ତିଲୋତ୍ତମା ଏବଂ ଅଯୋଧ୍ୟା ପୁରୋହିତଙ୍କ ଉଦ୍ଦେଶ୍ୟରେ  ପଶ୍ଚିମାଞ୍ଚଳ ଏକତା ମଞ୍ଚର ଶ୍ରଦ୍ଧାଞ୍ଜଳି ସଭା

0 1

ସମ୍ବଲପୁର (ରମାକାନ୍ତ ବିଶ୍ବାଳ ) ସମ୍ବଲପୁର ବିଜେପି ତଥା ଅଞ୍ଚଳର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପଶ୍ଚିମାଞ୍ଚଳ ଏକତା ମଞ୍ଚ ର ବରିଷ୍ଠ ତଥା ସକ୍ରିୟ ସଦସ୍ୟା ତିଲୋତ୍ତମା ପୁରୋହିତ ଙ୍କର ଗତ ୭ ତାରିଖ ରେ ହୃତଘାତ ରେ ଆକସ୍ମିକ ମୃତ୍ୟୁ ଘଟିଥିଲା । ତାଙ୍କର ଅନ୍ତେଷ୍ଟିର ଜୁଇ ନ ଲିଭୁଣୁ ୮ ତାରିଖ ଭୋର ସମୟରେ ତାଙ୍କର ସ୍ୱାମୀ ଅଯୋଧ୍ୟା ପୁରୋହିତ ଙ୍କର ମଧ୍ୟ ପରଲୋକ ହୋଇଯାଇଛି । ଉଭୟ ସ୍ୱାମୀ ସ୍ତ୍ରୀ ଙ୍କର ମୃତ୍ୟୁ ଯେ କେବଳ ପୁରୋହିତ ପରିବାର ରେ କମ୍ପନ ସୃଷ୍ଟି କରିଛି ତା ନୁହେଁ ବନ୍ଧୁବର୍ଗ ପ୍ରିୟଜନ ଙ୍କ ସଙ୍ଗେ ସଙ୍ଗେ ଅଞ୍ଚଳରେ ମଧ୍ୟ ଶୋକର ଛାୟା ଖେଳାଇ ଦେଇଛି ।

    ତିଲୋତମା ପୁରୋହିତ ପଶ୍ଚିମାଞ୍ଚଳ ଏକତା ମଞ୍ଚ ର ବରିଷ୍ଠ ଓ ସକ୍ରିୟ ସଦସ୍ୟା ଭାବରେ ସମସ୍ତ ଙ୍କୁ  ପ୍ରେରଣା  ଦେବା ସହ ସାମାଜିକ  କାର୍ଯ୍ୟ ରେ ସବୁବେଳେ ଆଗରେ  ରହୁଥିଲେ । ଦୁହି ଅମର ଓ ପବିତ୍ର ଆତ୍ମାର ଶାନ୍ତି ଓ ସତଗତି ପାଇଁ ଆଜି ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଜେଲ ଛକ ନିକଟରେ ଥିବା ଗୁରୁ ସତ୍ୟନାରାୟଣ ସ୍ମୃତି ଉଦ୍ୟାନ ଠାରେ ମଞ୍ଚ ର କାର୍ଯ୍ୟକାର୍ତ୍ତା ଏକତ୍ରିତ ହୋଇଥିଲେ । ସାମାଜିକ ଦୂରତ୍ୱ ରକ୍ଷା କରି ଦୀପ ଜାଳି ଓ ଫୋଟୋ ଚିତ୍ରରେ ପୁଷ୍ପାର୍ଘ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପଣ୍ଡିତ ଅମରନାଥ ମିଶ୍ର ଙ୍କ ସଂଯୋଜନା  ରେ ଉପସ୍ଥିତ ସଭ୍ୟ ସଭ୍ୟା ୧୦୮ ଥର ସାମୁହିକ ଗାୟତ୍ରୀ ମନ୍ତ୍ର ପାଠ କରିବା ସହିତ ତାଙ୍କର ସ୍ମୃତିଚାରଣ  କରିଥିଲେ । 

       ଆଜିର କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ଗୀତାଞ୍ଜଳି ପଣ୍ଡା, କାନ୍ତି ମେହେର, ସୁବୋଧ କୁମାର ଦୋରା, ସନ୍ତୋଷ କୁମାର ବଢ଼େଇ, ଆଭାସ ପଣ୍ଡା, ସବ୍ୟସାଚୀ ମିଶ୍ର, ଶଙ୍କର ମେହେର, ନିଷିକାନ୍ତ ବିଶ୍ୱାଲ, ଅତିଶରତ୍ନ ବୋହିଦାର, ଅଭିଷେକ ମହାରଣା, ସୁଦାମ ମେହେର, ରାଜେଶ ସ୍ୱାଇଁ, ରାହୁଲ ଗୁପ୍ତା, ଭବାନୀ ଶଙ୍କର ଭୋଇ, ମାନସ ରଞ୍ଜନ ବକ୍ସି ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.