ଭୁବନେଶ୍ୱର(ଶାସକ ପ୍ରଶାସକ): ରାଜଧାନୀରେ କୋରୋନାର ଭୟାବହତା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ, ଏହି ମହାମାରୀ ସହ ଲଢ଼ିବାକୁ ଶାନ୍ତିପଲ୍ଲି ଅଞ୍ଚଳର ବସ୍ତିବାସିନ୍ଦାଙ୍କୁ ସହାୟତାର ହାତ ବଢ଼ାଇଛି ଜୟ ଓଡ଼ିଶା। ଗତକାଲି ଜୟ ଓଡ଼ିଶା ମୋଟ୍ ୫୦ଜଣ ସ୍ବେଚ୍ଛାସେବୀ ଶାନ୍ତିପଲ୍ଲି ଠାରେ ପହଞ୍ଚି ସମ୍ପୂର୍ଣ୍ଣ ଅଞ୍ଚଳ ସାନିଟାଇଜ୍ କରିବା ସହ ପ୍ରାୟ ୧୫୦୦ ପରିବାରକୁ ସାନିଟାଇଜର୍ ଓ ମାସ୍କ୍ ବାଣ୍ଟିଥିଲେ।ଏହି ସମୟରେ ଜୟ ଓଡ଼ିଶାର ପ୍ରତିଷ୍ଠାତା ଶ୍ରୀଯୁକ୍ତ ରୁଦ୍ର ନାରାୟଣ ସାମନ୍ତରାୟ ଙ୍କ ସମେତ ଜୟ ଓଡ଼ିଶାର ମୁଖ୍ୟ ଉପଦେଷ୍ଟା ଶ୍ରୀଯୁକ୍ତ ସତ୍ୟଜିତ ଦାସ ମଧ୍ୟ ଉପସ୍ଥିତ ରହି ସମ୍ପୂର୍ଣ୍ଣ ବସ୍ତି ବୁଲି ଲୋକଙ୍କର ଅନ୍ୟାନ୍ୟ ଅସୁବିଧା ଓ ସୁବିଧା ସମ୍ବନ୍ଧରେ ବୁଝିଥିଲେ। ବସ୍ତିବାସିନ୍ଦା ଙ୍କୁ ସାମାଜିକ ଦୂରତା ମାନିବା ସହ ନିୟମିତ ବ୍ୟବଧାନରେ ହାତ ଧୋଇବା,ମାସ୍କ୍ ବ୍ୟବହାର କରିବା ଓ ସତର୍କତାର ସହ ପରସ୍ପରକୁ ସାହାଯ୍ୟ ସହଯୋଗ କରିବାକୁ ବୁଝାଇଥିଲେ। ଜୟ ଓଡ଼ିଶା ସଭାପତି ରୁଦ୍ର ସାମନ୍ତରାୟ କହିଛନ୍ତି “ଏବେ କୋରୋନା ଭୁବନେଶ୍ୱର ସହରକୁ ସମ୍ପୂର୍ଣ୍ଣ ରୂପେ ନିଜ ଅଧିନକୁ ନେଇସାରିଥିବା ବେଳେ ବସ୍ତି ଅଞ୍ଚଳର ଲୋକ ସଂକ୍ରମିତ ହେବାର ଆଶଙ୍କା ବେଶୀ ରହୁଛି। ତେଣୁ ଆଜି କିଛି ମାତ୍ରାରେ ସଂକ୍ରମଣ କମେଇବା ଆଶା ରେ ଏଠାରେ ପହଞ୍ଚିଛୁ। ଆଗକୁ ମଧ୍ୟ ଅନେକ ସ୍ଥାନରେ ଏପରି କାମ କରିବାକୁ ପ୍ରୟାସ କରିବୁ।”
Sign in
Sign in
Recover your password.
A password will be e-mailed to you.
Next Post