ମାନବ ସେବା ସଂଘ ‘ମୁକ୍ତିପଥ’ ତରଫରୁ ୫୦ତମ ଅନ୍ତ୍ୟେଷ୍ଟି କ୍ରିୟା ସଂପନ୍ନ। 

0

ଝାରସୁଗୁଡ଼ା:(ସୁଭାଷ ସହାରେ) ଆଜି ମାନବ ସେବା ସଂଘ ପକ୍ଷରୁ ପୁଣି ଏକ ଅଚିହ୍ନା ମୃତ ଦେହର ସଂସ୍କାର ହିନ୍ଦୁ ନୀତି ନିୟମ ଅନୁଯାୟୀ କରାଯାଇଛି। ଏହା ସହିତ ଏହି ସଂସ୍ଥା ଦ୍ବାରା ଏପର୍ଯ୍ୟନ୍ତ ସର୍ବମୋଟ ଏହିପରି ୫୦ଟି ମର ଶରୀରର ଅନ୍ତ୍ୟେଷ୍ଟି କ୍ରିୟା କରାଯାଇଛି। 

ସୂଚନା ଅନୁଯାୟୀ, ମୃତବ୍ୟକ୍ତିର ନାମ ହେଉଛି କାଲି ବାରିକ, (ୟୁଡି କେସ ନମ୍ବର :63) ୩୫ ବର୍ଷ ବୟସ। ସ୍ଥାନୀୟ ପାହାଡ଼ି ମନ୍ଦିରରେ ରହୁଥିଲେ। ଗତ  20/09/2020 ରେ ତାଙ୍କର ସ୍ବାସ୍ଥ୍ୟ ଖରାପ ହେବାରୁ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ମାତ୍ର ଚିକିତ୍ସାଳୟରେ ତାଙ୍କର ମୃତ୍ୟୁ ହେବାରୁ ପୋଷ୍ଟମର୍ଟମ ପରେ ତାଙ୍କ ମରଶରୀରକୁ ମାନବ ସେବା ସଂଘ ‘ମୁକ୍ତିପଥ’ କୁ ହସ୍ତାନ୍ତର କରାଯାଇଥିଲା। ମୃତ ବ୍ୟକ୍ତିଙ୍କ  ପରିବାର ସଦସ୍ୟଙ୍କ କୌଣସି ସନ୍ଧାନ ନ ମିଳିବାରୁ ଏହି ଶବର ଅନ୍ତିମ ସଂସ୍କାର ମାନବ ସେବା ସଂଘ ସ୍ଥାନୀୟ ବୁରୋମାଲ ସ୍ଥିତ ମୁକ୍ତିଧାମ ଶ୍ମଶାନରେ  କରିଅଛି। ଏ ପର୍ଯ୍ୟନ୍ତ ସଂଘ ତରଫରୁ ୫୦ ଜଣଙ୍କ ଅନ୍ତିମ ସଂସ୍କାର କରାଯାଇ ସାରିଛି। ଅତିରିକ୍ତ ତହସିଲଦାର ତଥା ମାଜିଷ୍ଟ୍ରେଟ ଜୋବିତା ତିର୍କୀ,ଏଏସଆଇ ଗୋବର୍ଦ୍ଧନ ନାୟକ,ସଂଘର କାର୍ଯ୍ୟକର୍ତ୍ତା ରମେଶ ଗାନ୍ଧୀ, ସୋଫିଆ ମିଞ୍ଜ, ସର୍ତ୍ତୁକୋ ବେହେରା, ବାସିଲ ବାରି, ବଣ୍ଟି ସୁନା,ରାହୁଲ ସୁନା ପ୍ରଭୃତିଙ୍କ ଉପସ୍ଥିତିରେ ମୃତ ଶରୀରର ଅନ୍ତିମ ସଂସ୍କାର  ସମାପିତ ହୋଇଥିଲା। 

ସୂଚନାଯୋଗ୍ୟ ଯେ ଝାରସୁଗୁଡ଼ାର ମାନବ ସେବା ସଂଘ, ଏହିପରି ଯେ କୌଣସି ମୃତ ଶରୀର ଯାହାର କୌଣସି କାରଣରୁ କୁଟୁମ୍ବ ପରିଜନଙ୍କ କୌଣସି ଖବର ମିଳିପାରେ ନାହିଁ, ତାର ଅନ୍ତିମ ସଂସ୍କାର କରିବାକୁ ଆଗେଇ ଆସନ୍ତି।

Leave A Reply

Your email address will not be published.