ବିଜୁ ଜନତା ଦଳ ପକ୍ଷରୁ ଦିବଂଗତ ନେତା ସୁବାସଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି 

0

ଭୁବନେଶ୍ୱର(ଶାସକ ପ୍ରଶାସକ)  ଅକାଳରେ ପରଲୋକ ଗମନ କରିଥିବା ପ୍ରବୀଣ ଜନନେତା ତଥା ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ  ସ୍ବର୍ଗତ ସୁବାସ ଚୌହାନଙ୍କୁ ବିଜୁ ଜନତା ଦଳ ପକ୍ଷରୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି |  ଗୋପବନ୍ଧୁ ଛକ ସ୍ଥିତ ତାଙ୍କ ସରକାରୀ ବାସ ଭବନରେ ଦଳ ତରଫରୁ ଦଳର ସାଧାରଣ ସମ୍ପାଦକ ତଥା ଯୋଜନା ବୋର୍ଡର ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା, ମନ୍ତ୍ରୀ ପଦ୍ମନାଭ ବେହେରା, ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ରାଜ୍ୟ ଯୁବ କଲ୍ୟାଣ ବୋର୍ଡ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ବିଜୟ ନାୟକ, ଯୁବ ବିଜେଡି ଉପସଭାପତି ଶୈଳେଶ ଦାନୀ, ମୌସମ ମିଶ୍ର, ନିଶାନ୍ତ ଦୀକ୍ଷିତ, ଦେବାଶିଷ ସିଟ, ପ୍ରକାଶ ମହାନ୍ତି ପ୍ରମୁଖ ପ୍ରମୁଖ ସ୍ବର୍ଗତ ନେତା ଶ୍ରୀ ସୁବାସ ଚୋୖହାନଙ୍କୁ ଅନ୍ତିମ ସମ୍ମାନ ଜଣାଇଥିଲେ | 

“ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧକ୍ଷ ତଥା ପ୍ରବୀଣ ଜନନେତା ସୁବାଷ ଚୌହାନଙ୍କ ଅକାଳ ବିୟୋଗ ଆମ ପାଇଁ ଏକ ଅପୁରାଣୀୟ କ୍ଷତି। ତାଙ୍କ ବିୟୋଗର ଏହି ଦୁଃଖକୁ ସାହିବା ପାଇଁ ତାଙ୍କ ପରିବାର  ବର୍ଗ ଏବଂ ହଜାର ହଜାର ଶୁଭେଛୁଙ୍କୁ ପ୍ରଭୁ ଜଗନ୍ନାଥ ଶକ୍ତି ଏବଂ ଧାର୍ଯ୍ୟ ଦିଅନ୍ତୁ। ତାଙ୍କ ଅମର ଆତ୍ମା ପ୍ରତି ବିଜୁ ଜନତା ଦଳ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଉଛି। ଓଡିଶା ବିକାଶରେ ତାଙ୍କ ଭୂମିକାକୁ ଆମେ ସବୁବେଳେ ସ୍ମରଣ କରିବୁ।”ବୋଲି ବିଜୁ ଜନତା ଦଳ ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ତଥା ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସ ବର୍ମା ତାଙ୍କ ଶୋକବାର୍ତ୍ତାରେ ପ୍ରକାଶ କରିଛନ୍ତି |

Leave A Reply

Your email address will not be published.