ଭୁବନେଶ୍ୱର: ଚିଟ୍ଫଣ୍ଡ୍ ଘୋଟାଲାରେ ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳ ଗିରଫ ହେଲା ପରେ ରାଜନୈତିକ ବୟାନବାଜି ଜାରି ରହିଛି । ବିଜେଡି ଏହାକୁ ବିଜେପିର ଚାଲ ଓ ସିବିଆଇ ରାଜନୈତିକ ଉଦ୍ଦେଶ୍ ନେଇ ପ୍ରଭାତଙ୍କୁ ଗିରଫ କରିଛି ବୋଲି କହିଛି ବିଜେଡି । ଏହାର ଜବାବ ରାଜରାସ୍ତାରେ ଦିଆଯିବ ବୋଲି ବିଜେଡି କହିଥିବା ବେଳେ ବିଜେପି ଏହାକୁ ବିଜେଡିର ଦୋମୁହଁ ନୀତି ବୋଲି କହିଛି ।
ବିଜେପି ବିଧାୟକ ପ୍ରଦୀପ ପୁରୋହିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ପୂର୍ବରୁ ବିଧାୟକ ଓ ସାଂସଦ ଯେ କେହି ବି ସିବିଆଇ ଦ୍ାରା ଗିରଫହେଲେ ବିଜେଡି ସମ୍ପୃକ୍ତ ବ୍ୟକ୍ତିଙ୍କୁ ଦଳରୁ ନିଲମ୍ବିତ କରୁଥିଲା । ପୂର୍ବରୁ ଗିରଫ ହୋଇଥିବା ସାଂସଦ ରାମଚନ୍ଦ୍ର ହାଁସଦା ଓ ବିଧାୟକ ପ୍ରଭାତ ତ୍ରିପାଠୀଙ୍କୁ ନିଲମ୍ବନ କରି ଆଇନ୍ ତା ବାଟରେ ଯିବ ବୋଲି ଦଳ ସଫେଇ ଦେଉଥିଲା । କିନ୍ତୁ ପ୍ରଭାତ ବିଶ୍ୱାଳଙ୍କ ଗିରଫ ଘଟଣାରେ ବିଜେଡି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଭିମୁଖ୍ୟ ପରିବର୍ତନ ହୋଇଯାଇଛି ଗରିବ ଲୋକଙ୍କ ଝାଳବୁହା ରୋଜଗାରକୁ ଚିଟ୍‘ଣ୍ଡ୍ ମାଧ୍ୟମରେ ଲୁଣ୍ଠନ କରାଯାଇଛି ଏହି ଲୁଟ ରେ ଚିଟ୍‘ଣ୍ଡ୍ କମ୍ପାନିଗୁଢ଼ିକ ସହ ସଂପୃକ୍ତ ବ୍ୟକ୍ତିମାନେ ଦଣ୍ଡ ପାଇବା ଉଚିତ କି ନୁହେଁ, ମୁଖ୍ୟମନ୍ତ୍ରୀ ତାହା ସ୍ପଷ୍ଟ କରନ୍ତୁ ଚିଟ୍‘ଣ୍ଡ୍ରେ ସଂପୃକ୍ତ ଅପରାଧୀଙ୍କ ବିରୋଧରେ ସିବିଆଇ କାର୍ଯାନୁଷ୍ଠାନକୁ ବିରୋଧ କରିବା ଅର୍ଥ ଅପରାଧୀଙ୍କୁ ଘ । ଘୋଢ଼ାଇବା ପାଇଁ ବିଜେଡିର ଉଦ୍ୟମ ବୋଲି ଶ୍ରୀ ପୁରୋହିତ ଅଭିଯୋଗ କରିଛନ୍ତି ବିଜେଡିକୁ ତାର ନିଜ ପାପ ଘାରୁଛି ସେଥି ପାଇଁ ବ ର୍ମାନ ଦଳ ଅଯଥାରେ ଅଧିକ ପ୍ରତିକ୍ରିୟାଶୀଳ ହୋଇପଢ଼ିଛି ବୋଲି ଶ୍ରୀ ପୁରୋହିତ କହିଛନ୍ତି ସାମ୍ବାଦିକ ସମ୍ମିଳନୀରେ ବିଜେପିର ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ ଓ ଦିଲ୍ଲୀପ ମଲ୍ଲିକ, ମୁଖପାତ୍ର ସଜ୍ଜନ ଶର୍ମା ଓ ଗୋଲକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