ପଦ୍ମପୁର -ଗାନ୍ଧୀ ବିଚାର ଧାରାରେ ” ଆତ୍ମ ନିର୍ଭରଶୀଳ ଭାରତ ” ନିର୍ମାଣ ସମ୍ଭବ ବୋଲି ଆଜି ନୃସିଂହନାଥ ଗାନ୍ଧୀ ସ୍ମୃତି ପୀଠ ଠାରେ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ଦ୍ୱାରା ଆହୁତ ଗାନ୍ଧୀ ଜୟନ୍ତୀ ପାଳନ ଅବସରରେ ବିଭିନ୍ନ ବକ୍ତାମାନେ ମତ ପୋଷଣ କରିଥିଲେ । ଇଂରେଜ କବଳରୁ ଦେଶ ସ୍ବାଧୀନତା ଲାଭ କଲା ପରେ ଯେଉଁ ରାମରାଜ୍ଯର ପରି କଳ୍ପନା ମହାତ୍ମା ଗାନ୍ଧୀ କରିଥିଲେ ଓ ସ୍ବାଧୀନତା ଆନ୍ଦୋଳନ ସମୟରେ ” କୁଟି ଖାଅ,କାଟି ପିନ୍ଧ,ସତ୍ଯାଗ୍ରହ,ବିଦେଶୀ ବସ୍ତୁ ବର୍ଜନ,ଲବଣ ସତ୍ଯାଗ୍ରହ, ଅହିସାଂ ବିଚାର ଧାର ଭିତରେ ଆତ୍ମ ନିର୍ଭରଶୀଳ ଭାରତ ନିର୍ମାଣରେ ଉପାଦାନ ଭରପୁର ହୋଇ ରହିଛି ବୋଲି ଗାନ୍ଧୀ ଜୟନ୍ତୀ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ପୂର୍ବତନ ବିଧାୟକ ତଥା ଯୁବ ପରିଷଦ ପରାମର୍ଶ ଦାତା ଶ୍ରୀ ପ୍ରଦୀପ ପୁରୋହିତ ମତ ବ୍ଯକ୍ତ କରିଥିଲେ । ଗାନ୍ଧୀଜୀଙ୍କ ଦେହାନ୍ତ ପରେ ତାଙ୍କର ଚିତାଭସ୍ମ କୁ ଭାରତ ବର୍ଷର ବିଭିନ୍ନ ସ୍ଥାନର ପୂଣ୍ଯ ନଦୀ,ନାଳା,ଝରଣାରେ ବିସର୍ଜିତ କରାଯାଇଥିଲା । ଏହି କ୍ରମରେ ୧୯୪୮ ମସିହାରେ ଗାନ୍ଧୀଜୀଙ୍କ ଚିତାଭସ୍ମ କୁ ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ମଦନ ମୋହନ ସାହୁ, ଅଲେଖ ପାତ୍ର, ମାୟାଧର ପୁରୋହିତ, ପାର୍ବତୀ ଗିରି ଓ ଅନେକ ସ୍ବାଧୀନତା ସଂଗ୍ରାମୀ ନୃସିଂହନାଥ ପାପହାରିଣୀ ତୀର୍ଥକ୍ଷେତ୍ରରେ ବିସର୍ଜନ କରିଥିଲେ । ଯେଉଁ ଠାରେ ଚିତାଭସ୍ମ କୁ ରଖା ଯାଇଥିଲା, ନୃସିଂହନାଥର ସେହି ପୀଠ ଗାନ୍ଧୀ ସ୍ମୃତି ପୀଠ ନାମରେ ନାମିତ ହୋଇଛି । ଏଭଲି ଏକ ଐତିହାସିକ ପୀଠ ” ଗାନ୍ଧୀ ସ୍ମୃତି ପୀଠ ” ର ସୁରକ୍ଷା ତଥା ରକ୍ଷଣାବେକ୍ଷଣ ପାଇଁ ଏକ ପ୍ରସ୍ତାବ ଯୁବ ପରିଷଦ ଆବାହକ ଶ୍ରୀ ଦିଲ୍ଲୀପ କୁମାର ବେହେରା ଆଗତ କଲା ପରେ ସର୍ବ ସମ୍ମତି କ୍ରମେ ପ୍ରସ୍ତାବ ଗ୍ରହଣ କରାଯାଇ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗର ଦୃଷ୍ଟି ଆକର୍ଷଣ କରାଯାଇଛି । ସଭା ପ୍ରାରମ୍ଭରୁ ସ୍ବର୍ଗତ ରାଧେଶ୍ଯାମ ପୁରୋହିତଙ୍କ ବିୟୋଗରେ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । କୋଭିଡ ନିୟମକୁ ଦେଖି ଅଳ୍ପ ସମାଗମରେ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଥିଲା । ଏଥିରେ ପୂର୍ବତନ ଆବାହକ ଧିରେନ ମହାନ୍ତି, ସଂପାଦକ ଦୁର୍ଯ୍ୟୋଧନ ପୁଟା,ଜଗଦୀଶ ଲୁହାର, ସାମ୍ବାଦିକ ନିରୋଜ ପାଣୀ, ସାମ୍ବାଦିକ କୁଞୀ ସାହୁ, ଭରତ ରଣା,କୀର୍ତ୍ତନ ଦାଉ,କୈଲାସ ଦିଶ୍ରୀ,ରାଜେନ୍ଦ୍ର ସେଠ ପ୍ରମୁଖ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.