ତୈଳଦର ବୃଦ୍ଧି ଦିନ ପ୍ରଭାତଙ୍କ ଗିରଫଦାରୀ : କାକତାଳୀୟ ନା କ୍ଷମତା ପଶାପାଲିର ନୂଆ ଚାଲ !

0

ଭୁବନେଶ୍ୱରରୁ ଚକ୍ରଧର ମାଝି : ପେଟ୍ରୋଲ ଡିଜେଲ ଓ ଗ୍ୟାସର ଅହେତୁକ ଦରବୃଦ୍ଧିକୁ ନେଇ ରାଜ୍ୟବାସୀ ସନ୍ତୁଳି ହେଉଥିବା ବେଳେ ଏହାକୁ ରାଜନୈତିକ ପ୍ରସଙ୍ଗ ଭାବେ ଗ୍ରହଣ କରି ବିଜେଡି ଦେଇଥିଲା ରାଜ୍ୟବ୍ୟାପୀ ବନ୍ଦ ଡାକରା  । କଂଗ୍ରେସ ତରଫରୁ ମଧ୍ୟ ଦୈଳଦର ବୃଦ୍ଧିକୁ ପ୍ରତିବାଦ କରିଆସୁଛି । କେନ୍ଦ୍ର ସରକାର ଓ ରାଜ୍ୟ ସରକାର ପେଟ୍ରୋଲିୟମ ଉପôାଦ ଉପରେ ଲାଗୁ କରୁଥିବା ଟିକସ ହ୍ରାସ କରିବା ପାଇଁ କଂଗ୍ରେସ ଦାବି କରିଆସୁଛି  । ହେଲେ ବିଜେଡି ରାଜନୀତିରେ ଆଉ ପାଦେ ଆଗେଇ ଯାଇ ରାଜ୍ୟବ୍ୟାପୀ ହରତାଳ ୧୮ ତାରିଖରେ କରିବା ପରେ ଠିକ୍ ସେଦିନ ରାତିରେ ବିଜେଡି ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ସିବିଆଇ ଗିରଫ କଲା ।  ଚିଟ୍ ଫଣ୍ଡ ଦୁର୍ନୀତିରେ ସିବିଆଇ ତଦନ୍ତର ଶିଥିଳତାକୁ ନେଇ ଜନସାଧାରଣରେ ପ୍ରଶ୍ନ ଉଠୁଥିବା ବେଳେ ତଦନ୍ତ କେଳ ଡ୍ରାମାବାଜୀ ଓ ଜମାକାରୀଙ୍କର ଟଙ୍କାଟିଏ ଫେରିପାଇବାର ଚାନ୍ସ ନାହିଁ ବୋଲି ଲୋକ ନିଶ୍ଚିତ ହୋଇସାାରଥିବା ବେଳେ  ବହୁଦିନ ଦରି ଶୋଇଥିବା ସିବିଆଇ ନିଦରୁ ଉଠି ବିଳିବିଳେଇଲା ପରି ସି-ସୋର ଚିଟ୍ ଫଣ୍ଡ ଲିଙ୍କ୍ ଅଭିଯୋଗରେ ସୋମବାର ବିଳମ୍ବିତ ରାତିରେ ଜେରା ପାଇ ଡକାଇ ଗିରଫ କରିଛି ପ୍ରଭାତ ବିଶ୍ୱାଳ ଗିରଫ କରିବା ଘଟଣାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି  । ଯିଏ ଲୁଟେରା ବା ଯିଏ ଗରିବଙ୍କ କଷ୍ଟାର୍ଜିତ ପଇସା ଖାଇଛି ତାକୁ ବାନ୍ଧିବା ଉଚିତ , ପୂର୍ବରୁ ବିଜେଡି ପ୍ରଭାତ ତ୍ରିପାଠୀଙ୍କ ଗିରଫଦାରୀ ବେଳେ ବିଜେଡି