ଇଛାଶକ୍ତି ଥିଲେ ଗୋଟିଏ ଦିନରେ ହେବ କୋର୍ଟ

0

ବରଗଡ :- ବରଗଡ ଜିଲ୍ଲା ପଦ୍ମପୁର ଉପାଖଣ୍ଡର ପାଇକମାଲ ବ୍ଲକ ରେ ଗୋଟେ JMFC କୋର୍ଟ ହେବା ଘୋଷଣା ହୋଇ ସାରିଛି । ଏହି କୋର୍ଟ ପାଇଁ ମାନ୍ୟବର ଜିଲ୍ଲା ଜଜ ଏକାଧିକ ଥର ପାଇକମାଲ ଆସି ନୂତନ କୋର୍ଟ ପରିସର ତିଆରି ହେବା ପର୍ଯନ୍ତ ଅସ୍ଥାୟୀ ଭାବରେ କୋର୍ଟ କାର୍ଯ୍ୟ ପରିଚାଳନା କରିବା ପାଇଁ ପାଇକମାଲ ବ୍ଲକ ର ପୁରୁଣା ବ୍ଲକ ଅଫିସ କୁ ଫାଇନାଲ ମଧ୍ୟ କରିଛନ୍ତି । ହେଲେ ଏହି ପୁରୁଣା ଅଫିସର ମରାମତି ତଥା ଏହାକୁ କାର୍ଯଖ୍ୟମ କରିବା ପାଇଁ ଅନେକ ଟଙ୍କାର ଆବଶ୍ୟକତା ରହିଛି ।

   ଏଠାରେ ସୂଚନାଯୋଗ୍ୟ ଯେ ବିଜେପୁର ରେ ଅସ୍ଥାୟୀ କୋର୍ଟ ପାଇଁ ବ୍ଲକ ପ୍ରଶାସନର ରାଜୀବ ଗାନ୍ଧୀ ଭବନ ପ୍ରଦାନ କରାଯାଇଛି ହେଲେ ପାଇକମାଲ ବ୍ଲକରେ ଏମିତି କିଛି କରାଯାଇନାହିଁ । ବର୍ତ୍ତମାନ ପାଇକମାଲ ବ୍ଲକ ସମ୍ମୁଖରେ ଏକ କଲ୍ୟାଣ ମଣ୍ଡପ ସମ୍ପୁର୍ଣ୍ଣ ଭାବରେ ପ୍ରସ୍ତୁତ ହୋଇ ରହିଛି ଏହି କଲ୍ୟାଣ ମଣ୍ଡପ କୁ ଅଧିକାରୀ ମାନେ ଚାହିଁଲେ ବର୍ତ୍ତମାନ ପାଇଁ କୋର୍ଟ କାର୍ଯଖ୍ୟମ କରାଇ ହୁଅନ୍ତା । ଏହା ସହିତ ତହସିଲ ଅଫିସ ରୁ ମାତ୍ର ଶହେ ମିଟର ବ୍ୟବଧାନରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଅଫିସ ତଥା ଷ୍ଟାଫ କ୍ୱାଟର ଆଜକୁ ସାତ ରୁ ଆଠ ବର୍ଷ ହେବ ଖତ ଖାଉଛି । ବିଭାଗ ତରଫରୁ ଏଠାରେ ଅଫିସ ଖୋଳାଯିବାର ଥିଲା ହେଲେ ବିଭାଗୀୟ ଅଧିକାରୀ ମାନଙ୍କର ଖାମଖିଆଳି ମାନିଭାଵ କାରଣରୁ  ଆଜି ପର୍ଯ୍ୟନ୍ତ ଅଫିସର ଖୋଲାଯାଇ ପେଇନାହିଁ । ଏହି ଅନବଶ୍ୟକୀୟ କୋଠାରେ ମଧ୍ୟ ବର୍ତ୍ତମାନ ପାଇଁ କୋର୍ଟ କାର୍ଯଖ୍ୟମ କରାଯାଇ ପାରିବ । ଏହି ଜଗାଟି କୋର୍ଟ ପାଇଁ ଅତି ଭଲ ରହିବ । ବର୍ତ୍ତମାନ ଗ୍ରାମ୍ୟ ଉନ୍ନୟନ ବିଭାଗ ର ଆବଶ୍ୟକତା ମଧ୍ୟ ନାହିଁ । ତେଣୁ ଏହି ଜାଗାରେ କୋର୍ଟ ହେଲେ ସ୍ଥାନୀୟ ଲୋକେ ବହୁ ପରିମାଣ ରେ ଉପକୃତ ହେବେ ।ଜିଲ୍ଲା ପ୍ରଶାସନ ତଥା ସ୍ଥାନୀୟ ପ୍ରଶାସନ ଏଥି ପ୍ରତି ଗୁରୁତ୍ୱ ପ୍ରଦାନ କରି ପାଇକମାଲ ରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ପାଇକମାଲ ନାଗରିକ କମିଟି ର ସଭାପତି ଶ୍ରୀ ମନୋଜ କୁମାର ତ୍ରିବେଦୀ ଦାବୀ କରିଛନ୍ତି ।

Leave A Reply

Your email address will not be published.