ଲକ୍ଷ୍ମୀ ବିଳାସିନୀଙ୍କ ପ୍ରଶ୍ନ : ଜମି ବାବଦରେ ମୁଁ ପଇସା ନେଇଥିଲି, ମୁଁ ଫେରାଇଥିଲି , ମୋତେ ଗିରଫ ନକରି ମୋ ସ୍ୱାମୀଙ୍କୁ ଗିରଫ କଲ କାହିକିଁ ????
ଭୁବନେଶ୍ୱରରୁ ଦୀନବନ୍ଧୁ ନାୟକ : ମୋ ସ୍ୱାମୀ କେଉଁଥିରେ ସମ୍ପୃକ୍ତ ନୁହନ୍ତି । କାରଣ ଯେଉଁ ଜମି କିଣିବା ପାଇଁ ପଇସା ଆସିବା ଅବା ଫେରାଯିବା କଥା କୁହାଯାଇଛି ସେସବୁ ମୁଁ କରିଛି ଓ ମୋ ନାଁରେ ଅଛି । ଯେଉଁଥିରେ କିଛି ଗଲତି ନାହିଁ । ହେଲେ ଯଦି ସିବିଆଇ ଗିରଫ କରିବା ବା ଜେରା କରିବା କଥା ମତେ କରିଥାନ୍ତା, ମୋ ସ୍ୱାମୀଙ୍କୁ କାହିଁକି ନେଲା ବୋଲି ପ୍ରଶ୍ନ କରିଛନ୍ତି ଗିରଫ ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ପତ୍ନୀ ଲକ୍ଷ୍ମୀ ବିଳାସିନୀ । ସ୍ୱାମୀଙ୍କ ଗିରଫଦାରି ପରେ ସଂପୂର୍ଣ୍ଣ ଭାଙ୍ଗି ପଢ଼ିଛନ୍ତି ତଥା କଟକ ଜିଲ୍ଲା ପରିଷଦର ପୂର୍ବତନ ଅଧ୍ୟକ୍ଷା ଲକ୍ଷ୍ମୀବିଳାସିନୀ ବିଶ୍ୱାଳ ` ଲକ୍ଷ୍ମୀବିଳାସିନୀ ପ୍ରଭାତଙ୍କ ଗିର‘ଦାରି ସଂପର୍କରେ ସୂଚନା ଦେଇ କହିଛନ୍ତି ଯେ ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରରୁ ଶ୍ରୀ ବିଶ୍ୱାଳଙ୍କୁ ଡକାଇଥିଲେ ସିବିଆଇ ଅଧିକାରୀ । ସେହି ସମୟରେ ପୁଅ ତାଙ୍କ ପାଖରେ ଥିଲେ । ସିବିଆଇ ଗିରଫ କରିବା ଜାଣିବା ପରେ ପୁଅ ଅଧୈର୍ଯ୍ୟ ହୋଇ କନ୍ଦାକଟା କରିବା ସହ ତାଙ୍କୁ ଖବର ଦେଇଥିଲେ । ସେ ଖବର ପାଇ ସିବିଆଇ କାର୍ଯ୍ୟାଳୟରେ ପହଂଚି ଥିଲେ କାହିଁକି ଗିର‘ କରାଯାଉଛି ବୋଲି ପ·ରିଥିଲେ । ଲକ୍ଷ୍ମୀବିଳାସିନୀ କହିବା ଅନୁଯାୟୀ ତାଙ୍କ ନାମରେ ତ ଜମି ଅଛି । ଯଦି ଜମି କିଣାବିକାରେ କୌଣସି ଦୁର୍ନୀତି ହୋଇଛି, ତେବେ ତାଙ୍କୁ ନବାନ୍ଧି ପ୍ରଭାତ ବିଶ୍ୱାଳଙ୍କୁ କାହିଁକି ଗିରଫ କରାଯାଉଛି, ବୋଲି ସେ ସିବିଆଇ ଅଧିକାରୀଙ୍କୁ ପ·ରିଥିଲେ । ସିବିଆଇ ଅଧିକାରୀ କହିଥିଲେ ଯେ ଏହି ଘଟଣାରେ ପ୍ରଭାତଙ୍କ ବିରୋଧରେ ଷଢ଼ଯନ୍ତ୍ର ସନ୍ଦେହ କରାଯାଉଛି । ତେଣୁ ତାଙ୍କୁ ଗିର‘ କରାଯାଉଛି ଏହାକୁ କଣ ଧର୍ମ, ନ୍ୟାୟ କହନ୍ତି ବୋଲି ପ୍ରଶ୍ନ କରିଛନ୍ତି ଲକ୍ଷ୍ମୀବିଳାସିନୀ । ଏତେ ବର୍ଷ ହେଲା ତଦନ୍ତ ନାଁରେ ଚଢଉ କରାଯାଉଛି ବାରମ୍ବାର ଜେରା କରାଯାଉଛି । ଶେଷରେ ରାତି ଅଧରେ ଗିରଫ କରି ଷଡ଼ଯନ୍ତ୍ରର ସନ୍ଦେହ କଥା କୁହାଯାଉଛି । ସବୁବେଳେ ଲୋକଙ୍କ ସହ ରହି ଆସିଥିବା ଜନପ୍ରତିନିଧିଙ୍କ ପ୍ରତି ଏ ପ୍ରକାର ଆଚରଣ କଣ ଧର୍ମ ସହିବ ବୋଲି ମର୍ମାହ ଲକ୍ଷ୍ମିବିଳାସିନୀ ପ୍ରଚାରିଛନ୍ତି ।