ଡିଫେନସିଭ୍ ହୋଇ ତାଙ୍କୁ ତୁରନ୍ତ ଦଳରୁ ନିଲମ୍ବିତ କରିଥିବା ବେଳେ ପ୍ରଭାତ ବିଶ୍ୱାଳଙ୍କ କେଶ୍ରେ ଏବେ ଅଫେନସିଭ୍ ହୋଇ ଏହି ଗିରଫଦାରୀକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛି  । ଏହାର ଜବାବ ରାଜରାସ୍ତରେ ଦିଆଯିବ ବୋଲି ଦଳ ଚେତାବନୀ ଦେଇଛି  । ପୂର୍ବର କଂଗ୍ରେସ ନେତୃତ୍ୱାଧୀନ ଉପା ସରକାର ବେଳେ ପେଟ୍ରୋଲ ଡିଜେଲର ସାମାନ୍ୟ ଦରବୃଦ୍ଧି ହେଲେ ଗ୍ୟାସ ହାଣ୍ଡି ଓ ଶଗଡ ଧରି ରାସ୍ତାକୁ ଓହ୍ଲାଇଯାଉଥିବା ବିଜେପି ନେତୃତ୍ୱାଧୀନ ମୋଦୀ ସରକାରରେ ପେଟ୍ରୋଲ ଡିଜେଲ ଓ ଗ୍ୟାସର ଅହେତକୁ ଦରବୃଦ୍ଧି ଘଟିଛି  । ସମଗ୍ର ଦେଶବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଥିବା ପେଟ୍ରୋଲ ଡିଜେଲ ଦରବୃଦ୍ଧି ପ୍ରତିବାଦରେ ବିଜେଡି ରାଜ୍ୟବ୍ୟାପୀ ବନ୍ଦ ବିଜେପିକୁ ଖୋଲା ଚାଲେଞ୍ଜ ଦେବା ଦିନ ରାତିରେ ହିଁ ପ୍ରଭାତଙ୍କ ଗିରଫଦାରୀ କାକତାଳୀୟ ହୋଇଥାଇପାରେ  । ହେଲେ ଏହାକୁ ନେଇ ଏବେ ରାଜନୀତି ଆରମ୍ଭ ହୋଇଯାଇଛି  । ବିଜେପି ଏହାକୁ ଅସ୍ତ ଭାବେ ବ୍ୟବହାର କରି ବିଜେଡି ନେତାଙ୍କୁ ଶିକାର କରିବାକୁ ଚେଷ୍ଟା କରୁଥଛି ବୋଲି ବିଜେଡି ଅଭିଯୋଗ କରୁଥିବା ବେଳେ ନବୀନ ପଟ୍ଟନାୟକଙ୍କ ଭାବମୂର୍ତିି ଊପରେ ଆକ୍ରମଣ ପାଇଁ ସିବିଆଇ ତାହାର ତଦନ୍ତକୁ ନାଟକୀୟ ଢଙ୍ଗରେ କରୁଥାଇପାରେ  ।  କାରଣ ସବୁଠାରୁ ବଡକଥା ହେଲା ବିଜେପି ପାଦତଳେ ଏବେ ମାଟି ନଥିବା ବେଳେ ଯାବତୀୟ ଦୁର୍ନୀତି, ଅନିୟମିତତା ଓ ବିଫଳତା ସତ୍ୱେ ନବୀନ ବାବୁଙ୍କ ଭାବମୂର୍ତିରେ ସେତେ ପରିମାଣରେ ଦାଗ ଲଗାଇପାରିନି, ଯାହାକି ବିଜେଡିର ପରାଜୟର କାରଣ ହୋଇପାରିବ  । ଏଭଳି ସ୍ଥଳେ ବିଜେପି ସଭାପତିଙ୍କ ୧୨୦ ଆସ୍ପର୍ଦ୍ଧା