ବଲାଙ୍ଗିର ମେଡିକାଲ କଲେଜକୁ ନାଗାର୍ଜୁନ ଭେଷଜ ମହାବିଦ୍ୟାଳୟ ନାମରେ ନାମିତ କରାଯାଉ 

0

 

କୋଶଲି ସାଂସ୍କୃତିକ ସଂଘର ଜରୁରୀ ବୈଠକ

ବଲାଙ୍ଗିର(Niroj Mishra)  :   କୋଶଲି ସାଂସ୍କୃତିକ ସଂଘ, ବଲାଙ୍ଗିରର ସମସ୍ତ କର୍ମକର୍ତ୍ତା ଓ ସଭ୍ୟ ମାନଙ୍କୁ ନେଇ ସଂଘର ସଭାପତି କୋଶଲ ଗୌରବ ରାମଭକ୍ତ  ଫରିକାରଙ୍କ ସଭାପତିତ୍ୱରେ ଏକ ଜରୁରୀ ବୈଠକ ବସିଥିଲା । ଆଗାମୀ ଦିନ ମାନଙ୍କର କାର୍ଯ୍ୟ ନିର୍ଦ୍ଧାରଣ କରାଯିବା ସଙ୍ଗେ ସଙ୍ଗେ ବଲାଙ୍ଗିର ଠାରେ ନବ ନିର୍ମିତ ମେଡିକାଲ  କଲେଜର ନାମକରଣ ପାଇଁ ପ୍ରସ୍ତାବ ମାନ ସଭ୍ୟ ମାନଙ୍କ ଦ୍ୱାରା ଆଗତ କରାଯାଇଥିଲା । ଶେଷରେ ସର୍ବ ସମ୍ମତି କ୍ରମେ ବଲାଙ୍ଗିର ମେଡିକାଲ କଲେଜର ନାମ ବଲାଙ୍ଗିର ମାଟିର ଜଣେ ଯଶସ୍ୱୀ ମହା ଭେଷଜ ବିଶେଷଜ୍ଞ ନାଗାର୍ଜୁନଙ୍କ ନାମରେ ନାମିତ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଯେହେତୁ ନାଗାର୍ଜୁନ ବଲାଙ୍ଗିର ଜିଲ୍ଲାର ଜଣେ ଉଜ୍ଜ୍ୱଳ ତାରକା ଓ ଭେଷଜ ବିଜ୍ଞାନର ଜଣେ ତ୍ରାଣକର୍ତ୍ତା, ସେ  ପ୍ରଥମେ ଗନ୍ଧମାର୍ଦ୍ଧନ ପାହାଡରୁ ନାନା ଜାତି ଔଷଧିୟ ବୃକ୍ଷ ଆବିଷ୍କାର କରିଥିଲେ ଓ ପାରଦ ଭଳି ଦୁର୍ଲଭ ପଦାର୍ଥକୁ ମଧ୍ୟ ସେ ପ୍ରଥମେ ଆବିଷ୍କାର କରିଥିଲେ, ଭେଷଜ ବିଜ୍ଞାନ ଆଜି ତାଙ୍କ ପାଇଁ ସମଗ୍ର ବିଶ୍ୱର ପରିଚୟ ପାଇଛି ଏଣୁ ତାଙ୍କ ନାମରେ ଏହି ମେଡିକାଲ କଲେଜ ନାମିତ କଲେ ଏ ମାଟିର ଗର୍ବ ଓ ଗୌରବର ସଠିକ ମୁଲ୍ୟାୟନ ହେବ ବୋଲି ସଂଘରେ ମତ ପ୍ରକାଶ ପାଇଥିଲା ।

 ଉକ୍ତ ବୈଠକରେ ସଂଘର ସଂଗଠକ ସମ୍ପାଦକ ହିମାଂଶୁ ଶେଖର ପାଢୀ (ନିମା), କବି ଲେଖକ ଉପସଭାପତି କୃଷ୍ଣ ଚନ୍ଦ୍ର ବାରିକ, ସଭ୍ୟ ଶିବ ନାରାୟଣ ଷଡଙ୍ଗୀ, ବିଭୁତି ସିଂ, ଅଧ୍ୟାପିକ ବିପିନ ତ୍ରିପାଠି, ମଳୟ ଆନନ୍ଦ କୁମାର ତ୍ରିପାଠି, କୃଷ୍ଣଚନ୍ଦ୍ର ମହାକୁର, ଶରତ ଚନ୍ଦ୍ର ମିଶ୍ର, ରମାନାଥ ସେନାପତି, ଧରମ ସିଂ ଧରୁଆ, ଗୁପ୍ତେଶ୍ୱର କୁଅଁର, ପ୍ରଦିପ ଦାଶ, ଆର୍ତ୍ତତ୍ରାଣ ସୁନାନି, କାଲି ପ୍ରସାଦ ଷଡଙ୍ଗୀ, ଉଷାରାଣୀ ବାରିକ, ବିଥିକା ଚଟର୍ଜି, ଲିଙ୍ଗରାଜ ଚିନ୍ଦା, ସଞ୍ଜୟ ଅଗସ୍ତି, ଦେବେନ୍ଦ୍ର ନାୟକ ଉପସ୍ଥିତ ଥିଲେ । ଶେଷରେ ସଂଗଠକ ସମ୍ପାଦକ ଶ୍ରୀ ପାଢୀ ଧନ୍ୟବାଦ ଦେଇଥିଲେ । 

Leave A Reply

Your email address will not be published.