ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। କବି ନିକୁଞ୍ଜ ବିହାରୀ ମିଶ୍ର ଙ୍କୁ ଦିବ୍ୟାଙ୍ଗ ପିଲାଙ୍କ ଉପରେ ହୃଦୟ ସ୍ପର୍ଶୀ କବିତା ପାଠ କରିଥିବାରୁ ସ୍ଵତନ୍ତ୍ର ଭାବେ ଏକ ବୃକ୍ଷ ଦେଇ ସମ୍ମାନିତ କରାଯାଇଥିଲା।

Leave A Reply

Your email address will not be published.