ସରକାର ହାତ ଟେକିଦେଇଛନ୍ତି, ବ୍ୟବସାୟୀ ହାତ ମିଳାଇଲେ

0

ଝାରସୁଗୁଡ଼ା ଦୋକାନ ମାଲିକ ସଂଘର ଏକ ସପ୍ତାହ ପାଇଁ ବନ୍ଦ ଘୋଷଣା। 

ଝାରସୁଗୁଡ଼ା :(ସୁଭାଷ ସହାରେ) – ଆସନ୍ତା କାଲିଠାରୁ ଝାରସୁଗୁଡ଼ା ଦୋକାନ ବଜାର ଏକ ସପ୍ତାହ ନିମନ୍ତେ ବନ୍ଦ ରହିବ। ଝାରସୁଗୁଡ଼ା ଜିଲ୍ଲା ବ୍ୟବସାୟୀ ସଂଗଠନର  ମିଳିତ ନିଷ୍ପତ୍ତି ଅନୁଯାୟୀ କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ ଓ ଔଷଧ ଦୋକାନ ବ୍ୟତୀତ ଅନ୍ୟାନ୍ୟ ସମସ୍ତ ଦୋକାନ ଏକ ସପ୍ତାହ ନିମନ୍ତେ ବନ୍ଦ ରହିବ। 

ଆଜିଠାରୁ ଝାରସୁଗୁଡ଼ା ସହରରେ ସମସ୍ତ ଉଠା ଦୋକାନ, ଠେଲା ତଥା ରାସ୍ତାକଡ଼ରେ ଥିବା ଦୋକାନ ସବୁ ପନ୍ଦର ଦିନ ନିମନ୍ତେ ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଛି। ଏଥିପାଇଁ ସମସ୍ତ ପ୍ରଭାବିତ ଦୋକାନୀଙ୍କୁ ୨୫୦୦/- ଟଙ୍କା କ୍ଷତିପୂରଣ ମଧ୍ୟ ଦେବାପାଇଁ ଜିଲ୍ଲା ପ୍ରଶାସନ ଘୋଷଣା କରିଅଛି। ଏହାପରେ ଝାରସୁଗୁଡ଼ା ଦୋକାନ ମାଲିକ ସଂଘ ମଧ୍ୟ ମିଳିତ ଭାବରେ ପନିପରିବା, ତେଜରାତି ଦୋକାନ,ଫଳ,ମାଛ, ମାଂସ,ଅଣ୍ଡା ବ୍ୟତୀତ ଅନ୍ୟ ସମସ୍ତ ଦୋକାନ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏହି ଦୋକାନ ଗୁଡ଼ିକ ମଧ୍ୟ ସକାଳ ୭ ଘଣ୍ଟାରୁ ମଧ୍ୟାହ୍ନ ୧୨ ଘଣ୍ଟା ପର୍ଯ୍ୟନ୍ତ ଖୋଲା ରହିବ। ଔଷଧ ଦୋକାନ ଗୁଡ଼ିକ ୨୪ ଘଣ୍ଟା ଖୋଲା ରହିବ। 

କୋରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି ବୋଲି ସଂଘର ସଭାପତି ହୀରାଲାଲ ଲୋକଚନ୍ଦାନୀ କହିଛନ୍ତି।

Leave A Reply

Your email address will not be published.