ଅସହାୟ ଝୁନୁ କୁମୁରାଙ୍କୁ କେବେ ମିଲିବ ସରକାରୀ ସହାୟତା ।

0

ସମ୍ବଲପୁର, (ରମାକାନ୍ତ ବିଶ୍ବାଳ )- ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଳକ ଅନ୍ତର୍ଗତ ସାଲେଭଟା ପଞ୍ଚାୟତର କଣ୍ଢଳ ଗ୍ରାମର ପବିତ୍ର କୁମୁରାଙ୍କ ଝିଅ ଝୁନୁ କୁମୁରା ।ଏବେ ସେ ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନାରୁ ବଞ୍ଚିତ ହୋଇ ଅସହାୟ ଅବସ୍ଥାରେ ରହିଛନ୍ତି ।ଜନ୍ମରୁ ଭିନ୍ନକ୍ଷମ ଥିବା ଝୁନୁ କଅଁଳ ବୟସରେ ନିଜ ମାଆକୁ ହରାଇବା ପରେ ବର୍ତ୍ତମାନ ବାପା ହିଁ ଏକ ମାତ୍ର ସାହା ଭରସା ।ଝୁନୁଙ୍କୁ ବର୍ତ୍ତମାନ ସରକାରଙ୍କ ପକ୍ଷରୁ ଅନ୍ତୋଦୟ ଅନ୍ନପୂର୍ଣା ଯୋଜନାରେ ମାସିକ 35କିଲୋ ଚାଉଳ ମିଳୁଥିବା ବେଳେ ସାମାଜିକ ସୁରକ୍ଷା ଯୋଜନାରେ କିନ୍ତୁ ମିଳୁନି ଭତ୍ତା ।

http://www.youtube.com/watch?v=hwKTgvl5Skc 

ଭତ୍ତାପାଇଁ ବହୁବାର ଝୁନୁ ପଞ୍ଚାୟତ ଅଫିସରେ ଆବେଦନ କରିଥିଲେ ସୁଦ୍ଧା ଆଜି ଯାଏ ପାଇ ପାରି ନାହାଁନ୍ତି ଭତ୍ତା ।ଝୁନୁଙ୍କର ଆଧାର କାର୍ଡ ନ ଥିବାରୁ ଏପରି ସମସ୍ୟା  ହୋଇଥିବା ଜଣାପଡିଛି ।ସେହିପରି ବାପାଙ୍କ ଘରେ ନିଜର ବଡଭଉଣୀ ପରିବାର ସହିତ  ରହି ଆସୁଥିବାରୁ ସେହି ଗୋଟିଏ ଘରେ ସମସ୍ତେ ବହୁ ଦୟନୀୟ ଅବସ୍ଥାରେ ରହୁଛନ୍ତି ।ଭଲରେ ପାଟି ଫିଟୁ ନ ଥିବାରୁ କଥାବାର୍ତା କରି ପାରୁ ନ ଥିବା ଝୁନୁ କିନ୍ତୁ ନିଜ କାମ ନିଜେ କରୁଛନ୍ତି ।ସରକାର ଭିନ୍ନକ୍ଷମ ମାନଙ୍କ ପାଇଁ ବହୁ ଯୋଜନା କାର୍ଯ୍ଯକାରୀ କରିଆସୁଥିଲେ ମଧ୍ୟ ପ୍ରଶାସନର ଆନ୍ତରିକତା ଏବଂ ରାଜନୈତିକ ଇଛାଶକ୍ତିର ଅଭାବ ଯୋଗୁଁ 30ବର୍ଷ ବୟସ୍କା ଅବିବାହିତ ଭିନ୍ନକ୍ଷମ ଝୁନୁ କୁମୁରା ଆଜି ଯାଏ ଭତ୍ତା ଓ ଆବାସ ଯୋଜନା ରୁ ବଞ୍ଚିତ ରହିଛନ୍ତି ।

     

Leave A Reply

Your email address will not be published.