ଉତ୍ତର ଓଡ଼ିଶା ବିଶ୍ୱ ବିଦ୍ୟାଳୟର ଦୂରନିରନ୍ତର ସ୍ନାତକୋତ୍ତର ଓଡ଼ିଆ ପାଠ୍ୟକ୍ରମ ସମ୍ମେଳନ 

0

 

ବାରିପଦା(ଦିଲ୍ଲୀପ ମହାନ୍ତି )- ଉତ୍ତର ଓଡ଼ିଶା ବିଶ୍ୱ ବିଦ୍ୟାଳୟର ଦୂରନିରନ୍ତର ସ୍ନାତକୋତ୍ତର ଓଡ଼ିଆ ପାଠ୍ୟକ୍ରମ ସମ୍ମେଳନ ଆୟୋଜିତ ହୋଇଥିଲା । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ  ବିଶିକେଶନ ଦେହୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ସମ୍ମେଳନରେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ପକ୍ଷରୁ ଭୂମିପୁତ୍ର ସମ୍ମାନ ପ୍ରାପ୍ତବରିଷ୍ଠ  କବି ଡ଼ଃ ନୀଳକଣ୍ଠ ମିଶ୍ର ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ସାହିତ୍ୟ ମଣିଷର ଜୀବନକୁ ରୁଦ୍ଧିମନ୍ତ କରିବା ସଂଗେସଂଗେ ଏକ ସୁସ୍ଥ ସୁନ୍ଦର ସମାଜ ଗଠନରେ ସହାୟକ ହୋଇଥାଏ ବୋଲି କହିଥିଲେ । ସେହିପରି ସମ୍ମାନୀତ ଅତିଥି ଭାବେ ମହାରାଜା ପୂର୍ଣ୍ଣ ଚନ୍ଦ୍ର ସ୍ୱୟଂ ଶାସିତ ମହାବିଦ୍ୟାଳୟର ଓଡ଼ିଆ ଭାଷା ସାହିତ୍ୟ ବିଭାଗୀୟ ମୁଖ୍ୟ ଡ଼ଃ ଦମୟନ୍ତୀ ବେଶ୍ରା, ଅବସରପ୍ରାପ୍ତ ପ୍ରଧ୍ୟାପକ ଡ଼ଃ ଅବନୀ କୁମାର କୁଣ୍ଡୁ, ବିଶ୍ୱବିଦ୍ୟାଳୟର ସାମାଜିକ କାର୍ଯ୍ୟ ବିଭାଗର ସହକାରୀ ପ୍ରଫେସର ଶୁଭେନ୍ଦୁ ଶତପଥୀ, ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ଡ଼ଃ. ବିଚିତ୍ର ନାଥ ସାହୁ, ସହକାରୀ ପ୍ରଫେସର ରଞ୍ଜିତା ପାତ୍ର, ବାରିପଦା ଗୋପବନ୍ଧୁ ସାହିତ୍ୟସଂସଦର ସମ୍ପାଦକ ଅମିତାଭ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ଦୂର ନିରନ୍ତର ସ୍ନାତ୍ତକୋତ୍ତର ଓଡ଼ିଆ ବିଭାଗର ଛାତ୍ର ଦୀପକ ରାମଙ୍କ ସଂଯୋଜନାରେ ଅନୁଷ୍ଠିତ  ହୋଇଥିବା ଉକ୍ତ କାର୍ଯ୍ୟକ୍ରମରେ ଛାତ୍ରୀ ହରପ୍ରିୟା ଆଚାର୍ଯ୍ୟ ସ୍ୱାଗତ ଭାଷଣ, ସୁକାନ୍ତି ପଣ୍ଡା ଧନ୍ୟବାଦ ପ୍ରଦାନ କରିଥିଲେ । ସେହିପରି କାର୍ଯ୍ୟକ୍ରମ ପରିଚାଳନାରେ ଚତୁର୍ଭୁଜ ନାୟକ, ଅମୀୟ ରଞ୍ଜନ ପଣ୍ଡା, ଜଗନ୍ନାଥ ତରାଇ, ସ୍ନେହାଶିଷ ମହାନ୍ତି, ଜ୍ୟୋତ୍ସ୍ନା ରାଣୀ ଦାସ, ରେଜିୟା ଖାତୁନ, ସୁକେଶୀ ପାତ୍ର, ସୁରଭି ରାଜ ପ୍ରମୁଖ ସହଯୋଗ କରିଥିଲେ । 

Leave A Reply

Your email address will not be published.