ବରଗଡ଼ :- ବରଗଡ଼ ବ୍ଲକ ତେନ୍ତଲା ଗ୍ରାମର ଦିବ୍ୟାଙ୍ଗ ଯୁବକ ଗଜାନନ ରାଉତ ମୁଣ୍ଡରେ ପରିବାର ବୋଝ। ଘରେ ବୃଦ୍ଧା ମା,ବାପା ଛଡା ଆଉ କେହି ନାହାନ୍ତି ଏକ ମାତ୍ର ଭଉଣୀ ବାହାଘର ସରିଯାଇଛି । ବର୍ତମାନ ପରିଣତ ବୟସରେ ବାପା ଚନ୍ଦ୍ରଭାନୁ ରାଉତ ରୋଗାକ୍ରାନ୍ତ ଥିବାବେଳେ ପରିବାର ଚଳାଇବା ବୋଝ ପଡିଛି ଦିବ୍ୟାଙ୍ଗ ଗଜାନନ ଉପରେ ।କିନ୍ତୁ ଏଥିରୁ ସେ ହାର ମାନି ନାହାନ୍ତି ଗଜାନନ ଶିକ୍ଷାଗତ ଯଜ୍ଞତା କହିଲେ ଦଶମ ଶ୍ରେଣୀ ଯାଏ ପାଠ ପଢିଥିବା ଜିବ୍ୟାଙ୍ଗ ବର୍ତମାନ ବହାରିଛନ୍ତୁ କିଛି ରୋଜଗାର କରି ନିଜ ପରିବାର ପୋଷଣ କରିବା ଉଦ୍ଧେଶ୍ୟରେ । ଘର ପାଖରେ ଗଢି ଉଠିଥିବା ବର୍ତମାନ ର ନୂତନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପାନ ଦୋକାନ ଖଣ୍ଡିଏ କରିଛନ୍ତି ଗଜାନନ କିନ୍ତୁ ତାହା ଅସ୍ଥାୟୀ ଦୋକାନ ଗୃହ ଗୋଇଥିବାରୁ ରାତିରେ ସେଠାରେ ପାନ ଦୋକାନ ର ସମାନ ହେଉ ବା କୌଣସି ଜିନିଷ ପତ୍ର ଛାଡିକି ଆସିବା ସମ୍ଭବ ନୁହେଁ । କିନ୍ତୁ ୧୦୦ମିଟର ଚାଲିକି ଗଲେ ବାରମ୍ବାର ପଡିଯାଉଥିବା ଗଜାନନ ପାଇଁ କାଠିକର ସାବ୍ୟସ୍ତ ହୋଇଥିଲା ପ୍ରତ୍ୟକ ଦିନ ଦୋକାନ ଜିନିଷ ବୋହି ଘରକୁ ଆଣିବେ ଓ ପର ଦିନ ପୁଣି ଦୋକାନ କୁ ନେବା । ଏପରି ସ୍ଥଳେ ଟ୍ରାଇ ସାଇକଲ ଖଣ୍ଡିକ ପାଇଁ ବିଭିନ୍ନ ସରକାରୀ ବାବୁଙ୍କୁ ଦୃଷ୍ଟିଗଚର କରିଥିଲେ ହେଲେ ତାହା ପାଇବାରେ ବହୁ ବିଳମ୍ବ ହୋଇଥିଲା ଆଜି ସଂକଲ୍ପ ପରିବାର ର ଅନୁରୋଧ ପରେ ବରଗଡ଼ ବି. ଡି .ଓ ଶ୍ରୀ ଯୁଧିଷ୍ଠିର ମେହେର ସଙ୍ଗେ ସଙ୍ଗେ ଦିବ୍ୟାଙ୍ଗ ରାଉତ କୁ ଗୋଟେ ତିନିଚକିୟା ସାଇକଲ ପ୍ରଦାନ କରିଥିଲେ । ଉକ୍ତ ସମୟରେ ବରଗଡ଼ ବ୍ଲକ ଚ୍ୟାରର୍ମେନ୍ ଙ୍କ ସ୍ୱାମୀ ସମାଜସେବୀ ଶ୍ରୀଯୁକ୍ତ ଉମେଶ ପଣ୍ଡା,ବରଗଡ଼ ବିଡ଼ିଓ ଶ୍ରୀ ଯୁଧିଷ୍ଠିର ମେହେର ଓ ସଂକଲ୍ପ ପରିବାର ର ବିକାଶ ଅଗ୍ରୱାଲ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post