ଦିବ୍ୟାଙ୍ଗ ମହିଳାକୁ ଦୁଷ୍କର୍ମ ଅଭିଯୋଗ

0

ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ରେଢାଖୋଲ ଉପଖଣ୍ଡ ନାକଟିଦେଉଳ ବ୍ଲକ୍ ଜାମୁଜୋରି ପଞ୍ଚାୟତର କୁଡାନାଳି ଗ୍ରାମରେ । ଜନୈକା ଦିବ୍ୟାଙ୍ଗ ମହିଳା ଗତ ୮ ତାରିଖ ଶୁକ୍ରବାର ସକାଳ ୯ ଘଟିକା ସମୟରେ ତାଙ୍କ କାକା ଘରକୁ ବୁଲିବାକୁ ଯାଇଥିବା ସମୟରେ ଘରେ କେହି ନଥିବାର ସୁଯୋଗ ପାଇ ସେହି  ଗ୍ରାମର ବୈରାଗୀ ମାଝି ନାମକ ବ୍ୟକ୍ତି ତାଙ୍କ ଘରକୁ ନେଇ ଜୋର ଜବରଦସ୍ତ ଏକ କୋଠରୀ ଭିତରେ ରଖି ଦୁଷ୍କର୍ମ କରିଥିଲେ । ସେ ସଂପୂର୍ଣ୍ଣ ଦିବ୍ୟାଙ୍ଗ ଥିବାରୁ ପାଟି ଖୋଲି ପାରି ନ ଥିଲା। ଦିବ୍ୟାଙ୍ଗ ମହିଳା ଜଣକ ଘରେ ନଥିବାର ଦେଖି ତାଙ୍କ ଭାଇ କର୍ଣ୍ଣ ମାଝୀ ତାଙ୍କୁ ଖୋଜି ଥିଲେ। ଏହା ପରେ ସେ ବୈରାଗୀ ଘରକୁ ଯାଇ ଏସବୁ ଘଟଣା ସମ୍ପର୍କରେ ଜାଣିପାରିବାକୁ ପାଇଥିଲେ।

ଘଟଣା ସମ୍ପର୍କରେ ଯାଇ ତାଙ୍କ ବାପାଙ୍କୁ କହିଥିଲେ। ବାପ ପୁଅ ଆସି ଡାକିବାରୁ ବୈରାଗୀ ମାଝୀ କବାଟ ଖୋଲି ନ ଥିଲା I କିଛି ସମୟ ପରେ ଦିବ୍ୟାଙ୍ଗ ମହିଳାଟିକୁ ବାହାରକୁ ଫିଙ୍ଗି ଦେଇଥିଲା I ହେଲେ ଦିବ୍ୟାଙ୍ଗ ମହିଳା ଟି  ଲାଜରେ ଜଙ୍ଗଲ ଆଡକୁ ପଳାଇ ଥିଲା । ଗାଁର ଧବଳ ନାଏକ ନାମକ ବ୍ୟକ୍ତି ଜଙ୍ଗଲରୁ ଦିବ୍ୟାଙ୍ଗକୁ ଉଦ୍ଧାର କରି ଘରକୁ ଆଣିଥିଲା । ଗତକାଲି ରାତି ହୋଇଯିବାରୁ ଥାନା ଆସି ଅଭିଯୋଗ କରିପାରି ନ ଥିଲେ ଦିବ୍ୟାଙ୍ଗ ମହିଳା I  ଆଜି ନାକଟିଦେଉଳ ଥାନାକୁ ଆସି ଲିଖିତ ଅଭିଯୋଗ କରିଛନ୍ତି ପୀଡ଼ିତା ଦିବ୍ୟାଙ୍ଗ। ନାକଟିଦେଉଳ କେସ୍ ନଂ ୭୦, ଦଫା-୩୭୬ ରେ ମାମଲା ରୁଜୁ ହୋଇଥିବା ଜଣା ପଡିଛି। ନାକଟିଦେଉଳ ପୋଲିସ୍ ଅନୁସନ୍ଧାନ ଜାରି ରଖିଥିବା ଜଣା ପଡିଛି।  ଅପରାଧି ଫେରାର ଥିବା ନାକଟିଦେଉଳ ଥାନାଧୀକାରୀ ଇସ୍ମାଇଲ ଏକ୍କା ପ୍ରକାଶ କରିଛନ୍ତି। ପୀଡ଼ିତା ଦିବ୍ୟାଙ୍ଗ ଙ୍କର ଡାକ୍ତରୀମାଇନା ଆସନ୍ତାକାଲି କରାଯିବ ବୋଲି ଥାନାଧିକାରୀ ଇସ୍ମାଇଲ ଏକ୍କା କହିଛନ୍ତି।

Leave A Reply

Your email address will not be published.