କେଡେ ଅମଣିଷ : ୫୦୦ ଟଂକା ପାଇଁ ପିଲାଟାର ଜୀବନ ନେଇଗଲ

0

ପଡିଶା ଘରୁ ମାତ୍ର ୫ ଶହ ଟଙ୍କା ଚୋରୀ ଅଭିଯୋଗରେ ନାବାଳକକୁ ପିଟି ପିଟି ହତ୍ୟା

ଦିଲ୍ଲିପ ମହାନ୍ତି, ବାରିପଦା- ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ କିଆପାଣପୋଷି ଗ୍ରାମରେ ନାବାଳକୁ  ପିଟି  ପିଟି  ହତ୍ୟା  ଅଭିଯୋଗ  ,ସାମନ୍ୟ ୫୦୦ଟଙ୍କା ପଡିଶା ଘରୁଚୋରି କରିଥିବାରୁ ଜନୈକ ମହିଳାଙ୍କ ସହିତ କିଛି ପଡ଼ଶୀ  ନାବାଳକଙ୍କୁ  ପିଟାପିଟି କରି ମାରିଦେଇଥିବା ଗ୍ରାମବାସୀଙ୍କ ଠାରୁ ଅଭିଯୋଗ ପାଇ କରଞ୍ଜିଆ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ମୃତ୍ୟୁର କାରଣ ଖୋଜୁଛି   । ତେବେ ସାଇଣ୍ଟିଫିକ ଟିମର  ତଦନ୍ତ ସହିତ ଶବ ବ୍ୟବଚ୍ଛେଦ ରିପୋର୍ଟ ପରେ ହିଁ ପ୍ରକୃତ ଘଟଣା ଜଣା ପଡିବ ।ତେବେ ଏଇ ଘଟଣାରେ  ଛନ୍ଦି ହଇ ପଡିଥିବା ମହିଳା ନାବାଳକ( ରାଜନ)କୁ ୫୦୦ଟଙ୍କା ଚୋରି କରିଥିବାରୁ  ପିଟିଥିବା କଥା ନିଜେ କହୁଥିବା ବଳେ ମୃତ୍ୟୁ କିପରି ହେଲା ସେ ଜାଣି ନ ଥିବା କଥା କହିଛନ୍ତି ।ହେଲେ ଏପରି ଏକ ବର୍ବରଚିତ ଅମାନବୀୟ କାଣ୍ଡ କରିଥିବା ଦୋଷୀଙ୍କୁ ଚିହ୍ନଟ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣ ରେ ଦାବି ହଇଛି ।

Leave A Reply

Your email address will not be published.