“ଆଟଗାଁ ଜମିଦାର ପରିବାରର ସାଂସ୍କୃତିକ ଦିଗ ଉପରେ  ଗବେଷଣ ହେବା ଆବଶ୍ୟକ”

0

19-05-18-bolangir.jpg - 79.29 kB

ଆଟଗାଁ ମହୋତ୍ସବ ଉଦଯାପିତ

ବଲାଙ୍ଗିର/ପୁଇଁତଲା(ନିରୋଜ ମିଶ୍ର) ଆଟଗାଁ ସ୍ଥିତ ମହଲ ପଡିଆ ଠାରେ ଧରମ ସିଂ ମାଝୀ ସ୍ମୃତି କମିଟୀ ଓ ପରିବର୍ତ୍ତନ ତରଫରୁ ଆୟୋଜିତ ଆଟଗାଁ ମହୋତ୍ସବର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଲୋଇସିଂହା ବିଧାୟକ ଯୋଗେନ୍ଦ୍ର ବେହେରା ଯୋଗ ଦେଇ ବଲାଙ୍ଗିର ର ସାଂସ୍କୃତିକ ପୃଷ୍ଠାରେ ରେ ଆଟଗାଁର ସ୍ଥାନ ସ୍ୱତନ୍ତ୍ର ବୋଲି କହିଥିଲେ ।  ମୁଖ୍ୟ ବକ୍ତା ଭାବେ ଗବେଷକ ଡ. ଘାସିରାମ ମିଶ୍ର ନିଜ ବକ୍ତବ୍ୟରେ ଆଟଗାଁ ଜମିଦାର ପରିବାରର ସାଂସ୍କୃତିକ ଦିଗ ଉପରେ  ଗବେଷଣ ହେବା ଆବଶ୍ୟକ ବୋଲି କହିଥିଲେ । ସମ୍ମାନୀତ ଅତିଥି ଭାବେ ଦେଓଗାଁ ବ୍ଲକ ଅଧ୍ୟକ୍ଷା ରୀନା ମେହେର ଆଟଗାଁ ଜମିଦାରୀର ଉନ୍ନତ ସାଂସ୍କୃତିକତାରେ ଆମେ ଅଂଚଳବାସୀ ଗର୍ବିତ ବୋଲି କହିଥିବା ବେଳେ ଅନ୍ୟତମ ସମ୍ମାନୀତ ଅତିଥି ଯୁବ ସାମ୍ବାଦିକ ପୂର୍ଣ୍ଣ ଚନ୍ଦ୍ର ପଣ୍ଡା ଆଟଗାଁ ଉପରେ ଅଧିକ ଗବେଷଣା ହେବା ଦରକାର ବୋଲି କହିଥିଲେ ।  ବିଡିସିସିବି ବ୍ୟାଙ୍କ ସଭାପତି ଲକ୍ଷ୍ମଣ ମେହେର, ସ୍ମୃତି କମିଟୀ ର ସଭାପତି ବିପିନ ବିହାରୀ ଭୋଇ ଓ ସମ୍ପାଦକ କାଳିନ୍ଦୀ ମାଝୀ ମଞ୍ଚାସୀନ ଥିଲେ । ସଭାପତି ନିଖୀଳ ବହିଦାର ସ୍ୱାଗତ ଭାଷଣ ଦେଇଥିବା ବେଳେ  କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ ‘ପରିବର୍ତ୍ତନ’ ର ସମ୍ପାଦକ ମୁକେଶ ବହିଦାର । ଧନ୍ୟବାଦ ଦେଇଥିଲେ ସ୍ମୃତି କମିଟୀର ସଭାପତି ବିପିନ ବିହାରୀ ଭୋଇ । ସଭାପରେ ଢୋଲମୁହରୀ କଳା ପରିଷଦ, ବିନା କାଲିଆ ଆଟଗାଁ, ତରଭାର ବାସନ୍ତୀ କଳା ପରିଷଦ ଘୁଡକା, ଘୁଙ୍ଗୁର କଳା ପରିଷଦ  ପୁଇଁତଳା ର କଳାକାର ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ସମ୍ଭବ ବହିଦାର,  ସୁକୁମାର ପଟ୍ଟନାୟକ, ଜୟଦେବ ଜାଲ, ବଶିଷ୍ଟ ବେହେରା, ପପୁନ କୁମାର ବେହେରା, ମାୟା ପଧାନୀ, ଆକାଶ ମହାଲିଙ୍ଗ, ଶଶାଙ୍କ ଥନାପତି, ସୁଶାନ୍ତ ପୁଟେଲ, ବସନ୍ତ ଷାଣ୍ଡ, ତୁଫାନ ନାୟକ, ସଂଗ୍ରାମ ରଣା, ବିଲୁ ବଗାର, ରାଜୁ ବାଗ, ବିଲୁ ବଗାର, ରାମ ସେଠ, ଅମ୍ବର କୁଅଁର, ନିଳମଣୀ ପସାୟତ, ସୁଦାମ ଷାଣ୍ଡ, ରଜନୀ କୁଅଁତ ତଥା ଗ୍ରାମବାସୀ  ।

Leave A Reply

Your email address will not be published.