ପଛରେ ସିବିଆଇ ଅସ୍ତ୍ର ହୋଇଥାଇପାରେ ବୋଲି ଚର୍ଚ୍ଚା ହେଉଛି  । ଏହାପରେ ବିଜେଡିର ଫରୱାର୍ଡ ପ୍ଲେୟାର ଭାବେ ଜଣା ଚାରିଜଣ ପୂର୍ବତନମନ୍ତ୍ରୀ, ସାଂସଦ ଓ କିଛି ବିଧାୟକଙ୍କୁ ମଧ୍ୟ ସିବିଆଇ କିଛି କିଛି ସମୟ ବ୍ୟବଧାନରେ ତା ପଞ୍ଜାକୁ ଆଣିବା ସହ ଶେଷରେ ନବୀନ ନିବାସ ଉପରେ ମାଡଟା ମାରି ମୁଣ୍ଡି ମାରିବେ ବୋଲି ଜଣାପଡିଛି । ହେଲେ ଦେଖାଯାଉ ବିଜେଡି ପ୍ରଭାତଙ୍କ ମାମଲାରେ ଯେଉଁଭଳି ଭାବେ ଅଫେନ୍ସିଭ୍ ହୋଇ ବୟାନବାଜୀ ଆରମ୍ଭ କରିଛି ତାହା କେଦେଦିନ ସତେଜ କରିରଖିପାରୁଛି । 

ଯାଜପୁର ଜିଲ୍ଲା ବେଣାପୁର ମୌଜାରେ ପ୍ରଭାତଙ୍କ ପତ୍ନୀ ଲକ୍ଷ୍ମୀ ବିଳାସୀନିଙ୍କ ନାଁରେ ଥିବା ୩୨ ଗୁଣ୍ଠ ଜମି ବିକ୍ରି ପାଇଁ ୨୦୧୧ରେ ସିସୋର ସହ ଡିଲ ହୋଇଥିଲା  । ଏଗ୍ରିମେ ଅନୁସାରେ ଲକ୍ଷ୍ମୀ ବିଳାସିନୀ ୨୯ ଲକ୍ଷ ୨୫ ହଜାର ଟଙ୍କାରେ ଜମି ବିକିବାକୁ ରାଜି ହୋଇଥିଲେ । ଏ ବାବଦକୁ ୨୦୧୨ ଏପ୍ରିଲରେ ଲକ୍ଷ୍ମୀ ବିଳାସିନୀଙ୍କୁ ୨୫ ଲକ୍ଷ ଟଙ୍କାର ଚେକ୍ ଦେଇଥିଲେ ସିସୋର କମ୍ପାନୀର ମୁଖ୍ୟ ପ୍ରଶାନ୍ତ ଦାସ  । ବାକି ଟଙ୍କା ଜମି ରେଜିଷ୍ଟେ୍ରସନ ବେଳେ ଦେବାକୁ ସ୍ଥିର ହୋଇଥିଲା  । ପରେ କିନ୍ତୁ ଜମି ଡିଲରୁ ଓହରି ଯାଇଥିଲେ ପ୍ରଶାନ୍ତ ଦାସ । ଏଥିପାଇଁ ୨୫ ଲକ୍ଷ ଟଙ୍କା ଫେରସ୍ତ ପାଇଁ ଦାବି କରିଥିଲେ  । ପ୍ରଶାନ୍ତଙ୍କୁ ଟଙ୍କା ଫେରାଇ ଦିଆଯାଇଥିବା ନେଇ ଗଣମାଧ୍ୟମକୁ କହିଥିଲେ ଲକ୍ଷ୍ମୀ ବିଳାସିନୀ  । ତେବେ ଏନେଇ ପ୍ରମାଣ ଦେଖାଇପାରି ନଥିଲେ  ।  ଗତ ୨୦୧୪ ନଭେମ୍ବର ମାସ ୨୧ ତାରିଖରେ ସିବିଆଇ ଶ୍ରୀ ବିଶ୍ୱାଳଙ୍କ ପତ୍ନୀ ଲକ୍ଷ୍ମୀ ବିଳାସିନୀ ବିଶ୍ୱାଳଙ୍କୁ ସିସୋର ସହିତ ଯାଜପୁରର ୩୨ ଗୁଣ୍ଠ ଜମି କାରବାର ନେଇ ପଚରାଉଚରା କରିଥିଲା  । 

