ପଦ୍ମପୁର – ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷୟତ୍ରୀ ସେବାଶ୍ରୀ ଭୋଇ ଙ୍କ ଅଧକ୍ଷତାରେ କୋବିଡ଼ ୧୯ ନିୟମ ଅନୁସାରେ ପୁର୍ବକ ବିଦ୍ୟାଳୟ ର ଚତୁର୍ଥ ଶ୍ରେଣୀ କର୍ମଚାରୀ ବସନ୍ତ ବାଗ ଙ୍କ ସରକାରୀ ଚାକିରୀ ରୁ ଅବସର ଜନିତ ବିଦାୟକାଳୀନ ସମର୍ଦ୍ଧନା ଅନୁଷ୍ଠିତ ହୋଇଯାଇଛି । ସ୍କୁଲ ପରିଚାଳନା କମିଟିର ଅଧକ୍ଷା ଶ୍ରୀମତୀ ସରସ୍ୱତୀ ଭୋଇ ,ଉପାଧ୍ୟକ୍ଷ ଶ୍ରୀଯୁକ୍ତ ବିଶ୍ୱନାଥ ଦାସ ମଂଚାସୀନ ଥିଲେ । ସ୍କୁଲ ପରିଚାଳନା କମିଟି ସଦସ୍ୟ ଅଭିମନ୍ୟୁ ପୃଷ୍ଟି ସମେତ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ।ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ବୃନ୍ଦାବନ ଦାସ ସମସ୍ତଙ୍କୁ ସ୍ୱାଗତ କରିଥିବା ସଙ୍ଗେ ସଙ୍ଗେ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।ଶିକ୍ଷକ ପ୍ରେମାନନ୍ଦ ବେହେରା ମାନପତ୍ର ପଠନ କରି ଥିଲେ। ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ସେବାଶ୍ରୀ ଭୋଇ ଉପାଢୋକାନ ପ୍ରଦାନ ସଂଗେ ସଂଗେ ପ୍ରୋବିଜିନାଲ ପେନସନ ପେପର ଅର୍ପଣ କରିଥିଲେ। ବିଦ୍ୟାଳୟ ର ଶିକ୍ଷୟତ୍ରୀ ଜ୍ୟୋସ୍ନାରାଣୀ ସାହୁ,ମିନତୀ ଦାସ,ନିଳିମା ରାଣୀ ମହାନ୍ତି,ଶିକ୍ଷକ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ, ଜୀବନାନନ୍ଦ ସାହୁ, ମାନସ ଶତପଥି, ସୁରେଶ ଚୌହାନ,କାର୍ଯ୍ୟାଳୟ ସହାୟିକା ସୁଷମା ଦାସ,ପ୍ରମୁଖ ବିଦାୟୀ ବସନ୍ତ ବାଗ ଙ୍କ କର୍ମ ମୟ ଜୀବନ ବିଷୟରେ ବକ୍ତବ୍ୟ ରଖି ଥିଲେ।ଦୁଷ୍ମନ୍ତ ଛଟର,ନନ୍ଦିନୀ ବାଗ କାର୍ଯ୍ୟକ୍ରମ ରେ ଵିଶେଷ ସହଯୋଗ କରିଥିଲେ।ଶେଷରେ ହିନ୍ଦୀ ଶିକ୍ଷକ ସୁରେନ୍ଦ୍ର କୁମାର ଭୋଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.