ଉତ୍କଳ ସାମ୍ବାଦିକ ସଂଘ ସହ-ଅନୁବନ୍ଧନରେ ରାୟଗଡ ଜିଲ୍ଲା ଶାଖାର ଗଠନ

0

 

ରାୟଗଡ : ସ୍ଥାନୀୟ ଲାୟନ୍ସ୍ କ୍ଲବର ସମ୍ମିଳନୀ  କକ୍ଷରେ ଉତ୍କଳ  ସାମ୍ବାଦିକ ସଂଘ ରାଜ୍ୟ ଶାଖା ସହ-ଅନୁବନ୍ଧିତାରେ ରାୟଗଡ ଜିଲ୍ଲା ଶାଖାର ଗଠନ କରାଗଲା । ଉକ୍ତ ସଭାରେ ମୂଖ୍ୟ ଅତିଥି ଭାବେ ବିଭୂତି ଭୂଷଣ କର (ରାଜ୍ୟ ସଭାପତି) ଉପସ୍ଥିତ ଥିବା ବେଳେ ସମ୍ମନୀତ ଅତିଥି ଭାବେ ମଦନ ପାଣି (ରାଜ୍ୟ ସମନ୍ୱୟକାରୀ ), ପ୍ରତାପ କୁମାର ପ୍ରଧାନ (ଭୂବନେଶ୍ୱର ଶାଖା ସଭାପତି), ରଞ୍ଜନ ଚୌଧୁରୀ (ରାଜ୍ୟ କୋଷାଧ୍ୟକ୍ଷ ), ରଜନୀକାନ୍ତ ମିଶ୍ର (ସାଧାରଣ ସମ୍ପାଦକ, କଳାହାଣ୍ଡି ), ନୃସିଂହ ବ୍ରହ୍ମା (ସଭାପତି, ଦାମନଯୋଡି) ପ୍ରମୂଖ ଉପସ୍ଥିତ ଥିଲେ । ପ୍ରଥମେ ନୂତନ ଭାବେ ଗଠିତ ଉତ୍କଳ  ସମ୍ବାଦିକ ସଂଘ ରାୟଗଡ ଜିଲ୍ଲା ଶାଖାର ସଦସ୍ୟ ଦୟାନନ୍ଦ ଖଡାଙ୍ଗା ନିମନ୍ତ୍ରୀତ ଅତିଥିଙ୍କୁ ମଞ୍ଚାସିନ କରାଇବା ସହ ପରିଚୟ ପ୍ରଦାନ କରିଥିଲେ । ଉକ୍ତ ସଭାରେ ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ଶ୍ରୀ କର ରାୟଗଡ ଜିଲ୍ଲା ଶାଖାର ନୂକନ କର୍ମକର୍ତ୍ତାଙ୍କ ନାମ ଘୋଷଣା କରିଥିଲେ । ସଭାପତି ଭାବେ ସୁବାସ ଚନ୍ଦ୍ର ପଣ୍ଡା ଙ୍କୁ ବଛାଯାଇଥିବା ବେଳେ ସାଧାରଣ ସମ୍ପାଦକ ଭାବେ ସୁବାସ ଚନ୍ଦ୍ର ସୂର୍ଯ୍ୟ ଓ କୋଷାଧ୍ୟକ୍ଷ ଭାବେ ସରୋଜ କୁମାର ସାହୁ ଙ୍କୁ ମନୋନୀତ କରାଯାଇଥିଲା । ନୂତନ ଭାବେ ରାୟଗଡ ଜିଲ୍ଲା ଶାଖାର ସାଧାରଣ ସମ୍ପାଦକ ସୁବାସ ଚନ୍ଦ୍ର ସୂର୍ଯ୍ୟ ଙ୍କ ପରିଚାଳନାରେ ଉପସ୍ଥିତ ସମସ୍ତ ଅତିଥି ରାୟଗଡ ଜିଲ୍ଲା ଶାଖାର ନବ ନିର୍ବାଚିତ କର୍ମକର୍ତ୍ତା ଓ ସମସ୍ତ ସଦସ୍ୟଙ୍କୁ ସ୍ୱାଗତ କରିବା ସହ ସମସ୍ତଙ୍କ ସହଯୋଗ କାମନା କରି ସାମ୍ବାଦିକ ମାନଙ୍କର ସମସ୍ୟା ଗୁଡିକ ଉପରେ ଆଲୋଚନା କରି କିପରି ସମାଧାନର ବାଟ ବାହାର କରିବା ପାଇଁ ଉତ୍କଳ ସାମ୍ବାଦିକ ସଂଘ ସଦାବେଳେ ନିଜର ଚେଷ୍ଟା ଜାରି ରଖିଥିବା ପ୍ରକାଶ କରିଥିଲେ । ରାଜ୍ୟ ସଂଘର ସଭାପତି ବିଭୂତି ଭୂଷଣ କର ନିଜର ବକ୍ତବ୍ୟରେ କହିଥିଲେ ଯେ, ଏହି ସଂଘ ଜାନୁୟାରୀ  ମାସ ୨୫ ତିରିଖ ୧୯୪୫ ମସିହାରେ ଗଠନ କରାଯାଇଥିଲା ।ସେତେବେଳର ସାମ୍ବାଦିକତା ଏକ ପ୍ରବୃତ୍ତିଗତ ହୋଇଥିବା ବେଳେ ବର୍ତ୍ତମାନ ତାହା ବୃତ୍ତିଗତରେ ପରିଣତ ହୋଇଥିବା ସେ ପ୍ରକାଶ କରିଥିଲେ । ଉତ୍କଳ ସାମ୍ବାଦିକ ସଂଘ ୧୯୫୬ ମସିହା ଭାରତରେ ଗଠିତ ହୋଇଥିବା ସର୍ବ ପୁରାତନ ସଂଗଠନ (ଆଇ.ଏଫ.ଡବ୍ଲୁ .ଜେ ) ସହ ଅନୁବନ୍ଧିତ ହୋଇ ସାମ୍ବାଦିକ ମାନଙ୍କ ସମସ୍ୟା ଉପରେ କାର୍ଯ୍ୟକରି ଆସୁଛି । ସେ ସଭାପତି ଭାବେ ଦାୟୀତ୍ୱ ନେବାର ପ୍ରାୟ ସାଢେ ତିନି ବର୍ଷ ମଧ୍ୟରେ ଓଡିଶାରେ ପ୍ରାୟ ୨୭ ଟି ଜିଲ୍ଲାରେ ଉତ୍କଳ  ସମ୍ବାଦିକ ସଂଘ ନିଜର ସଂଗଠନ କରିବାସହ ଶୀତ କାଳୀନ ବିଧାନସଭା ଅଧିବେଶନ ସମୟରେ ରାଜ୍ୟ ଶହ ଶହ ସମ୍ବାଦିକ ମାନଙ୍କୁ ନେଇ ଲୋୟାର ପିଏମ୍ଜି ଛକ ଠାରେ ସାମ୍ବାଦିକ ମାନଙ୍କ ସମସ୍ୟା ନେଇ ଦିର୍ଘ ୨୧ ଦିନ କାଳ ଧାରଣା ଦେଇଥିବା ଏବଂ ସାମ୍ବାଦିକ ମାନଙ୍କ ବିଭିନ୍ନ ପ୍ରକାରର ସମସ୍ୟା ଯଥା – ସାମ୍ବାଦିକ ମାନଙ୍କ ପାଇଁ ସ୍ୱତନ୍ତ୍ର ସୁରକ୍ଷା ଆଇନ ପ୍ରଣୟନ କରିବା ନିମନ୍ତେ, ନିର୍ଦ୍ଦିଷ୍ଟ  ଏକ ବୟସ ସିମା ଗଠନ କରାଯାଇ ସେମାନଙ୍କୁ ଅବସର କାଳିନ ଭତ୍ତା ପ୍ରଦାନ କରାଯିବା, ଏକ ପ୍ରେସ୍ ଏକାଡୋମି ତିଆରି କରିବା, କାର୍ଯ୍ୟରତ ସାମ୍ବାଦିକ ମୃତୁ୍ୟ ମୁଖରେ ପଡିଲେ ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀଙ୍କ ଦ୍ୱାରା ସରକାରଙ୍କ ତରଫରୁ ୫୦ ହଜାର ଟଙ୍କା ମୃତ୍ୟୁ କାଳୀନ ସହାୟତା ରାଶି ପ୍ରଦାନ କରାଇବା ଓ ସାମ୍ବାଦିକ ମାନଙ୍କୁ ସ୍ୱାସ୍ଥ୍ୟ ବୀମା ପ୍ରଦାନ କରିବା ପ୍ରମୂଖ ରାଜ୍ୟ ସରକାରଙ୍କ ଠାରେ ସଂଘ ତରଫରୁ ଦାବୀ ଉପସ୍ଥାପନ କରାଯାଇଥିବା ସେ ପ୍ରକାଶ କରିଥିଲେ । ସେଥି ମଧ୍ୟରୁ ସାମ୍ବାଦିକ ମାନଙ୍କୁ ସ୍ୱାସ୍ଥ୍ୟ ବୀମା ପ୍ରଦାନ କରିବା ନିମନ୍ତେ ସରକାର ପଦକ୍ଷପ ନେଇଥିବା ବେଳେ ଅନ୍ୟ କରାଯାଇଥିବା ଦାବୀ ଗୁଡିକ ଉପରେ ଆଲେଚନା ଚାଲିଥିବା ସେ କହିଥିଲେ । ଜିଲ୍ଲାରେ ସାମ୍ବାଦିକ ମାନଙ୍କ ଯେକୌଣସି ସମସ୍ୟା ହେଲେ ଉତ୍କଳ  ସାମ୍ବାଦିକ ସଂଘ ସହଯୋଗର ହାତ ବଢାଇ ତାହା ସମାଧାନ କରିବା ଦିଗରେ ପଦକ୍ଷେପ ନେବେ ବେଲି ସେ ପ୍ରତିଶୃତି ଦେଇଥିଲେ । ରାୟଗଡ ଜିଲ୍ଲା ସଂଘର ସଭାପତି ସୁବାସ ଚନ୍ଦ୍ର ପଣ୍ଡା ଜିଲ୍ଲାରେ ହେଉଥିବା ସମସ୍ୟା ଗୁଡିକ ଉପରେ ଆଲୋକପାତ କରିବା ସହ ଉତ୍କଳ  ସାମ୍ବାଦିକ ସଂଘର ରାଜ୍ୟ ସଂଗଠନ ଏହି ସବୁ ସମସ୍ୟାକୁ ଗୁରୁତର ସହ ବିଚାର କରି ସହୋଯୋଗ କରିବେ ବେଲି ଆଶାବ୍ୟକ୍ତ କରିଥିଲେ । ଶେଷରେ ରାୟଗଡ ଜିଲ୍ଲା ସଂଘ ତରଫରୁ ରାଜ୍ୟ ସଭାପତି ଶ୍ରୀ କର ଙ୍କୁ ଉପଢୌକନ ଦେଇ ସମ୍ମାନୀତ କରିଥିବା ବେଳେ ଜିଲ୍ଲା ସଂଘର କୋଷାଧ୍ୟକ୍ଷ ସରୋଜ କୁମାର ସାହୁ ଧନ୍ୟବାଦ ଅର୍ପଣ  କରିଥିଲେ । ଉକ୍ତ ସଭାରେ ରାୟଗଡ ଜିଲ୍ଲା ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ରହିବା ସହ ପରିଚାଳନାରେ ସହୋଯୋଗ କରିଥିଲେ । 

Leave A Reply

Your email address will not be published.