ନଭେମ୍ବର ମାସ ୨୬ ତାରିଖରେର ଶ୍ରୀ ବିଶ୍ୱାଳଙ୍କୁ ସମନ କରିଥିଲା । ତେବେ ୨୦୧୭ ମସିହା ଜାନୁଆରୀ ୧୨ ତାରିଖ ଦିନ ସିବିଆଇ ବିଧାୟକ ଶ୍ରୀ ବିଶ୍ୱାଳଙ୍କ ମହାନଦୀବିହାରସ୍ଥିତ ଘରେ ରେଡ୍ କରିଥିଲା  ।  ଅର୍ଥାତ ସିବିଆଇକୁ ଏ ଛୋଟିଆ ପ୍ରସଙ୍ଗରେ ଏତେ ଦିନ ଲାଗିଯିବା ଓ ଯଦି ପ୍ରଭାତ ବିଶ୍ୱାଳ ପ୍ରମାଣ କରିପାରିଲେନି ଯେ ସିସୋରରୁ ନେଇଥିବା ଟଙ୍କା ଜମିବାବଦ ଟଙ୍କା ନୁହେଁ(ବରଂ ତାହା ନେତାବଟି ବୋଲିୁ ସିବିଆଇର ଯଦି ହୃଦବୋଧ ହେଲା) ତୁରନ୍ତ ଚିଟଫଣ୍ଡ ସଂସ୍ଥାଠାରୁ ପଇସା ଖାଇଥିବା ଅଭିଯୋଗରେ ତୁରନ୍ତ ଗିରଫ କରିନେବା କଥା  । ଏତେ ସମୟ ଲାଗିଲା କାହିଁକି  । ପ୍ରଭାତ ତ୍ରିପାଠୀଙ୍କୁ ଗିରଫକଲା ବେଳେ ସିବିଆଇ ତ ଏତେ ସମୟ ନେଇନଥିଲା  । ସୁବର୍ଣ୍ଣ ନାୟକ, ରାମଚନ୍ଦ୍ର ହାଁସଦା ଓ ବିଜେପି ବିଧାୟକ ହିତେଶ ବଗର୍ତିଙ୍କୁ ଗିରଫ କଲାବେଳେ ତ ସିବିଆଇ ଏତେ ସମୟ ଲାଗିନଥିଲା ! ହେଲେ ଏବେ ହଠାତ ସିବିଆଇ ପ୍ରଭାତଙ୍କୁ ଏତେ ଦିନ ପରେ ଗିରଫ କରିବା ଘଟଣା ରେ ରାଜନୀତିର ଗନ୍ଧ ବାରିଛି ବିଜେଡି  । ରାଜନୀତିକ ଉଦେ୍ଧଶ୍ୟ ରଖି ପ୍ରଭାତଙ୍କୁ ଗିରଫ କରିଛି ଓ ବିଜେଡିକୁ ବଦନାମ କରିବା କରିବା ପାଇଁ ବିଜେପି ସିବିଆଇକୁ ଅସ୍ତ୍ର ଭାବେ ବ୍ୟବହାର କରୁଛି ବୋଲି ଅଭିଯୋଗ କରିଛି ବିଜେଡି । ଏହାକୁ ଖଣ୍ଡନ କରିବା ସହ ପ୍ରଭାତ ବିଶ୍ୱାଳଙ୍କୁ ବିଜେଡି ସୁରକ୍ଷା ଦେଉଛି ବୋଲି କହିଛନ୍ତି ବିଜେପି ମୁଖପାତ୍ର ଗୋଲୋକ ମହାପାତ୍ର  । ହେଲେ ଦେଖାଯାଉ ଆଗକୁ କେଉଁ ନେତାଙ୍କ ପାଳି ପଡୁଛି  । କେଉଁ ମନ୍ତ୍ରୀ,କେଉଁ ପୂର୍ବତନମନ୍ତ୍ରୀ,କେଉଁ ମନ୍ତ୍ରୀଙ୍କ ସମ୍ପର୍କୀୟ ଆଉ କେଉ ପ୍ରଶାସକଙ୍କୁ ସିବିଆଇ ତା ପଞ୍ଜାକୁ ନେଉଛି !

