୬୫ ପ୍ରତିଶତ ଲୋକଙ୍କ ଠାରେ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଛି : ଜିଲ୍ଲାପାଳଙ୍କ ସୂଚନା

0

http://www.youtube.com/watch?v=EqO63xEXYT0 

ପାରଳାଖେମୁଣ୍ଡି ସହରରେ କୋଭିଡ-୧୯ର ସେରୋ ସର୍ଭେ ରିପୋର୍ଟ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ସେପ୍ଟେମ୍ବର ୧୬ ରୁ ୧୮ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ହୋଇଥିବା ସେରୋ ସର୍ଭିଲାନ୍ସର ରିପୋର୍ଟ ଆସି ପହଞ୍ଚିଛି ।  ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି  ଗଜପତି ଜିଲ୍ଲାପାଳ ଅନୁପମ ସାହା। 

ଜିଲ୍ଲାପାଳ ଶ୍ରୀ ସାହା ସାମ୍ବାଦିକ ମାନଙ୍କୁ  ସେରୋ ସର୍ଭିଲାନ୍ସ  ରିପୋର୍ଟ ଉପରେ ସୂଚନା ଦେଇ କହିଥିଲେ ଯେ ,  ସହରର ୬୫ ପ୍ରତିଶତ ଲୋକଙ୍କ ଠାରେ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥିବା ତଥ୍ୟରୁ ଜଣାପଡିଛି । ଅଧିକ ସମ୍ବେଦନଶୀଳ ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ୪୦ ରୁ ୮୫ ପ୍ରତିଶତ ରହିଥିବା ସର୍ଭେରୁ ଜଣାପଡିଥିବା ବେଳେ ସାଧାରଣ ବର୍ଗଙ୍କ ମଧ୍ୟରେ ଏହା ହାରାହାରି ୫୯ ପ୍ରତିଶତ ରହିଥିବା ସୂଚନା ମିଳିଛି ।

       ପୁରୁଷଙ୍କ ମଧ୍ୟରେ ୫୩.୧ ଏବଂ ମହିଳାଙ୍କ କ୍ଷେତ୍ରରେ ଏହା ଶତକଡ଼ା ୬୫.୯ ପ୍ରତିଶତ ପ୍ରତିରୋଧକ ଶକ୍ତି ରହିଛି ।  ସେହିଭଳି କୋଭିଡ୍‌ ଯୋଦ୍ଧାଙ୍କ ମଧ୍ୟରେ ଏହା ୫୧ ପ୍ରତିଶତ ବୃଦ୍ଧି ପାଇଛି । ବିଶେଷ କରି ୪୦ ବର୍ଷରୁ କମ୍ ବୟସ୍କ ମହିଳାଙ୍କ କ୍ଷେତ୍ରରେ ଏହା ଆଶାତୀତ ବୃଦ୍ଧି ପାଇଥିବା ଏହି ସର୍ଭେରୁ ସ୍ପଷ୍ଟ ହୋଇଥିବା ଜିଲ୍ଲାପାଳ ଅନୁପମ ସାହା ସୂଚନା ଦେଇଛନ୍ତି । 

ପାରଳାଖେମୁଣ୍ଡି ପୌରାଞ୍ଚଳରେ ସେପ୍ଟେମ୍ବର ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ ଚାଲିଥିବା ଏହି ସର୍ଭେ କାର୍ଯ୍ୟକ୍ରମରେ ସହରର  ମୋଟ ୧୬ ଗୋଟି ୱାର୍ଡର ୨୦ ଟି କ୍ଲଷ୍ଟାରରେ  ମୋଟ ୧୫୧୫ ଜଣଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇଥିଲା ଭୁବନେଶ୍ୱର ସ୍ଥିତ ଆର୍. ଏମ୍.ଆର୍.ସି (R.M.R.C) ଓ ଆଇ୍.ସି.ଏମ୍.ଆର୍ (I.C.M.R) ର ଅଭିଜ୍ଞ ଡାକ୍ତର , ପ୍ରଫେସର ମାନଙ୍କ ଦ୍ୱାରା ।

ଆର୍‌ଏମ୍‌ଆର୍‌ସି , ଭୁବନେଶ୍ୱର ଠାରୁ ପରୀକ୍ଷା ତଥ୍ୟ ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରାଯାଇଛି  ବୋଲି ଜିଲ୍ଲାପାଳ ଶ୍ରୀ ସାହା ସୂଚନା ପ୍ରଦାନ କରିଥିଲେ ।

 ଏହି ସାମ୍ବାଦିକ ସମ୍ମିଳନୀ କାର୍ଯ୍ୟକ୍ରମରେ ସିଡିଏମଓ ଡାଃ ପ୍ରଦୀପ କୁମାର ପାତ୍ର ଏବଂ ପୌରସଂସ୍ଥା କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.