ସାଇକେଲରେ ରେଢାଖୋଲରୁ ଯାଉଛନ୍ତି ପଶ୍ଚିମବଙ୍ଗ , ପ୍ରବାସୀ ବାହାରିଲେ ନିଜ ରାଜ୍ୟକୁ

0 1

ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ସାରା ଦେଶରେ ମହାମାରୀ କରୋନା ପାଇଁ ଲକ୍ ଡାଉନ୍ ଚାଲିଥିବା ବେଳେ ରେଢାଖୋଲରେ କାମ କରିବାକୁ ଆସିଥିବା କିଛି ବଙ୍ଗାଳୀ ଲୋକ ଆଜି ସାଇକେଲରେ  ପଶ୍ଚିମବଙ୍ଗ ଯାଉଛନ୍ତି।

ସୂଚନା ଯୋଗ୍ୟ ଯେ, ବହୁମାସ ହେଲା ସେମାନେ ରେଢାଖୋଲରେ ଏକ ବ୍ରିଜ୍ କାମରେ ନିୟୋଜିତ ଥିଲେ। ଲକ୍ ଡାଉନ୍ ଯୋଗୁଁ ସେମାନେ ଘରକୁ ଫେରିପାରି ନ ଥିଲେ ବୋଲି କରିଛନ୍ତି। ଏମିତି ବହୁ ଶ୍ରମିକ ରେଢାଖୋଲ ଅଞ୍ଚଳରେ ପଶ୍ଚିମବଙ୍ଗରୁ ଆସି ବହୁତ ଲୋକ ଫସିରହିଥିବା ଜଣାପଡିଛି । ପଶ୍ଚିମବଙ୍ଗ ସରକାର ଏମାନଙ୍କୁ ନିଜ ରାଜ୍ୟକୁ ଫେରାଇ ନେବାର କୌଣସି ଉଦ୍ୟମ କରିନଥିବାବେଳେ ସେମାନେ ସାଇକେଲ୍‌ରେ ନିଜ ରାଜ୍ୟକୁ ବାହୁଡିବା ପାଇଁ ପ୍ରସ୍ତୁତି ଆରମ୍ଭକରିଛନ୍ତି। ସାଇକେଲରେ ଅତି ଆବଶ୍ୟକ ସାମଗ୍ରୀ ଧରି ବାହାରିଛନ୍ତି ନିଜ ରାଜ୍ୟକୁ୍। ଏପରି ସମୟରେ ଏହି ପ୍ରବାସୀମାନଙ୍କୁ ନିଜ ରାଜ୍ୟକୁ ଫେରାଇ ନେବା ପାଇଁ ପଶ୍ଚିମବଙ୍ଗ ସରକାର ଉଦ୍ୟମ କରିବା ଜରୁରୀ।

Leave A Reply

Your email address will not be published.