ପିଲାଏ ଛାଇ ଖୋଜିଲେ, ପାଇଲେ ନାହିଁ :  ଶୂନ୍ୟ ଛାୟା ଦିବସ ପାଳିତ

0

 24-05-18-sunyaw.jpg - 71.13 kB

ବଲାଙ୍ଗିର  -ନିରୋଜ ମିଶ୍ର  –    ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଗଇଁନ୍ତଲା ସ୍ଥିତ ବୀଣାପାଣି ଶିକ୍ଷା ସୌଧ ଆବାସିକ ବିଦ୍ୟାଳୟ ଠାରେ ବିଜ୍ଞାନ ସାହିତ୍ୟ ପରିଷଦ ବଲାଙ୍ଗିର ଆନୁକୁଲ୍ୟରେ ଶୂନ୍ୟ ଛାୟା ଦିବସ ପାଳିତ ହୋଇଯାଇଛି । ଛାତ୍ର ଛାତ୍ରୀଙ୍କୁ ଶୂନ୍ୟ ଛାୟା ବିଷୟରେ ଜ୍ଞାନ ପ୍ରଦାନ କରି ବିଜ୍ଞାନକୁ ବ୍ୟାପକ କରିବା ଏହି ଦିବସ ପାଳନର ଉଦ୍ଦେଶ୍ୟ  । ଏହି ଅବସରରେ ବିଜ୍ଞାନ ସାହିତ୍ୟ ପରିଷଦର ସଭ୍ୟ ଆନନ୍ଦ ବଡପଣ୍ଡା ବିଷୟ ଉପରେ ଆଲୋକପାତ କଲାପରେ ଛାତ୍ର ଛାତ୍ରୀଙ୍କ ସହିତ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଦିନ ୧୧.୫୪ ମିନିଟରେ ଛାତ୍ର ଛାତ୍ରୀମାନେ ଶୂନ୍ୟ ଛାୟାର ବାସ୍ତବ ଚିତ୍ରକୁ ଉପଲବ୍ଧ କରିଥିଲେ । କାର୍ଯ୍ୟକ୍ରମରେ ରାଜେନ୍ଦ୍ର ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡ.  ଅଭିମନ୍ୟୁ  ମିଶ୍ର, ବିଜ୍ଞାନ ସାହିତ୍ୟ ପରିଷଦର ସଭାପତି ସନାତନ ଠାକୁର, ସମ୍ପଦକ ଚିତ୍ତ ରଞ୍ଜନ ପଟେଲ, ସୋନପୁର ମହାବିଦ୍ୟାଳୟ ପ୍ରାଧ୍ୟାପକ ତରୁଣ ମିଶ୍ର, ବିଜ୍ଞାନ ସାହିତ୍ୟ ପରିଷଦର ସଭ୍ୟ ସରୋଜ ନାୟକ, ସୁନିଲ ବେହେରା, ଶିବ ପ୍ରସାଦ ତ୍ରିପାଠି, ଜୟକୃଷ୍ଣ ନାଏକ, ସୁରେନ୍ଦ୍ର ତ୍ରିପାଠି, ପ୍ରଦିପ ଖମାରି, ରାଜକୁମାର ବରାଡ, ବୀଣାପାଣି ଶିକ୍ଷା ସୌଧର ପ୍ରଶାସକ ଡ. ବି.ଏନ୍. ଶ୍ରୀକାନ୍ତ, ସମ୍ପାଦକ ଅନ୍ତର୍ଯ୍ୟାମି ସାହୁ, କୋଷାଧ୍ୟକ୍ଷ ସୌମ୍ୟ ରଞ୍ଜନ ଦ୍ୱାରି ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ବିଦ୍ୟାଳୟର ପରିଚାଳନା ନିର୍ଦ୍ଦେଶକ  ଅଶୋକ କୁମାର ମେହେର । ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ତଥା ଶିକ୍ଷକ ଶିକ୍ଷୟତ୍ରୀ ଏବଂ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ । 

Leave A Reply

Your email address will not be published.