ଘୁଡୁ ଘୁଡୁ ପଟି ଖେଳ : ବାଇକ ସହ ୫ଜଣ ଗିରଫ

0

 ଝାରବନ୍ଧ -ମନୋହର ଦାଶ :ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଜଗଦଲପୁର ଥାନା ସରେକେଲା ଗ୍ରାମ ରେ ବିଳମ୍ବିତ ରାତ୍ର ରେ ଚାଲିଥିବା ଘୁଡୁ ଘୁଡୁ ପଟି ଜୁଆ ଖେଳ ର ବିଶ୍ୱସ୍ତ ସୂତ୍ର ରୁ ଖବର ପାଇ ଜଗଦଲପୁର ଥାନା ଅଧିକାରୀ ଲିଲିମାଲଳିତା ବ।ର୍ଲା ଏକ ଟିମ ଗଠନ କରି ଜୁଆ ଅଡ୍ଡା ଉପରେ ଚଢ଼ାଉ କରିଥିଲେ।ଏ ଏସ ଆଇ ସତ୍ୟାନନ୍ଦ ଭୋଇ ,ଏ ଏସ ଆଇ ପ୍ରଦୀପ ପାଣି ,ହାବିଲଦାର ଜିତେନ୍ଦ୍ର ଦାଶ, କନଷ୍ଟେବଳ ବେଦବ୍ୟାସ ସାହୁ,ସ୍ୱରୂପା ବଗାର,ପ୍ରଶାନ୍ତ ପଢିୟମି, ବିରେନ ବାରିକ, ବିଭିନ୍ନ ସ୍ଥାନ ରେ ଛପି ଥିଲେ ଖେଳ ରେ ମତିଥିବା ଯୋଗୁଁ ଜୁଆଡ଼ି ମାନେ ପୋଲିସ ର ଗତିବିଧି ଜାଣି ପାରି ନଥିଲେ।ପୋଲିସ ଚତୁରା ସହ ଚଢ଼ଉ କରି ପାଞ୍ଚ ଜଣ ଜୁଆରୀ କୁ ଧରି ଥିଲେ।ତାଙ୍କ ଠାରୁ ନଗଦ ଛଅ ହଜାର ପାଞ୍ଚ ଶହ ଟଙ୍କା ଘୁଡୁ ଘୁଡୁ ପଟି ଗୋଟି ଦୁଇଟି ମୋବାଇଲ OD17Q4344 ପ୍ଲାଟିନା CG06k3703 tvs ଗାଡି କୁ ପୋଲିସ ଜବତ କରିଛନ୍ତି।ଜୁଆଡ଼ି ମାନେ ଜଗଦଲପୁର ଥାନା ଅଧିନସ୍ତ ସମ୍ବଲପୁରୀ ଗ୍ରାମ ର ନରେନ୍ଦ୍ର ତରିଆ, ଖୀର।ପାଲି ଗ୍ରାମ ର ସୋନୁ ଭୋଇ ମେଳଛାମୁଡ଼ା ଥାନା ଅଧିନସ୍ତ ସାରଙ୍ଗପୁର ଗ୍ରାମ ର କିରତି ପ୍ରଧାନ,ସଞ୍ଜୟ ବରିହା, ଜ୍ଞାନ ଗ୍ରାମ ର ରବିଚନ୍ଦ୍ର ଭୋଇ ପୋଲିସ କେସ ନମ୍ବର ୧୨୧/୨୦ ରେ ଏକ ମକଦମା ରୁଜୁ କରି ଏ ଏସ ଆଇ ସତ୍ୟାନନ୍ଦ ଭୋଇ ଘଟଣା ର ତଦନ୍ତ କରୁଛନ୍ତି। ବୁଦ୍ଧିଜୀବୀ ମହଲ ରେ ଘୁଡୁ ଘୁଡୁ ପଟି ଉପରେ ଚଢ଼ାଉ କରିଥିବାରୁ ଅଞ୍ଚଳରେ ଆନନ୍ଦ ପ୍ରକାଶ ପାଇଛି।

Leave A Reply

Your email address will not be published.