ଡାକ୍ତରଖାନାରେ ଅନୁପ ସାଏ

0

ଝାରସୁଗୁଡ଼ା :(ସୁଭାଷ ସହାରେ) : ପୂର୍ବତନ ବ୍ରଜରାଜନଗର ବିଧାୟକ ଅନୁପ ସାଏ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଆଜି ଛତିଶଗଡ଼ର ରାୟଗଡ଼ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ଅନୁପ ସାଏଙ୍କୁ ଆଜି ସକାଳେ ହଠାତ ଛାତିରେ ଯନ୍ତ୍ରଣା ଓ ଅସ୍ବସ୍ତି ଅନୁଭବ ହେବାରୁ ତୁରନ୍ତ ପ୍ରଥମେ ରାୟଗଡ଼ର ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା। ପରେ ତାଙ୍କୁ ଜିନ୍ଦଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।

ତିନି ଥର ବିଧାୟକ ଭାବରେ ଜୟ ଲାଭ କରିଥିବା ଅନୁପ ସାଏ ଗତ ଗତ ଫେବୃଆରୀ ମାସରେ ଛତିଶଗଡ଼ ପୋଲିସ ଦ୍ବାରା ଡବଲ ମର୍ଡର କେସରେ ଗିରଫ ହୋଇ ରାୟଗଡ଼ ଜିଲ୍ଲା ଜେଲରେ ବନ୍ଦୀ ହୋଇ ରହିଛନ୍ତି। ଗତ ୨୦୧୬ ମେ ମାସରେ କଳ୍ପନା ଦାସ ନାମ୍ନୀ ଜଣେ ମହିଳା ଓ ତାଙ୍କ ଝିଅଙ୍କ ହତ୍ୟା ପରେ ରାୟଗଡ଼ର ଏକ ଜଙ୍ଗଲରେ ମୃତଦେହ ଛତିଶଗଡ଼ ପୋଲିସ ଠାବ କରିଥିଲା। ଏହି ହତ୍ୟା ଘଟଣାରେ ଅନୁପ ସାଏ ଜଡ଼ିତ ଥିବା ଅଭିଯୋଗରେ ଛତିଶଗଡ଼ ପୋଲିସ ତାଙ୍କୁ ଗିରଫ କରିଥିଲା। 

ରାୟଗଡ଼ ଜିଲ୍ଲା ଜେଲର ସୁପରିଣ୍ଟେଡେଣ୍ଟଙ୍କ କହିବା ଅନୁସାରେ ସକାଳୁ ତାଙ୍କ ଛାତିରେ ହାଲକା ଯନ୍ତ୍ରଣା ଅନୁଭବ ହୋଇଥିବା ଜଣାପଡ଼ିବାରୁ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Leave A Reply

Your email address will not be published.