ପୌର ନିର୍ବାହୀ ଅଧିକାରୀଙ୍କୁ ଦୁର୍ବ୍ୟବହାରକୁ ନେଇ ଜିଲ୍ଲା ଓଏଏସ ସଙ୍ଘ ପକ୍ଷରୁ ନିନ୍ଦା
ବାରିପଦା(ଦିଲ୍ଲୀପ ମହାନ୍ତି )- ଓଡ଼ିଶା ପ୍ରଶାସନିକ ସେବା ସଙ୍ଘର ମୟୂରଭଞ୍ଜ ଶାଖା ପକ୍ଷରୁ ଏକ ଜରୁରୀ ବୈଠକ ସଂଘର ଜିଲ୍ଲା ସଭାପତି ତଥା ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲାପାଳ ଗଙ୍ଗାଧର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ବୈଠକରେ ବାରିପଦା ପୌରପରିଷଦର ନିର୍ବାହୀ ଅଧିକାରୀ ସୁବାଶିଷ ମାନସିଂଙ୍କୁ ପୌରପରିଷଦର କାଉନସିଲ ବୈଠକରେ ସମସ୍ତଙ୍କ ସମ୍ମୁଖରେ ୪ନଂ ୱାଡର଼୍ର କାଉନସିଲର ତଥା ପୂର୍ବତନ ନଗରପାଳ କୃଷ୍ଣାନନ୍ଦ ମହାନ୍ତିଙ୍କ ଦୁର୍ବ୍ୟବହାରକୁ ନେଇ ଏକ ନିନ୍ଦା ପ୍ରସ୍ତାବ ଆଗତ ହୋଇ ସର୍ବସମ୍ମତି କ୍ରମେ ଗୃହୀତ ହୋଇଥିଲା । ସେହିପରି ବଡ଼ସାହି ତହସିଲରେ କାର୍ଯ୍ୟରତ ତହସିଲଦାର ଉର୍ମୀପ୍ରଭା ମହାରଣାଙ୍କ ପ୍ରତି ବଡ଼ସାହି ଥାନା ଅଧିକାରୀଙ୍କ ଦୁର୍ବ୍ୟବହାରକୁ ମଧ୍ୟ ବୈଠକରେ ଦୃଢ଼ ଭାବେ ନିନ୍ଦା କରାଯାଇଥିଲା । ଏଥି ସହିତ ଦୋଷୀଙ୍କ ବିରୋଧରେ ଦୃଢ଼କାର୍ଯାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ ଓ ଓଏଏସ ସଙ୍ଘର ରାଜ୍ୟ ସଭାପତିଙ୍କ ନିକଟରେ ଦାବି କରାଯାଇଛି । ଅର୍ଥାତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ପ୍ରତି ଦୁର୍ବ୍ୟବହାର କରିଥିବା କୃଷ୍ଣାନନ୍ଦଙ୍କ ବିରୋଧରେ କାର୍ଯାନୁଷ୍ଠାନ ବା ତାଙ୍କୁ ତୁରନ୍ତ ବାନ୍ଧିବା ପାଇଁ ଦାବି କରିଛି ସଂଘ ଢ ବିଚରା ଏ ନେତାଏ ….!!!