ବୀମାରୁ ବଂଚିତ ଚାଷୀ, ପ୍ରଶାସନ ଉଦାସୀନ 

0

ପଦ୍ମପୁର-ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଳକ ଅନ୍ତର୍ଗତ ଲଖମରା, ବାଦିକଟା,ଭେଙ୍ଗରାଜପୁର  ଗ୍ରାମ ପଞ୍ଚାୟତର ଚାଷୀ ମାନେ ୨୦୧୯ – ୨୦ ବର୍ଷର ଖରିଫ ଫସଲ ବୀମା ଏ ପର୍ଯ୍ୟନ୍ତ ପାଇ ନାହାଁନ୍ତି ।  ଏହି ଖରିଫ ଫସଲ ବୀମା ପାଇବା ପାଇଁ ଚାଷୀ ମାନେ ବିଭିନ୍ନ ସମୟରେ ପ୍ରଶାସନିକ ଅଧିକାରୀ ମାନଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି  । ତେଣୁ ଏହାର ପ୍ରତିବାଦ ସ୍ବରୂପ ଆସନ୍ତା ତାରିଖ ୨୨.୯.୨୦୨୦ ମଙ୍ଗଳବାର ଦିନ ପଦ୍ମପୁର ନିକଟସ୍ଥ ଲଖମରା କଲେଜ ଛକ ଠାରେ ପଦ୍ମପୁର ବସନା ରାସ୍ତା ଅବରୋଧ କରିବା ପାଇଁ ଚାଷୀ ମାନେ ଆଜି ପଦ୍ମପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦାବି ପତ୍ର ପ୍ରଦାନ କରିଛନ୍ତି । ପୁଷ୍କର ବରିହା,ତେଜରାଜ ମେହେର,ସଞ୍ଜୟ ମହାପାତ୍ର, ବିଶ୍ବନାଥ ରଣା,ଦିଲ୍ଲୀପ ପ୍ରଧାନ, କୈଲାସ ଚନ୍ଦ୍ର ବାରିକ,ମୁକ୍ତେଶ୍ବର ପଟେଲ ପ୍ରମୁଖ ଚାଷୀମାନେ ଉପଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ ।

 

Leave A Reply

Your email address will not be published.