ଅନଶନକାରୀଙ୍କ ଆତ୍ମଦାହ ପ୍ରୟାସ,ପୋଲିସ ରଖିଛି ପରିସ୍ଥିତି ଉପରେ ନଜର ।

0

ଝାରସୁଗୁଡ଼ା :(ସୁଭାଷ ସହାରେ)- ଗତ ସେପ୍ଟେମ୍ବର ୨୮ ତାରିଖରୁ ଅନଶନରେ ବସିଥିବା ଏନକର ଏକ୍ଜିକ୍ୟୁଟିଭ ସିକ୍ୟୁରିଟି ସଂସ୍ଥାର 168 ଜଣ ସୁରକ୍ଷାକର୍ମୀ ମାନଙ୍କ ସହ କଥାବାର୍ତ୍ତା ହେବା ପାଇଁ କେହି ଆସିଲେ ନାହିଁ। ନିରାଶ ହୋଇ ଶେଷରେ ଜଣେ ଅନଶନକାରୀଙ୍କ ଆତ୍ମଦାହ ଚେଷ୍ଟା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। 

ଗତ ୨୮ ତାରିଖରୁ ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏନକର ସୁରକ୍ଷା କର୍ମଚାରୀଙ୍କ ଦୀର୍ଘ ୮ ମାସ ଧରି ଦରମା ନ ମିଳିବା ଯୋଗୁଁ ଅନଶନକୁ ଆଜି ୪ ଦିନ ହୋଇ ସାରିଛି। ମାତ୍ର ଏପର୍ଯ୍ୟନ୍ତ ପ୍ରଶାସନ ବା ପୋଲିସ ପକ୍ଷରୁ କେହି ମଧ୍ୟ ଆଲୋଚନା ପାଇଁ ଆସି ନାହାଁନ୍ତି। ଏଥିପାଇଁ ଶେଷରେ ନିରାଶ ହୋଇ ନୀଳାମ୍ବର ଡନସେନା ନାମରେ ଜଣେ ସୁରକ୍ଷାକର୍ମୀନିଜ ଦେହରେ କିରୋସିନି ଢାଳି ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରିଥିଲେ। ମାତ୍ର ସାଥି ଅନଶନକାରୀଙ୍କ ତତ୍ପରତା ଯୋଗୁଁ ତାଙ୍କର ପ୍ରାଣ ରକ୍ଷା ହୋଇପାରିଥିଲା। ଖବର ପାଇ ପୋଲିସ ଅନଶନସ୍ଥଳିକୁ ପହଞ୍ଚି ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିଛି। ପ୍ରଶାସନ ଯଥାଶୀଘ୍ର ଅନଶନକାରୀଙ୍କ ସମସ୍ୟାକୁ ଦୂର କରିବାକୁ ଜନସାଧାରଣ ମତ ଦେଇଛନ୍ତି।

Leave A Reply

Your email address will not be published.