ଆଖି ବୁଜିଦେଲେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ସୁବାସ ଚୌହାନ 

0

ଭୁବନେଶ୍ୱର : ଜଣାଶୁଣା ସଂଗଠକ, ପ୍ରତିବଦ୍ଧ ରାଜନେତା ତଥା ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ସୁବାସ ଚୌହାନଙ୍କ ଆଜି ପ୍ରାଣହାନୀ ଘଟଛି | ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହାସ୍ପାତାଳରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡିଛି | ତାଙ୍କୁ ୫୪ ବର୍ଷ ହୋଇଥିଲା | ଆଜି ପ୍ରାତଃ ୩ ଘଣ୍ଟା ୧0 ମିନିଟ ସମୟରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର  ଭୁବନେଶ୍ୱର ସ୍ଥିତ ଆପୋଲୋ ହସ୍ପିଟାଲରେ ଦେହାନ୍ତ ହୋଇଛି l ବରଗଡ ଜ଼ିଲ୍ଲା ପଦ୍ମପୁର ଆମ୍ବ ବାହାଲ ଗ୍ରାମରେ ଆଜି ଅପରାହ୍ନରେ ତାଙ୍କର ଶେଷ କୃତ୍ୟ ସମ୍ପର୍ଣ ହେବ l

ସେ ଲିଭର କ୍ୟାନ୍ସରରେ ପୀଡିତ ଥିଲେ |   ତାଙ୍କର ସ୍ବାସ୍ଥ୍ୟ ଦିନକୁ ଦିନ ଗୁରୁତର ହୋଇପଡୁଥିବାର ଜଣାପଡିଥିଲା । ପୂର୍ବରୁ କିଛି ମାସ ତଳେ ସୁବାସ ଗୁରୁତର ଅସୁସ୍ଥ ହୋଇପଡି ମୁମ୍ବାଇସ୍ଥିତ କ୍ୟାନସର ହସପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ସେ କିଛିଦିନ ଚିକିତ୍ସା ହେବା ପରେ ଭୁବନେଶ୍ବର ଫେରିଥିଲେ। ହେଲେ ପୁଣି ଥରେ ସେ ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱରରେ ଏକ ଡାକ୍ତରଖାନାରେ ଭର୍ତ୍ତିକରି ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇ ଚିକିତ୍ସା କରାଯାଉଥିଲା ବୁଧବାରଦିନ ତାଙ୍କ ଅବସ୍ଥା ଅଧିକ  ଗୁରୁତର ହୋଇଯାଇଥିଲା |  ହେଲେ ଶେଷରେ ସେ ଆଜି ଆଖି ବୁଜି ଦେଇଛନ୍ତି |

ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ତଥା ବଜରଙ୍ଗ ଦଳର  ସଦସ୍ୟ ଥିବା  ଶ୍ରୀ ଚୌହାନ ଗତବର୍ଷ ମାର୍ଚ୍ଚ ମାସରେ  ବିଜେପି ପ୍ରତି ଅସନ୍ତୁଷ୍ଠ ହୋଇ ସେଠାରୁ ଇସ୍ତଫା ଦେଇ ପରବର୍ତ୍ତି ସମୟରେ ବିଜେଡିରେ ସାମିଲ ହୋଇଥିଲେ।| ବିଜେଡି ତାଙ୍କୁ ଜାତୀୟ ମୁଖପାତ୍ର ଭାବେ ଘୋଷଣା କରିବା ସହ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ କରି ନିର୍ବାଚନ ବେଳେ ଗତ ନିର୍ବାଚନ ବେଲେ  ତାଙ୍କୁ କଳାହାଣ୍ଡି, ବଲାଙ୍ଗୀର, ସମ୍ବଲପୁଟ ବରଗଡ଼ ପାଇଁ ସହ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ଦେଇଥିଲା | ପଶ୍ଚିମ ଓଡିଶାରେ ତାଙ୍କର ଭଲ ସଂଗଠନ ଥିବାରୁ ବିଜେଡି ତରଫରୁ ତାଙ୍କୁ ସେହି ଅଞ୍ଚଳ ଦାୟିତ୍ବ ଦେଇଥିଲା। ସେହିପରି ବିଜେପୁର ଉପନିର୍ବାଚନରେ ବିଜେଡିକୁ ଜିତାଇବାରେ ସୁବାସଙ୍କ ଭୂମିକା ମଧ୍ୟ ଗୁରୁତ୍ବ ପୂର୍ଣ୍ଣ ଥିଲା।

Leave A Reply

Your email address will not be published.