ପାଂଚଦିଦିଆ ସିବିଆଇ ରିମାଣ୍ଡରେ ଯାଇଥିବା ପ୍ରଭାତଙ୍କ ନାମରେ ୧୨୦ବି, ୪୨୦, ୪୬୭, ୪୦୯, ୪୭୧ ଓ ୪୫୬ ଦଫାରେ ମାମଲା ରୁଜୁ ହୋଇଥିବା ଜଣାପଡିଛି । ସୋମବାର ରାତିରେ ତଦନ୍ତକାରୀ ସଂସ୍ଥା ଦ୍ୱାରା ଗିରଫ ହୋଇଥିବା ବିଜେଡି ବିଧାୟକ ପ୍ରଭାତଙ୍କୁ ୫ଦିନ ରିମାଣ୍ଡରେ ନେଇଛି ନେଇଛି ସିବିଆଇ  । ଗିରଫ ପ୍ରଭାତଙ୍କୁ ମଙ୍ଗଳବାର ଅପରାହ୍ଣରେ ଭୁବନେଶ୍ୱର ସ୍ୱତନ୍ତ୍ର ସିବିଆଇ ଅଦାଲତରେ ହାଜର କରାଯାଇଥିଲା  । କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପ୍ରଭାତଙ୍କୁ ଅଦାଲତକୁ ଅଣାଯାଇଥିଲା  । ସିବିଆଇ ପକ୍ଷରୁ ପ୍ରଭାତ ବିଶ୍ୱାଳଙ୍କୁ ୫ ଦିନ ରିମାଣ୍ଡରେ ନେବା ପାଇଁ ଆବେଦନ କରାଯାଇଥିଲା  । ପ୍ରଭାତଙ୍କ  ସ୍ୱାସ୍ଥ୍ୟବସ୍ଥା ଠିକ ନଥିବା ଦର୍ଶାଇ ତାଙ୍କର ଓକିଲ ଜାମିନ ଆବେଦନ କରିଥିଲେ  । ଦୁଇ ପକ୍ଷଙ୍କୁ ଶୁଣିବାପରେ ଅଦାଲତ ପ୍ରଭାତଙ୍କୁ ୫ ଦିନ ରିମାଣ୍ଡରେ ନେବାପାଇଁ  ସିବିଆଇକୁ ଅନୁମତି ଦେଇଛନ୍ତି  । ଅଦାଲତକୁ ନେବା ଓ ଆଣିବା ସମୟରେ ରାଜନୈତିକ ଉଦେ୍ଧଶ୍ୟ ର ତାଙ୍କୁ ଗିରଫ କରାଯାଇଥିବା ପ୍ରଭାତ ବିଶ୍ୱାଳ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସୂଚନା ଦେଇଛନ୍ତି  । ସତ୍ୟର ନିଶ୍ଚୟ ଜୟ ହେବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି  ।

ମଙ୍ଗଳବାର ଅପରାହ୍ଣ  ସମୟରେ ସିବିଆଇ କାର୍ଯ୍ୟାାଳୟ ନିକଟରେ ପ୍ରଭାତଙ୍କ ସମର୍ଥକମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ରାଜନୈତିକ ଆକ୍ରୋଶଯୋଗୁଁ  ପ୍ରଭାତଙ୍କୁ ଗିରଫ କରାଯାଇଥିବା ତାଙ୍କର ସମର୍ଥକମାନେ ଅଭିଯୋଗ କରିଛନ୍ତି  । ଗତ କିଛି ବର୍ଷ ଧରି ସିବିଆଇ ତାଙ୍କୁ ଜେରା କରିଥିଲେ ମଧ୍ୟ  କାହିଁକି ଗିରଫ କରୁ ନ ଥିଲା, ବିଜେଡି ତୈଳଦର ବୃଦ୍ଧି ପ୍ରତିବାଦ କରିବା ଦିନ ହିଁ ତାଙ୍କୁ ଗିରଫ କରାଯାଇଥିବା ଏକ ଚକ୍ରାନ୍ତ ବୋଲି ପ୍ରଭାତଙ୍କ ସମର୍ଥକମାନେ ଅଭିଯୋଗ କରିଛନ୍ତି ସୁରକ୍ଷା ପାଇଁ ସିବିଆଇ କାଯର୍ୟାଳୟ ନିକଟରେ ·ରି ପ୍ଲାଟୁନ ପୁଲିସଙ୍କୁ ମୁତୟନ କରାଯାଇଥିଲା ସିବିଆଇ କାଯର୍ୟାଳୟ ସମ୍ମୁଖରେ ପ୍ରଭାତଙ୍କ ସମର୍ଥକମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି  ।

ବିଜେଡି ପ୍ରଭାତଙ୍କୁ ସମର୍ଥନ ଦେଇଛି  । ପ୍ରଭାତଙ୍କୁ ରାଜନୈତିକ ଉଦ୍ୟେଶ ର ଗିରଫ କରାଯାଇଥିବା ବିଜେଡି କହିଛି । ଏଥିପାଇଁ ରାଜରାସ୍ତାରେ ରାଜନୈତିକ ଢା ।ରେ ଜବାବ ଦିଆଯିବ ବୋଲି ବିଜେଡି କହିଛି ସିସୋର ସହ ଜମି କିଣାବିକା ମାମଲାରେ ପଚରାଉଚରା ଲାଗି ସୋମବାର ପ୍ରଭାତଙ୍କୁ ନୋଟିସ ହୋଇଥିଲା । ଭୁବନେଶ୍ୱରସ୍ଥିତ ସିବିଆଇ କାର୍ୟାଳୟରେ ହାଜର ହେବା ପରେ ପ୍ରଭାତଙ୍କୁ ସିବିଆଇ ପଚରା ଉଚରା କରିଥିଲେ  । ପରେ ତାଙ୍କୁ ସେହିଠାରେ ହିଁ ଗିରଫ କରାଯାଇଥିଲା  । ପ୍ରଭାତ ବିଶ୍ୱାଳଙ୍କୁ ଏହା ପୂର୍ବରୁ ସିସୋର ଲିଙ୍କ ମାମଲାରେ ୪ ଥର ଜେରା କରିଥିଲା  । ସିବିଆଇ ଏହି ମାମଲାରେ ପ୍ରଭାତ ବିଶ୍ୱାଳ ପତ୍ନୀ ଲକ୍ଷ୍ମୀ ବିଳାସିନୀଙ୍କୁ ମଧ୍ୟ ଜେରାରେ ସମ୍ମୁଖୀନ ହୋଇଥିଲେ  । ସିସୋର ସହ ଜମି କାରବାର ମାମଲାରେ ତାଙ୍କର ଲିଙ୍କ ରହିଥିବା ନେଇ ପ୍ରଭାତଙ୍କ ନାଁରେ ଅଭିଯୋଗ ରହିଥିଲା  ।

 

Leave A Reply

Your email address will not be published.