ଭୁବନେଶ୍ୱର(ଶାସକ ପ୍ରଶାସକ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ପବିତ୍ର ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୱାର୍ଡ ନମ୍ବର -୧୬ ଲକ୍ଷ୍ମୀପୁର ପ୍ରାଥମିକ ବିଦ୍ୟାଳୟ , ମୈତ୍ରୀବିହାର ପରିସରରେ ସ୍ଥାନୀୟ ପୂର୍ଵତନ କର୍ପୋରେଟର ତଥା ବିଜେଡି ନେତ୍ରୀ ଭାରତୀ ସିଂଙ୍କ ତତ୍ତ୍ଵାବଧନରେ ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ରକ୍ତଦାନ ଶିବିର ଆୟୋଜନ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ ଉତ୍ତର ଶ୍ରୀ ସୁଶାନ୍ତ କୁମାର ରାଉତ, ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ସଂଯୋଜକ ଡଃ ପ୍ରକାଶ ତ୍ରିପାଠୀ , ଅଶ୍ଵିନୀ ସୁନ୍ଦରାୟ, ଓଡ଼ିଶା ମୋ ପରିବାର ଦାୟିତ୍ୱରେ ଥିବା ବିଜେଡ଼ି ସମ୍ପାଦକ ଶ୍ରୀ ଦୁର୍ଗା ସାମନ୍ତରାୟ, ମୀରା ପରିଡ଼ା, ରୁଦ୍ର ସାମନ୍ତରାୟ, ସମୀର କୁମାର ପ୍ରଧାନ, ବିଜେଡ଼ି ସମ୍ପାଦକ ରଞ୍ଜିତ ମହାପାତ୍ର, ଅମରଜିତ୍ ସେନାପତି, ଭୁବନେଶ୍ୱର ଜିଲ୍ଲା କାର୍ଯ୍ୟକାରୀ ସଭପତି ଲିଟୁ ମହାସୁପକାର , ଉତ୍ତର ବିଜେଡ଼ି ସଭାପତି ସୂର୍ଯ୍ୟକାନ୍ତି ଜେନା, ମଧ୍ୟ ବିଜେଡ଼ି ସଭାପତି ରବୀନ୍ଦ୍ର ନାଥ ଛୋଟରାୟ , ଯୁବବିଜେଡ଼ି ଭୁବନେଶ୍ୱର ସଭାପତି ସମରେଶ ବେଉରା, ଜିଲ୍ଲା ଛାତ୍ର ସଭାପତି ସୁବାସ ସାହୁ, ଯୁବ ବିଜେଡ଼ି ସାଧାରଣ ସମ୍ପାଦକ ବାଣୀ କଲ୍ୟାଣ, ଯୁବ ବିଜେଡ଼ି ନେତା ଲୋକେଶ କୁମାର, ସୂର୍ଯ୍ୟ ନାରାୟଣ ମହାନ୍ତି, ସୌମ୍ୟ ରଞ୍ଜନ ପ୍ରଧାନ, ରୁଦ୍ରଦେବ ମଲ୍ଲିକ, ଅଶୋକ କୁମାର ନାୟକ, ସୁଧାକର ମଝି, କାଳନ୍ଦୀ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ ଓ ୫୦ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା ବୋଲି ଉତ୍ତର ସଂଯୋଜକ ଡଃ ପ୍ରକାଶ ତ୍ରିପାଠୀ ଜଣାଇଛନ୍ତି। ଏହାସହ ଆଗାମୀ ଦିନରେ ଏହିପରି କାର୍ଯ୍ୟକ୍ରମ ଜାରି ରହିବ ବୋଲି ଡ଼ଃ ପ୍ରକାଶ ତ୍ରିପାଠୀ ଜଣାଇଛନ୍ତି।
Sign in
Sign in
Recover your password.
A password will be e-mailed to you.
Prev Post