ନୂତନ ବିଡ଼ିଓଙ୍କୁ ଆମ୍ବେଦକର ସଂଗଠନ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା 

0

ଧର୍ମଗଡ ସୁଶାନ୍ତ ରାଉତ: କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକରେ ଯୋଗଦେଇ ଥିବା ନୂତନ ବିଡ଼ିଓ ଶରତ କୁମାର ସେଠି ଙ୍କୁ ଏସ.ସି.,ଏସ.ଟି, ଓବିସି ମିଳିତ ମଞ୍ଚ ଧର୍ମଗଡ ତରଫରୁ ପୁଷ୍ପଗୁଚ୍ଛ ସହ ବାବାସାହେବ ଆମ୍ବେଦକର ଙ୍କ ଫଟୋଚିତ୍ର ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା  .ଏହା  ପୂର୍ବରୁ  ସେ  ସୁନ୍ଦରଗଡ କଲେକ୍ଟରେଟରେ ଓଏଏସ ଟ୍ରେନିଂ ସାରିବା ପରେ ବିଡ଼ିଓ ଭାବରେ ଧର୍ମଗଡ ରେ ଯୋଗ ଦେଇଛନ୍ତି . ସେ ଗତ ବୁଧବାର ଦିନ ଯୋଗଦେବା ପରେ  ଧର୍ମଗଡ ବ୍ଲକ କୁ କରୋନା ମୁକ୍ତ ଅଂଚଳ ଭାବରେ ସୁରକ୍ଷିତ ରଖିବା ପାଇଁ ପ୍ରାଧାନ୍ୟ ଦେବା ସଙ୍ଗେ ସଙ୍ଗେ ଆବାସ ଯୋଜନା, ଭତ୍ତା ଯୋଜନା, ମନରେଗା ଯୋଜନା, ସ୍ୱୟଂସହାୟିକା ଗୋଷ୍ଠୀ କୁ ଆତ୍ମନିର୍ଭରଶୀଳ, ଅଂଚଳବାସୀ ସରକାରୀ ଯୋଜନା ରୁ ସୁଫଳ ପାଇବା ସହିତ ସେମାନଙ୍କ ଜୀବନ ଜୀବିକା ତଥା ବ୍ଲକ ର ଉନ୍ନତି ମୂଳକ କାର୍ଯ୍ୟକୁ ପ୍ରାଥମିକତା ଦେବେ ବୋଲି ବିଡ଼ିଓ ଶ୍ରୀ ସେଠି ପ୍ରତିଶୃତି ଦେଇଛନ୍ତି .ଉକ୍ତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରେ ସମାଜସେବୀ ଧୀମାନ ଢଗ ନାଏକ,ଅଜୟ ସୁନାନୀ,  କମଳା କାନ୍ତ ବିହାରୀ, ଅଙ୍କିତ ସେଠି, ଶ୍ୟାମସୁନ୍ଦର ମାଝୀ, ମହେଶ୍ୱର ସୁନାନୀ,ଦୀନେଶ ପ୍ରଧାନ, ଉମେଶ ଦୁରିଆ ସମେତ ବହୁ ଆମ୍ବେଦକର ବିଚାରଧାରାର ଲୋକମାନେ ଯାଇ ପୁଷ୍ପଗୁଚ୍ଛ ଦେଇଥିଲେ |

Leave A Reply

Your email address will not be published.