ଭୁବନେଶ୍ୱର(ଶାସକ ପ୍ରଶାସକ): ଗଞ୍ଜାମ ଜିଲ୍ଲା ଜରଦା ଥାନା ଭୋଗିବନ୍ଧ ଗ୍ରାମର ତିନି ଅସହାୟ ଭାଇ ଭଉଣୀଙ୍କୁ ସହଯୋଗର ହାତ ବଢାଇଛି କିସ ଫାଉଣ୍ଡେସନ। ସେମାନଙ୍କ ମା ବାଳାବତୀ ନାୟକଙ୍କ ମୃତ୍ୟୁ ଗତ ଅଗଷ୍ଟ ମାସରେ ହୋଇ ଯାଇଥିବା ବେଳେ ସେପ୍ଟେମ୍ବର ମାସରେ ବାପା କୁଷନ ନାୟକଙ୍କ ଅକାଳ ବିୟୋଗ ପରେ ଏହି ତିନି ଶିଶୁ ଅନାଥ ହୋଇଯିବା ସହ ବେସାହାରା ହୋଇଯାଇଥିଲେ। ଜନଜାତି ବର୍ଗର ଏହି ତିନି ଭାଇ ଭଉଣୀ ଦେବକୀ, ବର୍ଷାରାଣୀ ଓ କ୍ଷୀରୋଦଙ୍କ ଦୁଃଖ ଭରା କାହାଣୀ ଗଣମାଧ୍ୟମରେ ପ୍ରସାରଣ ହେବା ପରେ କିସ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ନଜରକୁ ଆସିଥିଲା। ନିଜ କର୍ମଚାରୀଙ୍କ ଜରିଆରେ ଶ୍ରୀ ସାମନ୍ତ ସେମାନଙ୍କ ସହ ଯୋଗାଯୋଗ କରି ସେମାନଙ୍କ ଅସୁବିଧା ସମ୍ପର୍କରେ ବୁଝିଥିଲେ। ସେମାନଙ୍କ ଉପରେ ତିନି ଭଉଣୀ ଥିଲେ ମଧ୍ୟ ସେମାନେ ଆନ୍ଧ୍ରରେ ବିବାହ କରି ସେଠାରେ ରହୁଛନ୍ତି। ଏମାନେ ଏବେ ନାନା ଅସୁବିଧାର ସମ୍ମୁଖୀନ ହେଉଥିବା ଶ୍ରୀ ସାମନ୍ତ ଜାଣିବାକୁ ପାଇଥିଲେ। ଶ୍ରୀ ସାମନ୍ତଙ୍କ ଅନୁରୋଧ କ୍ରମେ କିସ ଫାଉଣ୍ଡେସନ ପକ୍ଷରୁ ତୁରନ୍ତ ସେମାନଙ୍କ ଚାଲିବା ପାଇଁ ମାସିକ ୩ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି। ଏହା ସହ ଏହି ତିନି ପିଲାଙ୍କ ପାଠପଢାରେ ଯେପରି କୌଣସି ଅସୁବିଧା ନ ହୁଏ ସେଥିପ୍ରତି କିସ ଫାଉଣ୍ଡେସନ ଗୁରୁତ୍ଵ ପ୍ରଦାନ କରିଛି। ସେମାନେ କିସରେ ପାଠ ପଢିବେ ବୋଲି ପ୍ରତିଷ୍ଠାତା ଶ୍ରୀ ସାମନ୍ତ ଘୋଷଣା କରିଛନ୍ତି। କରୋନା ଶେଷ ହେବା ପରେ କିସ ଖୋଲିଲେ କିସରେ ସରକାରୀ ନିୟମ ଅନୁସାରେ ସେମାନଙ୍କ ନାମ ଲେଖାଯିବ। ସେମାନଙ୍କ ଏହି ଦୁଃଖ ସମୟରେ ସହାୟତା ଯୋଗାଇ ଦେଇ ଥିବାରୁ କିସ ଫାଉଣ୍ଡେସନ ପ୍ରତିଷ୍ଠାତା ତଥା ସାଂସଦ ଅଚ୍ୟୁତ ସମନ୍ତଙ୍କୁ ତିନି ଭାଇ ଭଉଣୀ କୃତଜ୍ଞତା ଜଣାଇଛନ୍ତି। ସ୍ଥାନୀୟ ଅଞ୍ଚଳରେ ଏଭଳି କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରାଯାଇଛି।
Sign in
Sign in
Recover your password.
A password will be e-mailed to you.