ଜନଶୁଣାଣିର ବିରୋଧ କଲା ଝାରସୁଗୁଡ଼ା ବିଜେପି। 

0

ଝାରସୁଗୁଡ଼ା :(ସୁଭାଷ ସହାରେ) -ବେଦାନ୍ତ କମ୍ପାନୀ ତାର ଉତ୍ପାଦନ କ୍ଷମତା 16 ଲକ୍ଷ ମେଗା ଟନରୁ 18 ଲକ୍ଷ ମେଗା ଟନ ବୃଦ୍ଧି କରିବାକୁ ଯୋଜନା ରଖିଛି। ଏବଂ ସେଥିପାଇଁ ସେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ପାଖରେ ଆବେଦନ କରିଥିଲା। ରାଜ୍ୟ ପ୍ରଦୂଷଣ ବୋର୍ଡ଼ ମଧ୍ୟ ବେଦାନ୍ତ ଆବେଦନକୁ ବିଚାରରେ ନେଇ ଆସନ୍ତା 30/09/20 ରେ ଡାଲକି ଗ୍ରାମରେ ଏକ ଜନଶୁଣାଣି ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିଲେ। ତେବେ ଏହି ଜନଶୁଣାଣିର ସମୟକୁ ବିଭିନ୍ନ  ସଂଗଠନ ଓ ପରିବେଶବିତ ବିରୋଧ କରିଛନ୍ତି। ଆଜି ଏ ନେଇ ଝାରସୁଗୁଡ଼ା ବିଜେପି  ମଧ୍ୟ ଜିଲ୍ଲାପାଳଙ୍କୁ ଏକ ପତ୍ର ଲେଖି ନିଜର ବିରୋଧ ପ୍ରକଟ କରିଛନ୍ତି। 

ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ଦିନେଶ ଜୈନଙ୍କ ନେତୃତ୍ୱରେ ଝାରସୁଗୁଡ଼ା ବିଜେପିର ସଦସ୍ୟମାନେ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ଏହି ପତ୍ରରେ ଆସନ୍ତା 30/09/2020ରେ ଅନୁଷ୍ଠିତ ହେବାକୁ ଥିବା ଜନଶୁଣାଣିକୁ ସ୍ଥଗିତ ରଖିବା ପାଇଁ କୁହାଯାଇଛି। କୋଭିଡ ଯୋଗୁଁ ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଜନଶୁଣାଣି ପାଇଁ ଏହା ପ୍ରକୃଷ୍ଟ ସମୟ ନୁହେଁ ବୋଲି ପତ୍ରରେ ଉଲ୍ଲେଖ କରାଯାଇଛି। 

ଏହାସହ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ଯୋଗୁଁ ବିଗତ ଦିନରେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ୩ ଜଣ ରୋଗୀଙ୍କ ଘଟିଥିବା ଆକସ୍ମିକ ମୃତ୍ୟୁ ଘଟଣାକୁ RDC ଙ୍କ ଦ୍ଵାରା ତଦନ୍ତ କରାଯାଉ ବୋଲି ଆଉ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ପ୍ରମୋଦ ସେନାପତି, ଗୋପାଲ ପଟେଲ, ତପନ ସ୍ଵାଇଁ, ଦିନେଶ ଉପାଧ୍ୟାୟ, ଦିଲୀପ କିଶୋର ସାକୁନିଆ, ସୁଜିତ୍ ସିଂହ,ରାଜେଶ ଦାଶ, ବିକାଶ ଗୁରୁଙ୍ଗ, ପି. ରାଓ, ନଳିନୀ ପ୍ରଧାନ, ଅଶୋକ ନାଏକ, ବିଶାଲ ସାଗର ପ୍ରମୁଖ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ l

Leave A Reply

Your email address will not be published.